ହେଡଲାଇନସ୍:

ଫନିବାତ୍ୟା ପରେ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଙ୍କୀ, (ଆଶିଷ କୁମାର ମହାପାତ୍ର)  ଫନି ବାତ୍ୟା ପରେ ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ ଦେଖା ଦେଇଛି । ବାତ୍ୟାପରେ ବତ୍ତମାନ ସୁଦ୍ଧା ଗ୍ରା.ପରେ ଥିବା ପାନୀୟ ଜଳ ପ୍ରକଳ୍ପକୁ  ଏ ପର୍ଯ୍ୟନ୍ତ ବିଦୁ୍ୟତ୍  ଯୋଗାଣ କରାଯାଇ ନଥିବାରୁ ଏବଂ ବର୍ଷସାରା ପାଇପରେ ପାଣି ଆସୁ ନଥିବାରୁ ଲୋକମାନେ ପାନୀୟ ଜଳ ପାଇ ପାରୁ ନାହାଁନ୍ତି । ଗ୍ରା.ପରେ ୫ହଜାରରୁ ଉଦ୍ଧ୍ୱର୍ ଗ୍ରାମବାସୀ ବସ ବାସ କରୁଛନ୍ତି । ସେଠାରେ ଥିବା ଗୋଟିଏ କୂପ ଓ ଗୋଟିଏ ନଳକୂପ ଉପରେ ଜନସାଧାରଣ ନିର୍ଭର କରି ପାଣି ସଂଗ୍ରହ କରିଥାନ୍ତି । କିନ୍ତୁ ନଜଳକୂପରୁ ହଳଦିଆରଙ୍ଗ ଓ ଲୁହାଳିଆ ଦୂଷିତ  ପାଣି ଆସୁଥିବାରୁ ତାହା  ବ୍ୟବହାର ଉପଯୋଗୀ ହୋଇ ପାରୁ ନାହିଁ, ଏହି ଦୂଷିତ ପାଣି ବ୍ୟବହାର ଯୋଗୁ ଲୋକମାନେ ଜଣ୍ଡିସ ଓ ପେଟମରା ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରମାବାସୀମାନେ ଅଭିଯୋଗ କରିଛନ୍ତି  । ପ୍ରଚଣ୍ଡ ଖରାରେ କୂଅ ପୋଖରୀ ଶୁଖି ଯିବାରୁ ମାଇଲ ମାଇଲ ବାଟଚାଲି ମହିଳା ଓ ପୁରୁଷମାନେ ରଣ ନଦୀରୁ ପାଣିଆଣି ବ୍ୟବହାର କରୁଛନ୍ତି  । ଏବେ ପାଣିବିନା କିପରି ରହିବେ ଚିନ୍ତାରେ ତାଳବସ୍ତ ଗ୍ରମାବାସୀ । ଏକମାତ୍ର ନଳକୂପ ପାଣିକୁ ଛାଣି ବ୍ୟବହାର କରୁଥିବା ବେଳେ ଗ୍ରାମରେ ଥିବା କୂଅଟି  କେବଳ ସେମାନଙ୍କର ସାହାଭରସା । ଏହିଭଳି ପାଣି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଂଚକୁ ଗୁହାରୀ କରାଯାଇଥିଲେ ମଧ୍ୟ କେହି ଶୁଣିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସମସ୍ତ ଘରଗୁଡିକୁ ଲାଇନପାଣି ଯୋଗାଇ ଦେବା ସହିତ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

0
0
0
s2sdefault