ହେଡଲାଇନସ୍:

ସୌମ୍ୟଙ୍କ ଚାନେଲରେ କିଏ ସେ ଜୟଙ୍କ ଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗତ ଦୁଇଦିନ ହେଲା ଗୋଟେ ଏକଜିଟ ପୋଲ କଣ ଗୋଟେ ହେଲା ଯେ ତାକୁ ନେଇ ଏବେ ରାଜ୍ୟ ଉଠୁଛି ପଡୁଛି | ଚୁପ ବସିଥିବା ନେତା ମାନଙ୍କୁ କହିବାକୁ ପଡୁଛି | ସେ ଜୁଏଲ ହୁଅନ୍ତୁ ବା ଦାମ, ସେମାନେ ନିଜ ନିଜ ସ୍ପେକୁଲେସନରେ ଏକଜିଟ ପୋଲକୁ ଅଗ୍ରାହ୍ୟ କରୁଛନ୍ତି | ଅବଶ୍ୟ ଏକଜିଟ ପୋଲ କେତେ ଆଧାର ଯୁକ୍ତ ବା ନିରାଧାର ତାହାର ସତୀତ୍ଵ ୨୩ ସନ୍ଧ୍ୟାରେ ପରୀକ୍ଷା ହେବ | ହେଲେ ଏହାକୁ ନେଇ କିଛି ନେତାଙ୍କ ଜଳାପୋଡ଼ା ଆରମ୍ଭ ହୋଇଯାଇଛି | ଯଦିଓ ଆଉ ଗୋଟେ ଚାନେଲ ଏକଜିଟ ପୋଲ କରିଥିଲା, ହେଲେ ଟିଆରପି ମହୁ କିନ୍ତୁ ଖାଇଗଲା  ବିଜେଡି ସାଂସଦ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଚାନେଲ | ଆଉ ସେ ରିପୋଷ୍ଟରେ ନେତାଙ୍କ ଯନ୍ତ୍ରଣା ଏମିତି ହୋଇଛି ଯେ, ସେମାନେ ନିଜ ନିଜ ବାଟରେ ତାକୁ ଖଣ୍ଡନ କରି ଚାଲିଛନ୍ତି | ସତକଥା, ଫଳ ବାହାରିବା ଆଗରୁ କାହାକୁ ବା ହରିବାକୁ ଭଲ ଲାଗିବ | କନକର ଏକଜିଟ ପୋଲ ବେଶୀ ବାଧିଛି ଆଉ ଏକ ଚାନେଲରେ ମାଲିକ ବା ବିଜେଡିରୁ ବିଦା ହୋଇ କେନ୍ଦ୍ରାପଡା ଲୋକସଭାରେ ବିଜେପି ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ | ଏତେ ବାଧିଛି ଯେ ସେ ସିଧାସଳଖ ସୋସିଆଲ ମିଡ଼ିଆରେ ସୌମ୍ୟଙ୍କ ଚାନେଲ ଏକଜିଟ ପୋଲକୁ ଖାରଜ କରିଛନ୍ତି |  ହେଲେ ବୈଜୟନ୍ତଙ୍କ କନକ ଟିଭିର କିଏଅ ଜଣେ ଭିତିରିଆ ଖବର ଦେଇଛି ବୋଲି ବୈଜୟନ୍ତ ଯାହା କହିଛନ୍ତି ତାହାକୁ ନେଇ ଏବେ ତନାଘନା, ତାହା କେତେ ସତ ତାଙ୍କୁ ଜଣା | ହେଲେ ତଥା[ଇ ବଜାରରେ ଚର୍ଚା କିଏ ସେହି ଖବରୀ ସୌମ୍ୟଙ୍କ ଟିଭିର ଯିଏ କି ବୈଜୟନ୍ତଙ୍କୁ ଭିତର ଖବର କରୁଛି |   

କନକ ଟିଭିକୁ  ବିଜେଡି ସାଂସଦଙ୍କ ଚାନେଲ ବୋଲି ଅଭିହିତ କରି କହିଛନ୍ତି ଜାତୀୟ ସ୍ତରର ଚାନେଲ ଓ ପୋଲ କରୁଥିବା ସଂସ୍ଥାମାନଙ୍କ ରିପୋର୍ଟକୁ କୌଣସି ପ୍ରକାରେ ଅଗ୍ରାହ୍ୟ କରିନଥିବା ବେଳେ ସୌମ୍ୟଙ୍କ ଚାନେଲ ଦଳୀୟ ସର୍ଭେ ବୋଲି ପରୋକ୍ଷରେ ସୁଚାଇଛନ୍ତି | ସେ ସେଥିରେ ଲେଖିଛନ୍ତି ଯେ ସେ ସମ୍ପୃକ୍ତ ସଂସ୍ଥା( ସୌମ୍ୟାଙ୍କ ସଂସ୍ଥା କନକ ଟିଭି)ର ଲୋକଙ୍କଠୁ ଭିତିରିଆ ଖବର ଯାହା ପାଇଛନ୍ତି ତା ଅନୁଯାୟୀ "  ବିଜେଡି ସାଂସଦଙ୍କ ମାଲିକାନାରେ ଥିବା ଏକ ଓଡ଼ିଆ ଖବର କାଗଜ ଆଉ ଟିଭି ଚାନେଲ ଏକ କୌଣସି ସଂସ୍ଥା ସହ ପାର୍ଟନରସିପ ନକରି ଏକ ଏକଜିଟ ପୋଲ କରିଛି , ଆଉ କେନ୍ଦ୍ରାପଡ଼ାରେ ବିଜେଡି ଜିତିବା ବୋଲି କହିଛି | ଏହି ଏକଜିଟ ପୋଲ ରିପୋର୍ଟ  ଜାତୀୟ ସ୍ତରର ଏକଜିଟ ପୋଲ ଠାରୁ ଭିନ୍ନ, ଯାହାକି  ଜାତୀୟ ସ୍ତରର ସାମ୍ବାଦିକ ବା ପ୍ରତିନିଧି ଆସି ଲୋକଙ୍କ ମୁଡ଼ ଦେଖି ରିପୋର୍ଟ କରିଥିଲେ | ଭିତିରିଆ ଖବର ଅନୁଯାୟୀ  ବିଜେଡି ସାଂସଦଙ୍କ ସଂସ୍ଥାର ଏକଜିଟ ପୋଲ ଜିଲ୍ଲା ପ୍ରତିନିଧିମାନଙ୍କ ସୂଚନା ଆଧାରରେ ହୋଇଛି | ସେମାନେ କେନ୍ଦ୍ରାପଡ଼ାକୁ ମିଶାଇ ବିଜେପି ୧୪ଟି ଲୋକସଭା ଆସନ ଜିତିବ ବୋଲି ରିପୋର୍ଟ ଦେଇଥିଲେ | ହେଲେ ତୃତୀୟ ମହଲର ଚାପରେ କେନ୍ଦ୍ରାପଡ଼ାକୁ ବିଜୟ ଶୂଚିରୁ କାଟି ଦିଆଯାଇଛି" ବୋଲି ନିଜ ଚାନେଲ ମାଧ୍ୟମରେ ଏକଜିଟ କରିବାରେ ଅଭିଜ୍ଞ ବୈଜୟନ୍ତ ଉଲ୍ଲେଖ କରିଛନ୍ତି | ଅବିକଳ ଇଂରାଜୀରେ ବୈଜୟନ୍ତ ଯାହା କହିଛନ୍ତି ତାହା ହେଲା 

"""""An Odia "news" paper & TV channel, whose owner/editor is a BJD MP, has done an "exit poll" (WITHOUT partnering any polling organisation, or even naming sample size!) claiming that his party will win Kendrapada.

It contradicts national polls & ଥେ vastly different mood noticed by many national journalists who had visited Kendrapada during the campaign.

I'm getting confidential inside information from this media house that:

* Their "exit poll" was in fact just feedback from their district correspondents

* They actually got it mostly right, indicating 14 Lok Sabha seats for BJP, INCLUDING Kendrapada!

* But under pressure from "3rd floor", for propaganda purposes they have deliberately misreported Kendrapada.

Let us see on 23rd 😊😊😊"""""""

ଆଉ ବୈଜୟନ୍ତଙ୍କ ଏହି  ଅଭିଯୋଗକୁ କଡା ଜବାବ ଦେଇଛନ୍ତି ସୌମ୍ୟ ନନ୍ଦିନୀ ତନୟା ପଟ୍ଟନାୟକ | ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପ୍ରଥମ ଥର ପାଇଁ ସମ୍ବାଦ-କନକ ଏକ ବଡ ଧରଣର ଏକଜିଟ ପୋଲ କରଛନ୍ତି | ଆଉ ସମ୍ବାଦ-କନକର ରା଼କ୍ୟ ବ୍ୟାପି ଏତେବଡ ନେଟୱାର୍କ ରହିଛି ଯେ ଏକଜିଟ ପୋଲ କରିବା ପାଇଁ କୌଣସି ଜାତୀୟ ଗଣମାଧ୍ୟମ ବା ଅନ୍ୟ ସଂସ୍ଥାର ଆବଶ୍ୟକ ନାହିଁ|  କେବଳ ଜାତୀୟ ମେଡିଆ ବା ସଂସ୍ଥା କରିପାରିବେ, ଆଉ ରାଜ୍ୟର ମେଡିଆ, ଲୋକାଲ ରିପୋର୍ଟର ଆଉ ପ୍ରତିନିଧି ସ୍ଥାନୀୟ ଲୋକଙ୍କୁ ନେଇ ଏକ ଏକଜିଟ ପୋଲ କରି ପାରିବେନି ବୋଲି ଆପଣ ଭାବୁଛନ୍ତି !!! ଆପଣ ଲୋକାଲ ମିଡ଼ିଆ ଦକ୍ଷତାକୁ ଅଣ୍ଡର ଏସ୍ଟିମେଟ କରୁଛନ୍ତି କି ବୋଲି ପରୋକ୍ଷରେ ତନୟା ପ୍ରଶ୍ନ କରିଛନ୍ତି ବୈଜୟନ୍ତଙ୍କୁ |\

ତନୟା ଯାହା କହିଛନ୍ତି ଏପରି .....

Baijayant 'Jay' Panda

Sir, i would like to state that this is the first time our media house has attempted an extensive exit poll and having the largest circulated Odia daily and being the biggest media house of the state, we thought it was our journalistic responsibility to carry an exercise of this magnitude in this historic election. However, we understand and accept that our exit poll results might be accurate or inaccurate, but it is definitely not influenced or biased as alleged.

You may kindly be reminded that our media house being "owned by a BJD MP" has predicted maximum number of LS seats to BJP (as you have yourself acknowledged). Hence your allegation of undue influence for a favourable report to the BJD falls flat.

With all due respect, we believe we have the credentials as well as the bandwidth to undertake such an exit poll in the state without the help of national or international organization. Do you think none of the local media channels or media houses have the capability to conduct such an exercise in Odisha on their own?

Do you think only an association/partnership with national or international organizations lends credibility to a exit poll report?

For a person of your background, is it becoming to raise aspersions on a media house on the basis of "inside sources"?

On that premise will it be fair to say your family owned leading Odia news channel has been influenced for the last 18 odd years when you were a sitting MP of the BJD?

Sir, lastly we are all looking forward to the results on 23rd. Arguably, Kendrapada has been one of the hotly contested constituencies in odisha and I sincerely wish you the very best. But as an Odia I expect a politician of your stature and repute, to be more responsible and judicious in your allegations and insinuations

 ଆଉତ ଦୁଇଟା ରାତି, ଜଣାପଡିବ ଫଳ | ବୈଜୟନ୍ତ କନକ ଟିଭିରୁ ଯେଉଁ ଭିତର ଖବର ପାଇଛନ୍ତି ବୋଲି ଦାବି କରିଛନ୍ତି ତାହା ଶତକୀ ମିଛ ଜଣ ପଡିବ | ହେଲେ ଏବେ ବଜାରରେ ଚର୍ଚା " କିଏ ସେଇ ଭିତିରିଆ କନକ ଖାବରୀ"

0
0
0
s2sdefault