ବିକାଶ ମାନଚିତ୍ : ଅଭୟାରଣ୍ୟ ଭିତରେ, ଉପେକ୍ଷିତ ୧୭ ଗାଁ !
ବୌଦ୍ଧ(ଶାସକ ପ୍ରସାଶକ); ଅନୁଗୁଳ, ବୌଦ୍ଧ ଓ ନୟାଗଡ ଜିଲ୍ଲାକୁ ନେଇ ୧୯୭୬ ରେ ଗଢ଼ଯାଇଛି ସାତକୋଶିଆ ଅଭୟାରଣ୍ୟ । ଏହି ଅଭୟାରଣ୍ୟ ପରିସର ମଧ୍ୟରେ ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଓ ମହାଲିକପଡ଼ା ପଞ୍ଚୟାତ ର ୧୭ ଟି ଗାଁ । କୁମାରୀ, ଅତଲସାରା, ଶୀତଳପାଣି, ମାରଡା, ଭାପୁର, କରଡାକଟା, ହାତୀଗଡ଼, ବୁଡ଼ାଂବା, ନୂଆପଡ଼ା, ସେମିଗୁଡ଼ା, ସିରିପାଜୁ, ଗେରେଡିସାହି, ହିନ୍ଦଳ, ସାତଖଣ୍ଡା, ବୁଡିବାଡି ଓ ପଦ୍ମତୋଳା ଆଦି ୧୭ ଟି ଗାଁ ରେ ଅଧିକାଂଶ ଲୋକ ଆଦିବାସୀ କନ୍ଧ ସଂପ୍ରଦାୟର । ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବା ଏହି ମଣିଷଙ୍କ ପାଇଁ ସରକାରୀ ଯୋଜନା ସତେ ଯେପରି ସ୍ୱପ୍ନ ପାଲଟିଛି । ଅଭୟାରଣ୍ୟ ଭିତରେ ଥିବା ଅତଲସରା, କୁମାରୀ , ହାତୀଗଡ. ଗେରେଡିସାହି ଆଦି ଗାଁରେ ବିଦ୍ୟାଳୟ ରହିଛି ଏବଂ ମାରଡା ଗ୍ରାମରେ ବିଦ୍ୟାଳୟ ଥିଲା , ଏବେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ମାରଡ଼ା ବିଦ୍ୟାଳୟଟି ସରକାର ବନ୍ଦ କରିଦେଇଛନ୍ତି ପ୍ରକୃତ ତଥ୍ୟ ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଯାଉନଥିବାରୁ ଆଦିବାସୀମାନେ ପିଲାମାନଙ୍କୁ ଗାଇଗୋରୁ ଚରାଇବାସହ ଜଙ୍ଗଲରୁ ଜଙ୍ଗଲଦ୍ରବ୍ୟ ସଂଗ୍ରହରେ ବାପାମାନଙ୍କୁ ସାହାଯ୍ୟ କରନ୍ତି । ଏବେ ମାରଡ଼ା ଗ୍ରାମର ୫ ଜଣ ଛାତ୍ରଛାତ୍ରୀ ମହାଦନୀ ପାର ହୋଇ ଅନୁଗୋଳ ଜିଲ୍ଲା ଟିକରପଡ଼ା ବିଦ୍ୟାଳୟରେ ପାଠ ପଢୁଛନ୍ତି । ଶିକ୍ଷା ବ୍ୟବସ୍ତା ପରି ଗୋଯାଯୋଗ ବ୍ୟବସ୍ତା ବି ତଦୃପ । ସାତଖଣ୍ଡ, ପଦ୍ମତୋଳା , ବୁଡାଂବା, ସେମିଗୁଡ଼ା , କୁଟିବାଡି, ସୁନାଖଣିଆ ଆଦି ଗାଁକୁ ଯିବାକୁ ରାସ୍ତା ନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭ୍ୟୟାରଣ୍ୟରେ ଥିବା ଗାଁରେ ସର୍ବାଧିକ ପ୍ରସବଜନିତ ମୃତୁ୍ୟ ହେଉଥିବା ଜଣାପଡିଛି । ମ୍ୟାଲେରିଆ ଓ ଝାଡାବାନ୍ତି ରୋଗରେ ପ୍ରତି ବର୍ଷ ଏହି ଗାଁରୁ ଲୋକେ ମରନ୍ତି । ଏହି ଦୁର୍ଗମ ଅଞ୍ଚଳକୁ କବେେ ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ପାଦ ପଡେନି । ଏହି ସବୁ ଗାଁଠାରୁ ୫୦ କି.ମି. ଦୂରରେ ହରଭଙ୍ଗାଠାରେ ସରକାରୀ ଡାକ୍ତର ଖାନା ଅଛି । ଏହି ସବୁ ଗାଁ ଦୁର୍ଗମ ଅଞ୍ଚଳ ଅବସ୍ତା ରାସ୍ତା ନାହିଁ ତେଣୁ ଡାକ୍ତର ଆସୁନାହାନ୍ତି । ସେଥିପାଇଁ କେହି ରୋଗରେ ପଡିଲେ ଲୋକେ ରୋଗୀଙ୍କୁ ଖଟରେ କାନ୍ଧ ସହାର୍ଯ୍ୟରେ ବୋହି ଡାକ୍ତରଖାନାକୁ ନେଇଥାନ୍ତି । ଏପରି କେତେ ରୋଗୀ ଡାକ୍ତରଖାନା ପହଞ୍ଚôବା ଆଗରୁ ଶେଷ ନିଶ୍ୱାସ ତ୍ୟାଗ କରିଥିାନ୍ତି । ସରକାରଙ୍କ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏଠାରେ କେତେକ କାମ କରାଯାଉଥିଲେ ବି ତାହା ସଠିକ୍ ଭାବରେ ହଉନଥିବା ଅଭିଯୋଗ ହେଉଛି । ଏହି ଅଭ୍ୟୟାରଣ୍ୟ ଅଞ୍ଚଳ କେବେଳ କବ୍ୟପ୍ରାଣୀ ବିଭାଗ ତରଫରୁ ଖୁବ୍ କମ୍ କାମ ହୁଏ । ଫଳରେ ବନବାସୀମାନେ ନିୟମିତ କାମ ଧନ୍ଦା ପାଆନ୍ତି ନାହିଁ । ଏଠିକାର ଲୋକେ ମୁଖ୍ୟତଃ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି । ଏମାନଙ୍କ ମଧ୍ୟରୁ ବହୁ ଦାରିଦ୍ର ଲୋକ ଅଛନ୍ତି ସେମାନଙ୍କର ଘର ଖଣ୍ଡେ ମଧ୍ୟ ନାହିଁ । ଅଞ୍ଚଳର ଅଧିକାଂଶ ପରିବାର ବି.ପି.ଏଲ୍ କାର୍ଡରୁ ବାଦ୍ ପଡ଼ିଛନ୍ତି । ପ୍ରଶାନକୁ ବହୁବାର ଦାବିକଲେ ମଧ୍ୟେ ସେମାନଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ । ଏହି ୧୭ ଖଣ୍ଡ ଗାଁ ଏବେ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଭିତରେ ଅବସ୍ଥିତ । ବନ୍ୟପ୍ରାଣୀ ବିଭାଗ ସେମାନଙ୍କ ମୌଳିକ ଅଧିକାର ଛଡାଇ ନିଆଯାଇଛି । ଏପରି ବନବିଭାଗ ସେମାନଙ୍କ ଚାଷଜମିରେ ଥିବା ଗଛକାଟିବାରୁ ବାରଣ କରିବା ସହ ଚାଷ ଜମିର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହରେ କଟକଣା ଜରି କରିଛି । ଏପରିକି ଗାଈ, ଛେଳି ଓ ମେଣ୍ଢା ଭଳି ସେମାନଙ୍କ ଗୃହପାଳିତ ପଶୁଙ୍କ ବନ୍ୟଜନ୍ତୁ ଖାଇଲେ ବି ଏ ବାବଦରେ ସେମାନଙ୍କ କ୍ଷତିପୂରଣ ମିଳେ ନାହିଁ । ଅଧରକାଂଶ ଗାଁରେ ନଳକୂପ ନ ଥିବାରୁ ଲୋକେ ଝରଣା ଓ ନାଳରୁ ପାଣି ଆଣି ବ୍ୟବହାର କରନ୍ତି । ବିଦୁ୍ୟତ୍ କଥା ନ ପଚାରିଲେ ଭଲ । ଜଙ୍ଗଲ ମଣିଷ ଜଙ୍ଗଲ ଭିତେ ଏମାନେ ପଶୁଭଳି ବଞ୍ଚôଛନ୍ତି । ସାତକୋଶିଆର ଜାତୀୟ ବ୍ୟାଘ୍ର ସଂରକ୍ଷଣ , ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ, ଜଙ୍ଗଲ ଉନ୍ନୟନ ନିଗମ ଓ ଇକୋଟୁରିଜିମ୍ ଆଦି ବାବଦରେ କୋଟି କୋଟି ଟଙ୍କା ବିନିଯୋଗ ହେଉଛି । କିନ୍ତୁ ଏହି ଅଭୟାରଣ୍ୟ ଅଞ୍ଚଳରେ ପୁରୁଷ ପୁରୁଷ ଧରି ରହି ଆସୁଥିବା ୧୭ ଟି ଗାଁ ଲୋକଙ୍କୁ ମୌଳିକ ସୁବିଧା ମିଳୁନି । କାଗଜ କଲମରେ ବିକାଶକାମ ଚାଲୁଥିବା ବେଳେ ପ୍ରକୃତ ସ୍ଥଳେ ବ୍ୟାପକ ଅର୍ଥ ହେରଫେର ହେଉଥିବା ବେଳେ ସାଧାରଣରେ ଅଭି÷ଯୋଗ ହେଉଛି । ଅଭୟାରଣ୍ୟ ମଧ୍ୟରେ ରହୁଥିବା ଲୋକମାନଙ୍କ ସମସ୍ୟା ଉପରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଦୟାନିଧି ସେଠୀଙ୍କୁ ପଚାରିବାରୁ , ସେ କହିଲେ ଅଭୟାରଣ୍ୟ ଭିତରେ ଥିବା ଗାଁ ଗୁଡିକରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୬ ମାସରେ ଥରେ ସ୍ୱାସ୍ଥ୍ୟମେଳା କରାଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଦେବା ସହ ବନ୍ୟଜନ୍ତୁ ଫସଲ କ୍ଷତି କଲେ ତାହାର କ୍ଷତିପୂରଣ ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଛନ୍ତି । କିଛି ଗ୍ରାମକୁ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏହ ସେଞ୍ଚୁରୀ ଅଞ୍ଚଳ ହୋଇଥିବାରୁ ଯାତାୟତରେ କଟକଣା କରାଯାଇଛି । ତେଣୁ ସାତକୋଶିଆଅଭୟାରଣ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବିକାଶର ଆଲୋକଆଉ କେବେ ଦୂର ହେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।