ହେଡଲାଇନସ୍:

ବର୍ଷକ ପରେ ସରକାର ଲୋକଙ୍କୁ ଦେବେ ବିଜେଡ଼ିର ପ୍ରତିଶ୍ରୁତି ରୂପାୟନର ହିସାବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଥ୍ରୀ-ଟି ବଦଳରେ ନବୀନ ସହଯୋଗୀଙ୍କୁ ଦେଲେ  ଫୋର-ଟି  ମନ୍ତ୍ର

ଭୁୁବନେଶ୍ୱର:  ନିର୍ବାଚନ ବେଳେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ପଞ୍ଚମ ପାଳି ସରକାର ଗଠନପରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ  ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ସହଯୋଗୀଙ୍କୁ ଏହା ସ୍ପଷ୍ଟ କରି ଦେଇଛନ୍ତି | ଆଜିର ବୈଠକରେ ବିଜେଡିର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ କରାଯିବା ସହ ଏହାକୁ ପୂରଣ କରିବା ପାଇଁ ମନ୍ତ୍ରୀମାନଙ୍କ ପାଇଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ  । 

ଯଦି  ବାତ୍ୟା ଫନିର ସୁପରିଚାଳନା ପାଇଁ  ରାଜ୍ୟ ସରକାରଙ୍କୁ ଆନ୍ତର୍ଜାତୀୟ ମାନ୍ୟତା ମିଳି ପାରିଲା ତାହାର  କାରଣ ହେଉଛି, ଉଚିତ ସମୟରେ ଜନସାଧାରଣଙ୍କ ସ୍ଥାନାନ୍ତର

ଯଦି  ମାତ୍ର ୯୦ ଦିନ ମଧ୍ୟରେ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ର ଆୟୋଜନ କରାଯାଇ ପାରିଲା,

ଯଦି ୩୦ ଲକ୍ଷ ମହିଳାଙ୍କୁ ମିସନ ଶକ୍ତିରେ ସାମିଲ କରାଯାଇପାରିଲା,

ଯଦି  ୧୫ ଦିନରେ କାଳିଆ ଭଳି ଐତିହାସିକ ଯୋଜନା କାର୍ଯ୍ୟକାରୀ ହୋଇପାରିଲା, 

ଆଉ ଯଦି ୩୦ ଦିନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇ ପାରିଲା ,ତେଣୁ ଆମର ସବୁ କାର୍ଯ୍ୟକ୍ରମରେ ଗତିଶୀଳତା ଆବଶ୍ୟକ। ଏହା ହିଁ ଲୋକେ ସରକାରଙ୍କଠାରୁ ଆଶା କରନ୍ତିି ବୋଲି କହିଛନ୍ତି ନବୀନ |

ଆଉ ସରକାରକୁ ଆସିବାର ଠିକ୍ ୩୬୫ ଦିନ ପରେ ୨୦୨୦ ମେ  ୨୯ ତାରିଖ ଦିନ ସରକାର ପ୍ରତିଶ୍ରୁତି ପୁରଣ କେତେ କରିଛନ୍ତି ତାହାର ହିସାବ ଲୋକଙ୍କ ଆଗରେ ଦିଆଯିବ | ପୂର୍ବରୁ ସେ  ଦେଇଥିବା  ଥ୍ରୀ-ଟି ମନ୍ତ୍ର ( ଟିମ୍ ୱାର୍କ, ଟ୍ରାନସପେରନ୍ସି, ଟେକ୍ନୋଲୋଜି)କୁ ଫୋର-ଟି କରିଦେବା ସହ  ଆଉ ଗୋଟିଏ ଟି(ଟାଇମ୍) ଯୋଡ଼ିଛନ୍ତି  ।ତାଙ୍କ ସରକାର ଉପରେ ଓଡ଼ିଶାବାସୀ ପଞ୍ଚମ ଥର ପାଇଁ ଆସ୍ଥା ପ୍ରକଟ କରିଥିବା ଯୋଗୁ ସେ  ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି |

 

0
0
0
s2sdefault