ହେଡଲାଇନସ୍:

ବାଇକ ବାଡେଇଦେଲା, ସମବାୟ ତାଲିମ କେନ୍ଦ୍ର ପ୍ରିନ୍ସିପାଲ ଗୁରୁତର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ବାରିପଦା / ଅରବିନ୍ଦ ଦାସ : ଏକ ସଡକ ଦୁର୍ଘଟଣାରେ ସମବାୟ ପରିଚାଳନା ତାଲିମ ସମିତି କେନ୍ଦ୍ରର ପ୍ରିନ୍ସିପାଲ ସଂଜୀବ କୁମାର ଦେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସୂଚନାଯୋଗ୍ୟ ଯେ, ଏକ ବାଇକ ଦୁର୍ଘଟଣାରେ 24.5.2019 ରେ ଅଫିସ ଛୁଟି ପରେ ଦିନ 1.15 ପାଖାପାଖି ରେ ସୂର୍ଯ୍ୟ ନିବାସ  ପାଖରୁ  ଘରକୁ ଯିବା ପାଇଁ office gate ରୁ ମୋଟର ସାଇକେଲ ଯୋଗେ ବାହାରୁଥାଆନ୍ତି ଶ୍ରୀ ଦେ । ଠିକ ସେତିକି ବେଳେ ଗୋଟିଏ ବଜାଜ ମୋଟର ସାଇକେଲରେ ତିନିଜଣ ପିଲା ବସିଥିବା ଦ୍ରୁତ ଗତିରେ ଆସି ତାଙ୍କର ମୋଟର ସାଇକେଲକୁ  ଧକ୍କା ଦେଇଥିଲେ । ଏହି ଧକ୍କାରେ ଶ୍ରୀ ଦେ ମାରିଲା ତଳେ ପଡି ଯାଇଥିଲେ । ସେଠାରୁ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ  ମେଡ଼ିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା ।  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ତୁରନ୍ତ ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା । ସେଠାରେ ସେ ଚିକିତ୍ସିତ ଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।  ଏ ସମ୍ପର୍କରେ ଏକ ଏତଲା ବାରିପଦା ଟାଉନ ଥାନାରେ ରୁଜୁ ହୋଇଛି ।

0
0
0
s2sdefault