ବଢୁଛି ଅପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଅପରାଧିକ ବା ଫୌଜଦାରୀ ମାମଲା ଥିବା ବିଧାୟକମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି |

ବିଧାନସଭାକୁ ନିର୍ବାଚିତ ହୋଇଥିବା ମାନ୍ୟବର ବିଧାୟକଙ୍କ ମଧ୍ୟରୁ ୪୬ % ଅର୍ଥାତ ୬୭ଜଣଙ୍କ ନାମରେ ଅପରାଧିକ ବା ଫୌଜଦାରୀ ମାମଲା ରହିଛି | ୨୦୧୪ରେ ଏହି ସଂଖ୍ୟା ୩୫% ଅର୍ଥାତ ୫୨ ଜଣ ଥିଲା| ୨୦୦୯ରେ ଏହି ସଂଖ୍ୟା ୩୩% ଅର୍ଥାତ ୪୮ ଜଣାଥିଲା |

ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ମାନ୍ୟବର ବିଧାୟକଙ୍କ ୩୪% ଅର୍ଥାତ ୪୯ ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ସଂଗୀନ ମାମଲା ରହିଛି | ୨୦୧୪ରେ ଏହି ସଂଖ୍ୟା ୪୧ ଜଣ ଅର୍ଥାତ ୨୮ % ଥିଲା |୨୦୦୯ରେ ୩ହି ସଂଖ୍ୟା ୨୧% ଅର୍ଥାତ ୩୧ଜଣ ରହିଥିଲା | ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟଙ୍କ ମଧ୍ୟରୁ ଦୁଇଜଣଙ୍କ ନାମରେ ହତ୍ୟା ମାମଲା ରହିଛି | ୧୧ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି | ଅପରାଧିକ ମାମଲା ଥିବା ବିଧାୟକଙ୍କ ମଧ୍ୟରେ ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ  ୪୬ ଜଣ(୪୧%) , ବିଜେପିର ୨୩ ବିଧାୟକଙ୍କ ମଧ୍ୟରୁ ୧୪ ଜଣ(61%) ଓ କଂଗ୍ରେସର ୯ ଜଣଙ୍କ ମଧ୍ୟରୁ ୬ଜଣ (୬୭%)  ବିଧାୟକ ରହିଛନ୍ତି | ସଂଗୀନ  ଅପରାଧିକ ମାମଲା ଥିବା ବିଧାୟକଙ୍କ ମଧ୍ୟରେ ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ  33 ଜଣ(30%) , ବିଜେପିର ୨୩ ବିଧାୟକଙ୍କ ମଧ୍ୟରୁ 10 ଜଣ(୪୪  %) ଓ କଂଗ୍ରେସର ୯ ଜଣଙ୍କ ମଧ୍ୟରୁ 5ଜଣ (୫୬ %)  ବିଧାୟକ ରହିଛନ୍ତି |(ସୌଜନ୍ୟ : ଏଡିଆର)

0
0
0
s2sdefault