ହେଡଲାଇନସ୍:

ଜୁନ ୧୫ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ଷ ଋତୁ ସହିତ ବିଭିନ୍ନ କାରଣ ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୫ରୁ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ । ଏହି ୧୫/୦୬/୨୦୧୯ ତାରିଖଠାରୁ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆ ଯିବ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ଉପ-କ୍ଷେତ୍ର ନିଦେ୍ର୍ଧଶକ ଜଜ୍ଞଦତ୍ତ ପତିଙ୍କ ସୂତ୍ରରୁ ଜଣାପଡ଼ିଛି । ବର୍ଷା ଋତୁ ସମୟରେ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷାରେ ରାସ୍ତା ଘାଟ ଧୋଇ ନଷ୍ଟ ହେବା ସହ ବଡ଼ବଡ଼ ଗଛ ଓଲଟି ପଡ଼ିଥାଏ । ଫଳରେ ଅଭୟାରଣ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏହି ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କ ପ୍ରତି ବିପଦ ରହିଥିବାରୁ ବର୍ଷା ଋତୁ ଆସିବା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ଅନୁମତି ମିଳିନଥାଏ । 

 

0
0
0
s2sdefault