ହେଡଲାଇନସ୍:

ଟିମ ନବୀନ : ନିରଂଜନଙ୍କୁ ଅର୍ଥ, ସୁଦାମଙ୍କୁ ରାଜସ୍ବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତାପଙ୍କୁ ପଂଚାୟତିରାଜ- ନଗର ଉନ୍ନୟନ, ଅରୁଣଙ୍କୁ କୃଷି 

ସୁଶାନ୍ତଙ୍କୁ ଗ୍ରାମ୍ୟ ଉନ୍ନୟନ ରଘୁନନ୍ଦନଙ୍କୁ ଜଳସମ୍ପଦ ସହ ସୂଚନା ଲୋକ ସମ୍ପର୍କ 

ଭୁବନେଶ୍ୱର: ପଞ୍ଚମ ପାଳି ସରକାରରେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ମନ୍ତ୍ରୀ ମଣ୍ଡଳରେ ଅର୍ଥ ବିଭାଗ ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ମିଳିଥିବା ବେଳେ ସୁଦାମ ମାରାଣ୍ଡି ପାଇଛନ୍ତି ରାଜସ୍ବ ବିଭାଗ । ନବାଗତ  ବିଧାୟକରୁ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିବା  ରଘୁନନ୍ଦନ ଦାସଙ୍କୁ ଗୁରୁତ୍ୱପୁର୍ଣ ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିଆଯାଇଛି |

ଆସନ୍ତୁ ଦେଖିବା କିଏ ପାଇଲେ କଣ 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ଗୃହ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ତଥା ଅନ୍ୟ ଅଣଆବଣ୍ଟିତ ବିଭାଗ 

କ୍ୟାବିନେଟ୍ ମନ୍ତ୍ରୀ

୧. ନିରଞ୍ଜନ ପୂଜାରୀ- ଅର୍ଥ, ଅବକାରୀ

୨. ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଏବଂ ପରିବେଶ, ସଂସଦୀୟ ବ୍ୟାପାର

୩. ପ୍ରଫୁଲ୍ଲ କୁମାର ମଲ୍ଲିକ- ଇସ୍ପାତ ଏବଂ ଖଣି, ପୂର୍ତ୍ତ (ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ)

୪. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ, ସମବାୟ

୫. ପଦ୍ମନାଭ ବେହେରା- ଯୋଜନା ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ

୬. ପ୍ରତାପ ଜେନା- ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଆଇନ, ଗୃହନିର୍ମାଣ-ନଗର ଉନ୍ନୟନ

୭. ଅରୁଣ କୁମାର ସାହୁ- କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ, ଉଚ୍ଚଶିକ୍ଷା

୮. ସୁଦାମ ମାରାଣ୍ଡି- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା

୯. ସୁଶାନ୍ତ ସିଂ- ଗ୍ରାମ୍ୟ ଉନ୍ନୟନ, ଶ୍ରମ ଏବଂ ଇଏସଆଇ

୧୦. ନବ କିଶୋର ଦାସ- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ 

୧୧. ଟୁକୁନି ସାହୁ- ମହିଳା ଏବଂ ଶିଶୁ କଲ୍ୟାଣ ଓ ମିଶନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

୧. ଜଗନ୍ନାଥ ସାରକା- ଏସଟି-ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ

୨. ଦିବ୍ୟଶଙ୍କର ମିଶ୍ର- ଶକ୍ତି, ଶିଳ୍ପ,ଏମଏସଏମଇ

୩. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ

୪. ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା

୫. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି

୬. ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା

୭. ରଘୁନନ୍ଦନ ଦାସ- ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ

୮. ପଦ୍ମିନୀ ଦିଆନ- ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ

୯. ତୁଷାରକାନ୍ତି ବେହେରା- ଇଲେକ୍ଟ୍ରୋନିକସ୍ ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବ ବ୍ୟାପାର

 

0
0
0
s2sdefault