ବ୍ରହ୍ମକମଳ ଲାଗିହେଲେ ଶ୍ରୀରଘୁନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କର ଚନ୍ଦନ ଯାତ୍ରା ଚାଲିଥିବା ସମୟରେ ରାମସାଗର ପୁଷ୍କରିଣୀରେ ଚାପଖେଳି ଚନ୍ଦନ କୁଣ୍ଡରେ ବିଶ୍ରାମ ନେଉଥିବା ବେଳେ ଶ୍ରୀଜିଉମାନଙ୍କୁ ବ୍ରହ୍ମକମଳ ପୁଷ୍ପ ଲାଗିକଲେ ସେବକ । ଏହାପରେ ଶ୍ରୀଜିଉ ନଗର ପରିକ୍ରମାକରି ରତ୍ନବେଦିକୁ ବିଜେହୋଇଥିଲେ । ସାଧାରଣତଃ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ମାସ ମାନଙ୍କରେ ବ୍ରହ୍ମକମଳ ଫୁଲ ଫୁଟିବାର ଦେଖାଯାଏ । ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅବେଳରେ ସ୍ଥାନୀୟ ବିଜୟ ମଣ୍ଡପ ସାହିର ଆଦର୍ଶ ପଟ୍ଟନାୟକଙ୍କ ସାଇସ୍ୱପ୍ନ ବାସଭବନରେ ଫୁଲ ଫୁଟିବାର ଉପକ୍ରମ ଆରମ୍ଭ ହୋଇଥିବା ବେଳେ ଗଛ ନିକଟରେ ଧୁପ ଦୀପଦେଇ ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା । ପରେ ଶନିବାର ରାତିରେ ବ୍ରହ୍ମକମଳ ଫୁଲ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା । 

0
0
0
s2sdefault