ହେଡଲାଇନସ୍:

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁଗୋଳ ବିଭାଗର ଛାତ୍ରଙ୍କ ସମ୍ମାନରେ ଉଲ୍ଲୋଖନୀୟ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

paralakhemundi/ balakrisna panigrahi : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୧୯ ପ୍ରକାଶିତ ଫଳାଫଳରୁ ଭୁଗୋଳ ବିଭାଗର   ସିମାଞ୍ଚଳ ନାୟକ ସମ୍ମାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ (ଟପ୍ପର) ଅଧିକାରୀ କରି କଳାରେ ମହାବିଦ୍ୟାଳୟର  ବେଷ୍ଟ ଗ୍ରେଜୁଏଟ୍‍ ଆଖ୍ୟା ଅର୍ଜ୍ଜନ କରିଛନ୍ତି । ସେହିପରି ଭୂଗୋଳ ସମ୍ମାନରେ  ମୁନ୍ନା ପ୍ରଧାନ ସମ୍ମାନରେ ୭୩ ଶତକଡା ନମ୍ୱର ରଖି ପ୍ରଥମ ଶ୍ରେଣୀରେ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଡିସ୍‍ଟିନସନ ମଧ୍ୟ ପ୍ରାପ୍ତ କରିଛନ୍ତି । ତାଙ୍କର ଯୁକ୍ତ୨ରେ ଭୁଗୋଳ ନଥାଇ ମଧ୍ୟ ଯୁକ୍ତ୩ରେ ଏହିଭଳି ଉଲ୍ଲେଖନୀୟ ସଫଳତା ଅର୍ଜ୍ଜନ କରିଛନ୍ତି । ଅଭିଷେକ ମହାପାତ୍ର ସମ୍ମାନରେ ୭୨ ପ୍ରତିଶତ ନମ୍ୱର ଏବଂ ଡିସ୍‍ଟିନସନ ସହ ପ୍ରଥମ ଶ୍ରେଣୀରେ ତୃତୀୟ ସ୍ଥାନ ପ୍ରାପ୍ତ କରିଛନ୍ତି । ଶ୍ରୀ ମହାପାତ୍ର ଜବାହାରନବୋଦୟ ପାରଳାଖେମୁଣ୍ଡିର ଛାତ୍ର (ଦଶମ)ରେ ଉଭୟ ଯୁକ୍ତ୨ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର । ଭୁଗୋଳ ଜ୍ଞାନ ଅର୍ଜନ ପାଇଁ ପ୍ରବଳ ଆଗ୍ରହ ଉଭୟଙ୍କ ସେମିନାର ଆୟୋଜନ ତଥା ଗବେଷଣା ମୂଳକ ପ୍ରବନ୍ଧ ପ୍ରସ୍ତୁତିରେ ଏବଂ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ସେମାନଙ୍କ ସଫଳତା ପଛରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଇନୁଭୁଷଣ ସାହୁ ଓ ଅଧ୍ୟାପକ ବୈଲଚନ ବେହେରାଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭୂଗୋଳ ଆଲୋଚନା ଚକ୍ର ତରଫରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ ସହ ଭବିଷ୍ୟତ ଉଜ୍ଜ୍ୱଳମୟ ପାଇଁ କାମନା ଓ ଶୁଭେଛା ।

 

0
0
0
s2sdefault