ହେଡଲାଇନସ୍:

ସମାଜସେବୀ ପ୍ରସନ୍ନ କୁମାର ସାହୁଙ୍କ ଦେହାନ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଜଗଲପାଟ  ପଞ୍ଚାୟତର ଭାଙ୍ଗମୁଣ୍ଡାଗ୍ରାମର ବରିଷ୍ଠ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ସାହୁଙ୍କ ୭୮ ବର୍ଷ ବୟସରେ ତାଙ୍କ ବାସଭବନରେ ଆଜି ଦିପହର ପ୍ରାୟ ୧ଘ୪୦ମି ସମୟରେ  ଦେହାନ୍ତ ହେଇଛି।

ସ୍ବର୍ଗତ ସାହୁ ପ୍ରାୟ ଏକ ମାସ ହବ ପକ୍ଷାଘାତ ରୋଗରେ ପୀଡିତ ଥିଲେ।ସେ ବରଗଡ ଜିଲ୍ଲା ତଥା ଗାଇସିଲେଟ ଅଞ୍ଚଳର ଏକ ନିଃସ୍ବାର୍ଥପର ସମାଜସେବୀ ତଥା ଏବ ପରୋପକାରୀ ବ୍ୟକ୍ତିତ୍ବର ଏକ ଉଦାହରଣ।ଅନେକ ଗୁଡିଏ ଚାଷୀ ଆନ୍ଦୋଳନର ନେତୃତ୍ଵନେଇ ସେ ଚାଷୀ ନେତା ଭାବରେ ବେଶ ପରିଚିତ ଥିଲେ।ତାଙ୍କ ଜୀବନ କାଳ ମଧ୍ୟରେ ବରଗଡର କାଉନସିଲର,କଠଉମାଲ ଗ୍ରାମପଞ୍ଚାୟତ ସରପଞ୍ଚ,ଜିଲ୍ଲାପରିଷଦ ତଥା ସାହୁ ସମାଜର ସଭାପତି ପରି ବିଭିନ୍ନ ପଦବୀର ଅଧିକାରୀ ଥିଲେ। କଠଉମାଲ ଉଚ୍ଚ ବିଦ୍ୟାଳୟ ,କନ୍ଦୁମୁଣ୍ଡା ଉଚ୍ଚ ବିଦ୍ୟାଳୟ,ବେହେରାମୁଣ୍ଡା ଉଚ୍ଚ ବିଦ୍ୟାଳୟ,ବିନ୍ଧାପାଲି ଉଚ୍ଚ ବିଦ୍ୟାଳୟ ,ଗାଇସିଲେଟ କଲେଜ,ସରଧାପାଲି କଲେଜ ତଥା ଅଞ୍ଚଳର ସ୍ବାସ୍ଥ୍ୟ ଓ ଗମନାଗମନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଅଟେ।ସ୍ବର୍ଗତ ସାହୁଙ୍କ ଅବଦାନରୁ ଜଣାପଡେ ଯେ ସେ ଜଣେ ଶିକ୍ଷାପ୍ରେମୀ ତଥା ଅଞ୍ଚଳ ପାଇଁ ଏକ ଯୁଗପୁରୁଷ ଥିଲେ।ତାଙ୍କ ବିୟୋଗରେ ଗାଇସିଲେଟ ଅଞ୍ଚଳ ତଥା ସମଗ୍ର ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ପ୍ରସନ୍ନ କୁମାର ସାହୁ ତାଙ୍କ ପଛରେ ଧର୍ମପତ୍ନୀ ପୂର୍ଣ୍ଣମାସୀ ସାହୁ,ତିନି ପୁତ୍ର ଅନ୍ତର୍ଯ୍ୟାମୀ ସାହୁ,ଅରବିନ୍ଦ ସାହୁ,ଅମୂଲ୍ୟ ସାହୁ,ଗୋଟିଏ ଝିଅ ସରସ୍ବତୀ ସାହୁ ,ଦୁଇନାତୀ ଗଜପତି ସାହୁ ଓ କୌବର୍ତ୍ତ ସାହୁ ସମେତ ଗୋଟିଏ ନାତୁଣୀ ସନ୍ଧ୍ୟାରାଣୀ ସାହୁଙ୍କୁ ଛାଡିଯାଇଛନ୍ତି।ଜୈଷ୍ଠ ପୁତ୍ର ଅନ୍ତର୍ଯ୍ୟାମୀ ସାହୁ ମୁଖାଗ୍ନି ଦେଇଥିବା ବେଳେ ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ।

0
0
0
s2sdefault