ହେଡଲାଇନସ୍:

ମୟୂରଭଞ୍ଜ : ସାଧାରଣ ନିର୍ବାଚନ - ୨୦୧୯ ର ଭୋଟ୍ ଗଣନା ପାଇଁ ପ୍ରଶାସନିକ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣନା କାର୍ଯରେ କାଉଁଟିଂ ସୁପରଭାଇଜର, କାଉଁଟିଂ  ଆସିଷ୍ଟାଣ୍ଟା  ଓ ମାଇକ୍ରୋ ଅବଜରଭର ନିୟୋଜିତ ହେବେ ।

ବାରିପଦା(dillip mahanty) :ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ଓ ୯ ଟି ବିଧାନସଭା ଆସନ ପାଇଁ ହୋଇଯାଇଥିବା ସାଧାରଣ ନିର୍ବାଚନ ୨୦୧୯ ର ଭୋଟ୍ ଗଣନା ଚଳିତ ମଇ ମାସ ୨୩ ତାରିଖ ସକାଳ ୮ଘ. ସମୟରୁ ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ୍ ଭରଦ୍ୱାଜଙ୍କ ତତ୍ୱାବଧାନରେ ବ୍ୟାପକ ପ୍ରସ୍ତୁତି ପ୍ରକ୍ରିୟା ତଥା ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଭୋଟ ଗଣତି କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରାଯିବା ପାଇଁ କାଉଁଟିଂ ସୁପରଭାଇଜର, କାଉଁଟିଂ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବଜରଭର ଭାବେ ନିୟୋଜିତ ହୋଇଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଭୋଟ ଗଣତି ବିଶେଷ କରି ଭୋଟ ଗଣନା କାର୍ଯ୍ୟକ୍ରମର ନିୟମ ନିଦେ୍ର୍ଧଶାବଳୀ, ଗଣନାରେ ନିୟୋଜିତ କାଉଁଟିଂ ସୁପରଭାଜର ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଇଭିଏମ୍ ବାକ୍ସ ଷ୍ଟୋରରୁମରୁ କାଉଁଟିଂ ଟେବୁଲ ନିକଟକୁ ବୁଥ୍ ଓ୍ୟାରୀ କ୍ରମାନୟରେ ବଣ୍ଟନ କରାଯିବା, ଇଭିଏମ ସଂଲଗ୍ନ ଭିଭିପାଟ୍ ର ସୁପରିଚାଳନା, ଉଦ୍ଧିଷ୍ଟ ଫର୍ମରେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ନାମ ପୂରଣ ଓ ସେମାନଙ୍କୁ ପ୍ରାପ୍ତ ହୋଇଥିବା ଭୋଟ ସଂଖ୍ୟା ରାଉଣ୍ଡ ଓ୍ୟାରୀ ପୁରଣ କରି ଆରଓ / ଏଆରଓ ନିକଟକୁ ପ୍ରେରଣ କରାଯିବା, ଭୋଟ ଗଣତିର ରାଉଣ୍ଡଓ୍ୟାରୀ  ଟାବୁଲେସନ ଓ ଫଳାଫଳ ଘୋଷଣା କରାଯିବା ଆଦି ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ତାଲିମ ପ୍ରଦାନ କରାଯାଇଛି । ଏଥି ନିମନ୍ତେ କାଉଁଟିଂ ହଲରେ ଏକ ସଙ୍ଗରେ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗଣନା କରାଯିବା ସକାଶେ ନିର୍ଦ୍ଧାରିତ ଥିବା  କାଉଁଟଣ୍ଟିଂ ଟେବୁଲର ବ୍ୟବସ୍ଥା କରାଯାଇଛି । ବାଙ୍ଗିିରିପୋଷି ଓ ମୋରଡା ବିଧାନସଭା କ୍ଷେତ୍ର ପାଇଁ ୧୪ଟି ଲେଖାଏଁ ୨୮ଟି ଟେବୁଲ, ବାରିପଦା ଓ ବଡସାହି ବିଧାନସଭା କ୍ଷେତ୍ର ପାଇଁ ୧୨ ଟି ଲେଖାଏଁ ୨୪ଟି ଟେବୁଲ, ଉଦଳା ବିଧାନସଭା କ୍ଷେତ୍ର ପାଇଁ ୧୧ଟି ଲେଖାଏଁ  ୨୨ ଟି ଟେବୁଲ ର ବ୍ୟବସ୍ଥା କରାଯାଇଥିବାବେଳେ  ଯଶିପୁର, ସାରସକଣା, ରାଇରଙ୍ଗପୁର ଓ କରଂଜିଆ ବିଧାନସଭା କ୍ଷେତ୍ର ପାଇଁ ପ୍ରତ୍ୟେକ ୮ଟି ଲେଖାଏଁ ୧୬ଟି ଟେବୁଲ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରତି କାଉଁଟିଂ ଟେବୁଲ ପାଇଁ ଜଣେ କାଉଁଟିଂ ସୁପରଭାଜର, ଜଣେ କାଉଁଟିଂ ଆସିଷ୍ଟାଣ୍ଟ ଏବଂ  ଜଣେ ମାଇକ୍ରୋ ଅବଜରଭର ଭାବେ ୩ ଜଣ ଅଧିକାରୀ ନିୟୋଜିତ କରାଯାଇଥିବାବେଳେ ପ୍ରତ୍ୟେକ ଆର୍ଓଙ୍କ ପାଇଁ ୨ ଜଣ ଲେଖାଏଁ ସହକାରୀ ମାଇକ୍ରୋ ଅବଜରଙ୍କୁ ନିୟୋଜିତ କରାଯାଇଛି । ଏହିପରି ମୋଟ ୫୭୨ ଜଣ କାଉଁଟିଂ ସୁପରଭାଇଜର ଓ କାଉଁଟିଂ ଆସିଷ୍ଟାଣ୍ଟ ସମେତ ୩୦୧ ଜଣ ସହକାରୀ ମାଇକ୍ରୋ ଅବଜରଭର  ନିୟୋଜିତ ଅଛନ୍ତି । ଏଥି ସହିତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ୍ୟାରୀ ଟାବୁଲେସନ, ଆର.ଓ/ଏ.ଆର.ଓ ଏବଂ ଅବଜର ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟେବୁଲ ବ୍ୟବସ୍ଥା କାଉଁଟିଂ ହଲରେ କରାଯାଇଛି ।

ଜିଲ୍ଲାର ମୁଖ୍ୟତଃ ୪ଟି ସ୍ଥାନରେ ଯଥାକ୍ରମେ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ ତକତପୁର, ବାରିପଦାଠାରେ  ବାରିପଦା, ବାଙ୍ଗିରିପୋଷି, ବଡସାହି ଓ ମୋରଡା ବିଧାନସଭା କ୍ଷେତ୍ର ପାଇଁ ଯଥାକ୍ରମେ୨୨ ରାଉଣ୍ଡ, ୧୯ରାଉଣ୍ଡ, ୨୦ ରାଉଣ୍ଡ ଓ ୨୧ ରାଉଣ୍ଡରେ  ଭୋଟ ଗଣତି କରାଯିବ ।  ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ସାରସକଣା ଓ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ପାଇଁ ଯଥାକ୍ରମେ ୩୩ ରାଉଣ୍ଡ ଓ ୩୭ ରାଉଣ୍ଡରେ ଭୋଟ ଗଣତି କରାଯିବାର ବ୍ୟବସ୍ଥା କରାଯାଇଥିବାବେଳେ କଂରଜିଆ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଯଶିପୁର ଓ କରଂଜିଆ ବିଧାନସଭା କ୍ଷେତ୍ରପାଇଁ ଯଥାକ୍ରମେ ୩୭ ରାଉଣ୍ଡ ଓ ୩୧ ରାଉଣ୍ଡ ଏବଂ ଉଦଳା ମହାବିଦ୍ୟାଳୟ ଠାରେ ଉଦଳା ବିଧାନ ସଭାକ୍ଷେତ୍ର ପାଇଁ ୨୨ରାଉଣ୍ଡରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପୃଥକ ପୃଥକ ଭାବେ ଏକା ସଙ୍ଗରେ ଭୋଟ ଗଣତି କରାଯିବା ପାଇଁ ବିହିତ ବ୍ୟବସ୍ଥା କରାଯାଇଛି ।  ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ମତଗଣନା କରାଯିବା ପରେ ନିୟମନିର୍ଦ୍ଦେଶାବଳୀ ଅନୁସାରେ ଇଭିଏମ୍ ମତଗଣନା କରାଯିବ । ଏଥିନିମନ୍ତେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ସ୍ୱୀକୃତି ପ୍ରାପ୍ତ ଏଜେଣ୍ଟ ମାନଙ୍କ ପାଇଁ ସଂପୃକ୍ତ ଆରଓଙ୍କ ଠାରୁ ପରିଚୟ ପତ୍ର ନେଇ କାଉଁଟିଂ ହଲରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ କାଉଁଟିଂ ହଲ୍ ମଧ୍ୟକୁ କେହି ମୋବାଇଲ୍ ଫୋନ୍ ନେଇ ପାରିବେ ନାହିଁ । କେବଳ ଆରଓ, ବରିଷ୍ଠ ଅଧିକାରୀ, ଅବଜରଭର ପ୍ରମୁଖ ମୋବାଇଲ ଫୋନ ନେଇପାରିବେ । କାଉଁଟିଂ ସୁପରଭାଇଜର, କାଉଁଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର ମାନେ ସକାଳ ୭ଘଟିକା ସମୟରେ ଭୋଟ ଗଣନା କେନ୍ଦ୍ରରେ ପହଞ୍ଜି ନିଜର ପରିଚୟ ପତ୍ର ଦେଖାଇ କାଉଁଟିଂ ହଲକୁ ପ୍ରବେଶ କରିବେ ଏବଂ ସକାଳ ୮ ଘଟିକା ସମୟରେ ଭୋଟ ଗଣନା କାର୍ଯ୍ୟ ଆରମ୍ଭ କରିବେ । ଭୋଟଗଣନା କେନ୍ଦ୍ର ପରିସର ମଧ୍ୟରେ ମାଜିଷ୍ଟେଟ୍ ଓ ପୋଲିସ ଅଧିକାରୀ ଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟାବସ୍ଥା କୁ କଡାକଡି କରାଯିବ ସହିତ ତ୍ରୀସ୍ତରୀୟ ପୋଲିସ ଫୋର୍ସ ମୁତୟନ କରାଯାଇ ଯାଞ୍ଜଞ୍ଚ କରାଯିବ । ଗଣମାଧ୍ୟମର ପ୍ରତିନିଧିମାନେ ନିର୍ବାଚନ କମିଶନଙ୍କ ପ୍ରଦ³ ପରିଚୟପତ୍ର ଦେଖାଇ ଗଣନା କେନ୍ଦ୍ରକୁ ପ୍ରବେଶ କରିବେ ଏବଂ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ମିଡିଆ ସେଲ୍ରେ ଉପସ୍ଥିତ ରହି ନିୟମାନୁସାରେ ଗଣମାଧ୍ୟମ କାର୍ଯ୍ୟ ସମ୍ପାଦନ କରିବେ । ସର୍ବୋପରି ଜିଲ୍ଲାରେ ମତଗଣନା କାର୍ଯ୍ୟକ୍ରମକୁ ନିର୍ବାଚନ କମିଶନଙ୍କ ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ  ଶୃଙ୍ଖଳିତ ଭାବେ କାର୍ଯ୍ୟ ସଂପାଦନ କରିବା ଦିଗରେ ସଂପୃକ୍ତ ଉପଜିଲ୍ଲାପାଳ, ରିଟଣିଂ ଅଫିସର, ବରିଷ୍ଠ  ପ୍ରଶାସନିକ ପଦାଧିକାରୀ ଙ୍କ  ପ୍ରତ୍ୟେକ୍ଷ ତଦାରଖରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଭରଦ୍ୱାଜ୍ ପରାମର୍ଶ ଦେଇଛନ୍ତି ।  

0
0
0
s2sdefault