ବରପାଲି:(ଶାସକ ପ୍ରଶାସକ). ବରପାଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡାସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ଫନି ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ସାତପଡ଼ା ପଂଚାୟତ ଅନ୍ତର୍ଗତ ଭୋଇସାହିର ଶତାଧିକ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଫାଉଣ୍ଡେସନ ପକ୍ଷରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ ବ୍ୟୁରୋ ସହାୟତାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଖାଇବା ଟ୍ରେ, ଗ୍ଳାସ୍ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସାତପଡ଼ା ପଂଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ବାତ୍ୟା ପ୍ରଭାବିତ ଭୋଇସାହିର ଶତାଧିକ ପରିବାରର ପୁରୁଷମହିଳାମାନଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ସୁଶୀଳ କୁମାର ବାଗ୍, ଉକ୍ରଳ ବିଶ୍ୱବିଦ୍ୟାଳୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ମନୋରଞ୍ଜନ ମହାନ୍ତି, ସାତପଡ଼ା ପଂଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସତ୍ୟଜିତ ଦାସ, ଅଧ୍ୟାପକ ଦିଲ୍ଲୀପ ମହନ୍ତ, ଅଧ୍ୟାପିକା ଜୟନ୍ତୀବାଳା ପରିଡ଼ା, ଅଧ୍ୟାପକ ରଶ୍ମିରଞ୍ଜନ ସେନାପତି, ଅଧ୍ୟାପକ ବଦ୍ରି ମିଶ୍ର, ଅଧ୍ୟାପକ ରାଜୀବ କିଶୋର ଜେନା, ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ତଥା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ |