ହେଡଲାଇନସ୍:

ନୂଆପଡ଼ାରେ ରାଜେନ୍ଦ୍ର, ଖଡ଼ିଆଳରେ ଅଧିରାଜଙ୍କ ବାଜିମାତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,୨୪ା୫: ବହୁ ପ୍ରତିକ୍ଷାର ଆଜି ଅନ୍ତ ଘଟିଛି । ନିର୍ବାଚନର ଏକ ମାସ ୧୩ ଦିନ ପରେ ଘୋଷଣା ହୋଇ ନିର୍ବାଚନୀ ଫାଳଫଳ । ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡିଆଳ ବିଧାନ ସଭା ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ବାଜିମାତ କରିଛନ୍ତି । ଏବେ ବିଜୟୀ ପ୍ରାର୍ଥୀ ଓସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଳ ଲାଗି ରହିଥିବା ବେଳେ ପରାଜିତ ପ୍ରାର୍ଥୀ ଓ ସମର୍ଥଙ୍କ ଭିତରେ ନିଜର ଦୋଷତୃଟି ସମୀକ୍ଷା କରି ଜନାଦେଶକୁ ସ୍ୱୀକାର କରିଛନ୍ତି ।

ଗୁରୁବାର ସକାଳ ୮ଟାରେ ନିଦ୍ଧାରିତ ସମୟରେ ଖରିଆରରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାର ନୂଆପଡ଼ା ଓ ଖଡିଆଳ ବିଧାନ ସଭା ମଣ୍ଡଳୀ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା । ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ଭୋଟ ଗଣତି ଆରମ୍ଭରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଓ ବିଜେପି ପ୍ରାର୍ଥୀ ଇଂ ହୋମସିଂ ମାଝିଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଭୋଟ ଗଣତିର ୧୦ ରାଉଣ୍ଡ ପରେ ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଳିଥିଲା । ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ୨୨,୨୦୨ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ୧୫,୬୩୩ ଓ ବିଜେପି ପ୍ରାର୍ଥୀ ଶ୍ରୀ ମାଝୀ ୧୦,୯୦୩ ଖଣ୍ଡ ଭୋଟ ପାଇଥିଲେ । ଗଣତିର ୨୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ୪୧,୩୭୯ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ୩୧,୫୩୫ ଖଣ୍ଡ ଓ ବିଜେପି ପ୍ରାର୍ଥୀ ୨୦,୫୦୩ ଖଣ୍ଡ ଭୋଟ ପାଇଥିଲେ । ସଦର ବ୍ଲକରେ ଶ୍ରୀ ଢୋଲକିଆ ଆଗୁଆ ରହି କୋମନା ବ୍ଲକକୁ ଯାଇଥିଲେ । ତେବେ ସେଠାରେ ମଧ୍ୟ ସେ ଆରମ୍ଭରୁ ଆଗୁଆ ରହିଥିଲେ । ଶେଷରେ ୩୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ୬୫,୩୧୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ୪୫,୧୩୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ମାଝୀ ୨୯,୧୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ଠାରୁ ୨୦ ହଜାର ୧୭୮ ଭୋଟରେ ବାଜିମାତ ମାରିଥିଲେ । ସ୍ୱାଧିନ ପ୍ରାର୍ଥୀ ଯଦୁମଣି ପାଣିଗ୍ରାହୀ ୧୬,୪୨୪ ଖଣ୍ଡ, ବହୁଜନ ସମାଜବାଦୀ ପାର୍ଟ୍ଟିର କୁନ୍ତୀ ସାହୁ ୧୮୩୨ ଖଣ୍ଡ, ସମତା କ୍ରାନ୍ତୀ ଦଳର ଭରତ ତ୍ରୀପାଠୀ ୧୪୦୬,ସ୍ୱାଧିନ ପ୍ରାର୍ଥୀ ଭୁଜବଲ ଆଡବଙ୍ଗ ୧୧୩୩, ଲୋଚନସିଂ ମାଝି ୨୨୮୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ନୋଟାରେ ୧୪୮୭ ଖଣ୍ଡ ଭୋଟ ଯାଇଥିଲା ।

ସେହିପରି ଖଡିଆଳ ବିଧାନ ସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ, କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଓ ବିଜେପି ପ୍ରାର୍ଥୀନୀ ରୀତାରାଣୀ ବଗର୍ତ୍ତୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଭୋଟ ଗଣତିର ୧୦ ରାଉଣ୍ଡରୁ ଶେଷ ପର୍ଯ୍ୟନ୍ତ ଜୋରଦାର ଲଢେଇ ହୋଇଥିଲା । ଭୋଟ ଗଣତିରେ ୧୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଶ୍ରୀ ନିଆଲ ୧୭,୨୨୪, କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୦,୫୧୪ ଖଣ୍ଡ ଓ ବିଜେପି ପ୍ରାର୍ଥୀନୀ ବଗର୍ତ୍ତୀ ୧୫,୦୯୪ ଖଣ୍ଡ ଭୋଟ ପାଇ କଡା ମୁକାବିଲା ହୋଇଥିଲା । ଗଣତିର ୨୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଶ୍ରୀ ନିଆଲ ୩୪,୭୮୮ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୩୮,୮୨୪ ଓ ବିଜେପି ପ୍ରାର୍ଥୀନୀ ବଗର୍ତ୍ତୀ ୩୨,୭୬୭ ଖଣ୍ଡ ଭୋଟ ପାଇ କଡା ଟକ୍କର ହୋଇଥିଲା । ଶେଷରେ ରାଉଣ୍ଡ ସୁଦ୍ଧା ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୨୫୮୨ ଖଣ୍ଡ ଭୋଟରେ ବାଜି ମାରି ନେଇଥିଲେ । ଶେଷ ୩୧ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ୫୮,୭୭୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ପ୍ରାର୍ଥୀ ଶ୍ରୀ ନିଆଲ ୫୬,୧୮୯ ଖଣ୍ଡ ପାଇ ଦ୍ୱିତୀୟ ସ୍ଥାନରେ ଓ ବିଜେପି ପ୍ରାର୍ଥୀନୀ ବଗର୍ତ୍ତୀ ୫୧,୮୯୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏବେ ନୂଆପ ବା ବିଧାନ ସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ରହିଥିବା ବେଳେ ପରାଜିତ କଂଗ୍ରେସ ଓ ବିଜେପି ଶିବିରରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସେହିପରି ଖଡିଆଳ ବିଧାନ ସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ମାନେ ବିଜୟ ଉତ୍ସବ  ମନାଉଥିବା ବେଳେ ଉଭୟ ପରାଜିତ ପ୍ରାର୍ଥୀ ବିଜେଡି ଓ ବିଜେପି ଶିବିରରେ ଦୁଃଖର ମାହୋଳ ଦେଖା ଦେଇଛି ।

0
0
0
s2sdefault