ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା (ସରୋଜ ସାହୁ) – ଯୁକ୍ତ ୩ ଶେଷ ବର୍ଷର ଫଳାଫଳ ଘୋଷଣା ହୋଇଯାଇଅଛି  । ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ୨୦୧୬ ଠାରୁ ୨୦୧୯ ମସିହାରେ କଳା ବିଭାଗର ୨୫୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୭୪ ପ୍ରତିଶତ ହାରରେ ୧୮୮ ଜଣ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ବିଭାଗରେ ୨୮୮ ଜଣ ଛାତ୍ରୀ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସଫଳତାର ସହ ୭୫.୭ ପ୍ରତିଶତ ହାରରେ ୨୧୮ ଜଣ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୨୬୨ ଜଣ ପରୀ କ୍ଷା ଦେଇଥିବା ବେଳେ ୬୭.୨ ପ୍ରତିଶତ ହାରରେ ୧୭୬ ଜଣ ପାସ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ତିନି ବର୍ଷର ପରୀ କ୍ଷା ଫଳକୁ ମିଶାଇ ଏହି ରେଜଲ୍ଟ  ପ୍ରକାଶ କରାଯାଇଥିବା ରାୟଗଡ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ତ୍ରିପାଠୀ ପ୍ରକାଶ କରିଛନ୍ତି ।  ଯୁକ୍ତ ତିନି ପରୀକ୍ଷାକୁ ସୂଚାରୁରୂପେ ସଂପାଦନ କରିବ ନିମନ୍ତେ ନିୟନ୍ତ୍ରକ ଭାବେ ପ୍ରଫେସର ପି.କେ.ଗନ୍ତାୟତ ନିଯୁକ୍ତି ପାଇଥିଲେ ।   

 

0
0
0
s2sdefault