ରାୟଗଡା (ସରୋଜ ସାହୁ) – ସକାଳ ୭ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ରାୟଗଡା ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲାଗିବ । ଏହି ନିୟମକୁ କଡାକଡି ପାଳନ କରାଯିବା ସହ ଖିଲାଫକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ୨୦୧୮ ମସିହା ଜାନୁୟାରୀ ଏବଂ ଫେବୃୟାରୀ ମାସରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲାଗିଥିଲା । ୨ ମାସ ପରେ ପୁଣି ଥରେ ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ରାୟଗଡା ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ଦିନରେ ଭାରିଯାନ ଚଳାଚଳ ଉପରେ ପ୍ରଶାସନ ତରଫରୁ ଅଙ୍କୁଶ ଲଗାଯାଇନଥିଲେ । ରାୟଗଡା ଜିଲ୍ଲା ଏବଂ ପୋଡଶୀ ଜିଲ୍ଲାରେ ବୃହତ ଶିଳ୍ପ କାରଖାନା ଥିବାରୁ ଦିନକୁ ଦିନ ଭାରିଯାନ ବାହାନର ଚଳାଚଳ ସଂଖ୍ୟା ବଢିବାରେ ଲାଗିଥିଲା । ରାୟଗଡା ଠାରେ ଥିବା ଜେକେ କାଗଜ କଲ, ଥେରୁବାଲି ଠାରେ ଥିବା ଇମ୍ଫା ଫେରୋକ୍ରୋମ, ଟିକିରି ଦୋରାଗୁଡା ଠାରୁ ଥିବା ଉକ୍ରଳ ଆଲୁମିନା ଇଂଟରନ୍ୟାସନାଲ ଏବଂ ମୁନିଗୁଡା ବ୍ଲକ ସୀମାନ୍ତ କଳାହାଣ୍ଡିରେ ଥିବା ବେଦାନ୍ତ କଂପାନୀକୁ ପ୍ରତିିଦିନ ଶହ ଶହ ସଂଖ୍ୟକ ଭାରିଯାନ ରାୟଗଡା ସହର ଦେଇ ଅବାଧରେ ଚଳାଚଳ କରୁଛି । ଏଥି ସହ ରାୟଗଡା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବାରୁ ଶହ ଶହ ସଂଖ୍ୟକ ଟ୍ରକ କୋଲକତା ଏବଂ ରାୟପୁର ଅଭିମୁଖେ ଯାଉଛନ୍ତି । ଯ ଦ୍ୱାରା ରାୟଗଡା ରାୟଗଡା ସହରବାସୀ ନିଜ ଜୀବନକୁ ବାଜି ଲଗାଇ ସହର ମଧ୍ୟରେ ଯାତାୟତ କରୁଥିବାର ଦେଖାଯାଉଛି । ତେବେ ଏ ସବୁ ପ୍ରତିକୂଳ ପରିସ୍ଥିରେ ସହରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତଥା ରାୟଗଡା ସହର ମଧ୍ୟରେ ଭାରିଯାନ ଚଳାଚଳକୁ କମାଇବା ପାଇଁ ବିକଳ୍ପ ଭାବେ ଏକ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇଆସୁଥିଲା । କିନ୍ତୁ ପ୍ରସ୍ତାବିତ ବାଇପାସ ଫାଇଲ ନାଲି ଫିତା ତଳେ ବନ୍ଧା ହୋଇପଡିଥିବା ଜଣାପଡିଛି । ପ୍ରଶାସନିକ ତଥା ରାଜନୈତିକ ଦଳର ଇଛାଶକ୍ତିର ଅଭାବ ଯୋଗୁଁ ପ୍ରସ୍ତାବିତ ବାଇପାସ ରାସ୍ତାର ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ବର୍ତମାନ ପୁଣି ଥରେ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ବିରୋଧ କରି ଆଗକୁ ଆସିଛନ୍ତି ସହରବାସୀ । ଚଳିତ ମାସ ୧୯ ତାରିଖ ଦିନ ଏକ ମାଲବାହୀ ଟ୍ରକ ଚାପାରେ କେ.ପ୍ରତୀକ ଦୋରା ନାମକ ଏକ ନାବାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏପରି ଏକ ହୃଦୟବିଦାରକ ଘଟଣା ଘଟିବା ପରେ ରାୟଗଡା ବାର ଆସୋସିଏସନ ଏବଂ କିଛି ସ୍ୱଛାସେବୀ ସଂଗଠନର ଯୁବକ ମାନେ ଜିଲ୍ଲା ଆରକ୍ଷୀ ଅ୍ଧିକ୍ଷକ ଡ. ଶ୍ରର୍ବଣା ବିବେକ ଏମ ଏବଂ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦେଳେଇଙ୍କୁ ଭେଟି ସହର ମଧ୍ୟରେ ସକାଳ ୭ଟା ରୁ ରାତ୍ର ୧୧ ପର୍ଯ୍ୟନ୍ତ ସହର ମଧ୍ୟରେ ଭାରିଯାନ ଚଳାଚଳ କୁ ରୋକ ଲଗାଇବା ପାଇଁ ନିବେଦନ କରିଥିଲେ । ପୋଲିସ ପ୍ରଶାସନ ତରଫରୁ ମଧ୍ୟ ତପôରତା ଦେଖାଇ ଭାରିଯାନ ଗୁଡିକୁ ଶେଷଖାଲ ଏବଂ ଅମ୍ଲାଭଟ ଠାରୁ ଅଟକ ରଖାଯାଇ ରାତ୍ରି ସମୟରେ ଛଡା ଯାଉଥିଲା । କିନ୍ତୁ ଗତକାଲି ରାତି ୮ ସମୟରେ ରାୟଗଡା ସହର ମଧ୍ୟରେ ଭାରିଯାନ ପ୍ରବେଶ କରିଥିବା ଦେଖିବାକୁ ମିଳିଥିବା । କୋରାପୁଟ ଛକ ଠାର ସ୍ୱଛାସେବୀ ସଂଗଠନ ଯୁବକ ମାନେ ଭାରିଯାନ ଗୁଡିକୁ ଅଟକାଇ ରଖି ପୋଲିସ ଏବଂ ପରିବହନ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ରାୟଗଡା ଏସଡିପିଓ ତପନ କୁମାର ରଥ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ଏ ନେଇ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇଙ୍କ ସହ ଆଲୋଚନା କରିଥିଲେ । ଶ୍ରୀରଥ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଦିନ ୭ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ରୋକ ଲଗାଯାଇଛି । ଏଥି ନିମନ୍ତେ ଡ୍ରାଇଭର ଏବଂ ଟ୍ରକ ମାଲିକ ମାନଙ୍କୁ ସଚେତନ କରାଯାଇଛି । ଏ ନେଇ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ ପ୍ରକାଶ କରିଛନ୍ତି ବର୍ତମାନ ସକାଳ ୭ ଟାରୁ ରାତ୍ର ୧୧ ଟା ଯାଇଁ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଛି ଏଥି ସହ ଡ୍ରାଇଭର ଏବଂ ଗାଡି ମାଲିକ ମାନଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ସହର ଏବଂ ସହର ବାହାରେ ହୋର୍ଡିଂ ଲଗାଯିବାର ବନେ୍ଦାବସ୍ତ ଖୁବ୍ ଶୀଘ୍ର କରାଯିବ ।
ରାଜ୍ୟ
ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲାଗିବ ଖିଲାଫକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
- Hits: 436
