ରେଢ଼ାଖୋଲ ରେ ତାପମାତ୍ରା ୪୫ ଡ଼ିଗ୍ରୀ ଟପିଲା, ଦାଉ ସାଧୁଛି ବିଦ୍ୟୁତ ବିଭାଗ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରାଞ୍ଚଳରେ ତାପମାତ୍ରା ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି I ଗତ ଶନିବାର ଓ ରବିବାର ଅଞ୍ଚଳରେ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଛି I ଏହା ପୂର୍ବରୁ ଅଞ୍ଚଳର ତାପମାତ୍ରା ୪୪ ଡ଼ିଗ୍ରୀ ରେ ସିମୀତ ରହିଥିଲା I ହେଲେ ତାପମାତ୍ରା ବୁଦ୍ଧି ଯୋଗୁଁ ମଧ୍ୟାହ୍ନ ୧୨ ଟା ପରେ ରାସ୍ତାରେ ଲୋକଙ୍କ ଯାତାୟତ କମିବାରେ ଲାଗିଛି I ପ୍ରବଳ ଗରମକୁ ଦେଖି ଲୋକେ ଅଂଶୁଘାତରୁ ରକ୍ଷା ପାଇଁ ସଚେତନତା ଅବଲମ୍ବନ କରୁଛନ୍ତି I ପଥଚାରୀ ଓ ଯାତ୍ରୀଙ୍କୁ ପଚାରିଲେ ଚଳିତ ବର୍ଷ ଅସହ୍ୟ ଗରମ ହେଉଛି I ଅତି ଜରୁରୀ କାମ ଥିଲେ ଘରୁ ପଦାକୁ ବାହାରିବାକୁ ପଡ଼ୁଛି ବୋଲି ପ୍ରକାଶ କରିଛନ୍ତି I ଅନ୍ୟ ପକ୍ଷେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୁଷ୍ଟିରେ ରଖି ଯାତ୍ରୀବାହୀ ବସ୍ ଗୁଡ଼ିକରେ ମଧ୍ୟ ଯାତ୍ରୀ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି I ଗରମ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସହରରେ ବାରମ୍ବାର ବିଦ୍ୟୁତ୍ ବ୍ୟାଘାତ୍ ଯୋଗୁଁ ଉପଭୋକ୍ତା ମଧ୍ୟରେ ଅସନ୍ତୋଷ ବୁଦ୍ଧିପାଇବାରେ ଲାଗିଛି |

 

 

 

0
0
0
s2sdefault