ହେଡଲାଇନସ୍:

ଅସହାୟ ପାଇଁ ସରକାରୀ ଯୋଜନା ସାତସପନ, ଚାରିକାନ୍ଥ ପାଲଟିଛି ଜରିପାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଙ୍କୀ, (ଆଶିଷ କୁମାର ମହାପାତ୍ର) - ଅସହାୟଙ୍କୁ ସହାୟ ହେବାପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି । କିନ୍ତୁ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ନ ପହଁଞ୍ଚô ବାଟମାରଣା ହେଉଚିତ କେଉଁଠି ହାତଗୁଞ୍ଜା ନଦେଲେ ଲିଷ୍ଟ୍ ରୁ ନା କାଟି ଦିଆଯାଉଥିବା ଦେଖିବାକୁ ମିଳୁଛି । ସରକାରୀ ସାହାଯ୍ୟ ପାଇ ଘରଖଣ୍ଡେ କରିବେ ବୋଲି ଅସହାୟ ସ୍ପପ୍ନ ଦେଖୁଥିବା ବେଳେ ରାଜନୈତିକ ପସାପାଲରେ ଚାପି ହେଉ ଯାଉଛି ଗରିବ ଗୁରିବାଙ୍କ ଭାଗ୍ୟ । ହାତରେ ସେମିତି ବଳନାହିଁ ହାତଗୁଞ୍ଜା ଦେଇ ସରକାରୀ ବାବୁଙ୍କ ଠାରୁ ଘରଖଣ୍ଡିଏ ଆଣିବା ପାଇଁ  । ଫଳରେ ବର୍ଷ ବର୍ଷ ଧରି ଝାଟିମାଟି ଘରେ ଅସହାୟମାନେ ପଡିରହୁଥିବାର ଚିତ୍ର ସମ୍ମାନାକୁ ଆସୁଛି । ପ୍ରଶାସନକୁ ନେହୁରା ହେଲେ ମଧ୍ୟ ଘରଖଣ୍ଡିଏ ଯୋଗାଇ ଦିଆଯାଉ ନଥିବା ଅଭିଯୋ ଗ କରୁଛନ୍ତି ଅସହାୟ ପରିବାର । ଏଭଳି ଚିତ୍ର ଆସିଛି ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ପଂଚାୟତ ମଧୁଆପଲ୍ଲୀ ଗ୍ରାମରୁ । ଉକ୍ତ ଗ୍ରାମର ସରୋଜିନୀ ସାହାଣୀ ସ୍ୱାମୀ- ସନ୍ତୋଷ ସାହାଣୀ ବହୁଦୁଃଖ କଷ୍ଟରେ ସଂସାର ବୋଝ ମୁଣ୍ଡାଇ ବଞ୍ଚôବାକୁ ଚେଷ୍ଟା କରୁଥିବା ବେଳେ ପକ୍କା ଘରଟି ସାତସପନ ପାଲଟିଛି ଏହି ଅସହାୟ ପରିବାର ପାଖରେ  । ପାଖରେ ସମ୍ବଳ ନଥିବାରୁ ଘରଖଣ୍ଡିଏ କରିପାରୁନଥିବା ବେଳେ ସରକାରୀ ସହାୟତା ଅପହଞ୍ଚ ହୋଇ ପଡିଛି । ସ୍ୱାମୀ ଅନ୍ୟଙ୍କର ଗାଈ ଯଗି ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କରୁଥିବା ବେଳେ ସଂସାର ବୋଝ ଚଳାଇବା କଷ୍ଟ ହୋଇ ପଡୁଥିବା କହିଛନ୍ତି ସରୋଜିନୀ  । ବିଭିନ୍ନ ଯୋଜନାରୁ ମିଳୁଥିବା ଛାତଘରଟିଏ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ନ ମିଳିବାକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି । ଥିଲାବାଲାକୁ ସରକାର ସବୁଯୋଜନା ଯୋଗାଇ ଦେଉଥିବା ବେଳେ ଗରିବଙ୍କୁ ସରକାର ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଏହ ଅସହାୟ ପରିବାର । ଚାରିପ୍ରାଣୀ ବିଶିଷ୍ଟ ପରିବାର ଦୁଃଖକଷ୍ଟରେ ଚଳୁଥିବା ବେଳେ ସାନଝିଅ ପିଙ୍କି  ଦିବ୍ୟାଙ୍ଗ ବୋଲି ଜଣାପଡିଛି । ଦିବ୍ୟାଙ୍ଗମାନପତ୍ର ପାଇବା ସମୟରେ ସରକାରୀ ବାବୁଙ୍କ ଅଣଦେଖା ଯୋଗୁ ମାନପତ୍ରରେ ତ୍ରୁଟିଥିବା ଯୋଗୁ ସାନଝିଅ ଭତ୍ତାପାଇବାରୁ ବଞ୍ଚôତ ହେଲାବୋଲି କୋହଭରା କଣ୍ଠରେ ଅଭିଯୋଗ କରିଥିଲେ  ।ଘର କହିଲେ ଏକ ବଖରା ଝାଟିମାଟି ଘର  । କଳା ଜରିପାଲଟିଏ ସାଜିଛି ସ୍ୱପ୍ନର ଚାରିକାନ୍ଥ  । ତାରିଭିତରେ ଜାକିଜୁକି ହୋଇ ଅସହାୟ ପରିବାର ଚଳିବାକୁ ଚେଷ୍ଟା କରୁଥିବା ବେଳେ ବିଭିନ୍ନ ସମୟରେ ସରୀସୃପ ଭୟ ରାତିରେ ନିଦଭାଙ୍ଗି ଦେଉଥିବା ପ୍ରକାଶ କରିଛନ୍ତି । ରୋଷେଇ ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟ ଉକ୍ତ ଘରେ କରାଯାଉଥିବା ବେଳେ ଆର୍ଥୀକ ଦୁର୍ବଳତା ମାନସୀକ ସ୍ତରରେ ମନୋବଳ ଭାଙ୍ଗି ଦେଉଥିବା ଦମ୍ପତ୍ତି ପ୍ରକାଶ କରିଛନ୍ତି । ତେଲଲୁଣ ସଂସାରର ବୋଝକୁ ସହିବା କଷ୍ଟ ହେଉପଡୁଥିବା ବେଳେ ଘର ଖଣ୍ଡିଏ କୁ ଚାହିଁ ବସିଛନ୍ତି ଏହି ଅସହାୟ ପରିବାର । ସରକାରୀ ସ୍ତରରେ ତତ୍ପରତା  ପ୍ରକାଶ କରି ସରକାରୀ ଯୋଜନା ମାଧ୍ୟମରେ ଘରଖଣ୍ଡିଏ ଯୋଗାଇଦେବା ପାଇଁ ସମାଜ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି । 

 

0
0
0
s2sdefault