ହେଡଲାଇନସ୍:

ମାଟ୍ରିକ ପରୀକ୍ଷାଫଳ :  ଓଡଗାଁ ଏନଏସିରୁ ଏ୧ରେ ୮ ଉନ୍ନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ: ମାଧ୍ୟମିକ ଶିକ୍ଷା ପରିଷଦ ୨୦୧୯ ବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି । ସେଥି ମଧ୍ୟରୁ ୮ଜଣ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ୧ ଗ୍ରେଡରେ ଉନ୍ନୀତ ହୋଇଛନ୍ତି । ସ୍ଥାନୀୟ ରଘୁନାଥ ବିଦ୍ୟାପୀଠର ପାସହାର ୭୦ ହୋଇଥିବା ବେଳେ ଶ୍ରୀକାନ୍ତ ସାହୁ ୫୬୪, ପ୍ରଭୁଦତ୍ତ  ପାଣିଗ୍ରାହୀ ୫୪୦,ଚିନ୍ମୟ ସାମଲ ୫୪୦ ନମ୍ବର ରଖିଛନ୍ତି । ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟର ପାସହାର ୭୯ ହୋଇଥିବା ବେଳେ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ୫୪୮ ଏବଂ ମିନାକ୍ଷୀ ରାଉତ ୫୪୬ ନମ୍ବର ରଖିଛନ୍ତି । ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ପାସହାର ଶତେପ୍ରତିଶତ ହୋଇଥିବା ବେଳେ ଏଠାରେ  ଅଧ୍ୟୟନ କରୁଥିବା ସୁଭଂ ପ୍ରିୟଦର୍ଶନ ସାହୁ ୫୪୪, ସ୍ମୃତିରେଖା ସାହୁ ୫୪୦ ଏବଂ ରୁଦ୍ରପ୍ରସାଦ ବେହେରା ୫୪୦ ନମ୍ବର ରଖି  ଏ୧ ଗ୍ରେଡରେ ଉନ୍ନୀତ ହୋଇଥିବା ଜଣାଯାଇଛି ।  ଏ୧ ସହିତ ଅନ୍ୟ ସମସ୍ତ ବର୍ଗରେ ଉତୀର୍ଣ୍ଣ ହୋଇଥିବା  ଛାତ୍ର/ଛାତ୍ରୀ ମାନଙ୍କୁ ସ୍ଥାନୀୟ ଅଂଚଳର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ପ୍ରେମୀ ଏବଂ ବୁଦ୍ଧିଜୀବୀ ମାନେ ଶୁଭେଛା  ଜଣାଇବା ସହିତ ସେମାନଙ୍କର  ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

0
0
0
s2sdefault