ହେଡଲାଇନସ୍:

ମୟୂରଭଞ୍ଜ : ସାଧାରଣ ନିର୍ବାଚନ-୨୦୧୯, ଭୋଟ୍ ଗଣତି ପର୍ଯ୍ୟବେକ୍ଷଣ ପାଇଁ ୯ ପର୍ଯ୍ୟବେକ୍ଷକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣତି ପର୍ଯ୍ୟବେକ୍ଷକ ଭାବେ ୨୭-ସାରସକଣା (ସଂ) ବିଧାନସଭା କ୍ଷେତ୍ର ପାଇଁ ଗୋପାଳ ଶର୍ମା ମୋବାଇଲ ନଂ-୬୩୭୨୯୯୦୬୨୯, ୨୯-ବାଙ୍ଗିରିପୋଷି (ସଂ) ବିଧାନସଭା  କ୍ଷେତ୍ର ପାଇଁ ଶ୍ରୀମତୀ ବିଜୟା କିଷ୍ଣାନ୍ ମୋ/ଫୋନ ନଂ-୬୩୭୨୯୯୩୦୪୨, ୨୬-ଯଶିପୁର (ସଂ) ବିଧାନସଭା କ୍ଷେତ୍ର ପ୍ରବୀଣ କୁମାର, ମୋ. ନଂ-୯୪୩୦୪୫୬୩୭୯, ୨୮-ରାଇରଙ୍ଗପୁର(ସଂ) ବିଧାନସଭା କ୍ଷେତ୍ର ଅଜୟ କୁମାର ସିଂ ମୋ/ଫୋନ ନଂ-୮୬୦୧୮୭୨୬୦୦, ୩୧-ଉଦଳା(ସଂ) ବିଧାନସଭା କ୍ଷେତ୍ର - ସୁବୋଧ କୁମାର ଚୈଧୁରୀ, ମୋ/ଫୋନ ନଂ- ୯୯୩୧୨୮୫୭୪୨, ୩୩-ବାରିପଦା(ସଂ) ବିଧାନସଭା କ୍ଷେତ୍ର- ଅରୁଣଭ ଚନ୍ଦ୍ର ବର୍ମା ମୋ/ଫୋନ ନଂ- ୯୪୭୧୬୭୦୨୪୯, ୩୪-ମୋରଡା ବିଧାନସଭା କ୍ଷେତ୍ର ପାଇଁ କମଳେଶ ସିଂ, ମୋ/ଫୋନ ନଂ- ୮୭୮୯୫୬୧୨୫୦, ୩୨-ବଡସାହି (ସଂ) ବିଧାନସଭା କ୍ଷେତ୍ର ଅଜୟ କୁମାର, ମୋ/ଫୋନ ନଂ-୯୪୩୧୪୩୧୮୪୮, ୩୦-କରଂଜିଆ(ସଂ) ବିଧାନ ସଭା କ୍ଷେତ୍ର- ବୀରେନ୍ଦ୍ର କୁମାର ପାଶୱାନ, ମୋ/ଫୋନ ନଂ-୯୯୩୪୨୦୬୧୩୯

ବାରିପଦା-(ଦିଲ୍ଲୀପ ମହାନ୍ତି) - ଭାରତର ନିର୍ବାଚନ କମିଶନଙ୍କ ନିୟମ ନିର୍ଦ୍ଧେଶାବଳୀନୁଯାୟୀ ଚଳିତ ସାଧାରଣ ନିର୍ବାଚନ -୨୦୧୯ ର ଭୋଟ୍ ଗଣତି ୨୩.୦୫.୨୦୧୯ରେ ଅନୁଷ୍ଠିତ ହେବ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ତତ୍ୱାବଧାନରେ ଜିଲ୍ଲାର ଭୋଟ ଗଣତି ପ୍ରକ୍ରିୟା ସଂମ୍ପର୍କୀତ ଆନୁସଙ୍ଗିକ  ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକ ସଭା ଓ ୯ ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ  ହୋଇଯାଇଥିବା ସାଧାରଣ ନିର୍ବାଚନ-୨୦୧୯ ର ଭୋଟ୍ ଗଣତି କାର୍ଯ୍ୟ ପର୍ଯ୍ୟବେକ୍ଷଣ ତଥା ତଦାରଖ ପାଇଁ ୯ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଗଣତି ପର୍ଯ୍ୟବେକ୍ଷକ ଭାବେ ୨୭-ସାରସକଣା (ସଂ) ବିଧାନସଭା କ୍ଷେତ୍ର ପାଇଁ ଗୋପାଳ ଶର୍ମା ମୋବାଇଲ ନଂ-୬୩୭୨୯୯୦୬୨୯, ୨୯-ବାଙ୍ଗିରିପୋଷି (ସଂ) ବିଧାନସଭା  କ୍ଷେତ୍ର ପାଇଁ ଶ୍ରୀମତୀ ବିଜୟା କିଷ୍ଣାନ୍ ମୋ/ଫୋନ ନଂ-୬୩୭୨୯୯୩୦୪୨, ୨୬-ଯଶିପୁର (ସଂ) ବିଧାନସଭା କ୍ଷେତ୍ର ପ୍ରବୀଣ କୁମାର, ମୋ. ନଂ-୯୪୩୦୪୫୬୩୭୯, ୨୮-ରାଇରଙ୍ଗପୁର(ସଂ) ବିଧାନସଭା କ୍ଷେତ୍ର ଅଜୟ କୁମାର ସିଂ ମୋ/ଫୋନ ନଂ-୮୬୦୧୮୭୨୬୦୦, ୩୧-ଉଦଳା(ସଂ) ବିଧାନସଭା କ୍ଷେତ୍ର - ସୁବୋଧ କୁମାର ଚୈଧୁରୀ, ମୋ/ଫୋନ ନଂ- ୯୯୩୧୨୮୫୭୪୨, ୩୩-ବାରିପଦା(ସଂ) ବିଧାନସଭା କ୍ଷେତ୍ର- ଅରୁଣଭ ଚନ୍ଦ୍ର ବର୍ମା ମୋ/ଫୋନ ନଂ- ୯୪୭୧୬୭୦୨୪୯, ୩୪-ମୋରଡା ବିଧାନସଭା କ୍ଷେତ୍ର ପାଇଁ କମଳେଶ ସିଂ, ମୋ/ଫୋନ ନଂ- ୮୭୮୯୫୬୧୨୫୦, ୩୨-ବଡସାହି (ସଂ) ବିଧାନସଭା କ୍ଷେତ୍ର ଅଜୟ କୁମାର, ମୋ/ଫୋନ ନଂ-୯୪୩୧୪୩୧୮୪୮, ୩୦-କରଂଜିଆ(ସଂ) ବିଧାନ ସଭା କ୍ଷେତ୍ର- ବୀରେନ୍ଦ୍ର କୁମାର ପାଶୱାନ, ମୋ/ଫୋନ ନଂ-୯୯୩୪୨୦୬୧୩୯ ପ୍ରମୁଖ ୯ କେନ୍ଦ୍ରୀୟ ବରିଷ୍ଠ  ପ୍ରଶାସନିକ  ଅଧିକାରୀ ଗଣତି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି । 

ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶନୁଯାୟୀ ଉକ୍ତ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାରେ ଅବସ୍ଥାନ କରି ଭୋଟ ଗଣତି ପ୍ରକିୟା ସମ୍ପର୍କିତ ସମସ୍ତ କାର୍ଯ୍ୟାନ୍ୱୟନ ଅନୁଧ୍ୟାନ ପୂର୍ବକ ତଦାରଖ କରିବେ । ସୂଚନା ଯୋଗ୍ୟ ଯେ ଜିଲ୍ଲାର ଭୋଟ୍ ଗଣତି କାର୍ଯ୍ୟ ବାରିପଦା ଏମ୍.ପି.ସି ସ୍ୱଂୟଶାସିତ ମହାବିଦ୍ୟାଳୟ ତକତପୁର, ବାରିପଦା ଠାରେ ବାରିପଦା, ବଡସାହି, ମୋରଡା ଓ ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ରପାଇଁ ଭୋଟ ଗଣତି କରାଯିବ । ସେହିପରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ, ରାଇରଙ୍ଗପୁର ଠାରେ ସାରସକଣା ଓ ରାଇରଙ୍ଗପୁର ବିଧାନସଭା କ୍ଷେତ୍ରର ଭୋଟ ଗଣତି ହେବାକୁ ଥିବାବେଳେ ଯଶିପୁର ଓ କରଂଜିଆ ବିଧାନସଭା କ୍ଷେତ୍ରର ଭୋଟ ଗଣତି କରଂଜିଆ ବାଳକ ଉଚ୍ଚ ବିଦ୍ୟାଳୟ, କରଂଜିଆ ଠାରେ ଏବଂ ଉଦଳା ବିଧାନସଭା  ମଣ୍ଡଳୀର ଭୋଟ୍ ଗଣତି ଉଦଳା ମହାବିଦ୍ୟାଳୟ, ଉଦଳା ଠାରେ ଅନୁଷ୍ଠିତ  ହେବ ବୋଲି ଗଣମାଧ୍ୟମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରେସ ରିଲିଜ ଜାରି କରିଛନ୍ତି ।     

 

 

 

0
0
0
s2sdefault