ହେଡଲାଇନସ୍:

ଫନିବାତ୍ୟାରେ ଜଙ୍ଗଲରେ ଶହଶହ ବୃକ୍ଷ ଭାଙ୍ଗିପଡିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ 

ବାଙ୍କୀ(ଆଶିଷ କୁମାର ମହାପାତ୍ର)  ସାମୁଦ୍ରିକ ଝଡବାତ୍ୟା ଫନିରେ ବଡବଡ ଗଛମାନ ସହିତ ଅନେକ ଗଛର ଡାଳଭାଙ୍ଗି ଜଙ୍ଗଲମଧ୍ୟରେ ଏବେବି ପଡିରହିଛି । ବାତ୍ୟାର ୧୩ଦିନ ପରେ ମଧ୍ୟ ବାଙ୍କୀ ଅଂଚଳରେ ଅବସ୍ଥିତ ଚନ୍ଦକା - ଡମପଡ଼ା ଅଭାୟାରଣ୍ୟ, ସରଣ୍ଡା-ଅଂଶୁପା ପାହାଡ ଓ ମହାପର୍ବତ ଜଙ୍ଗଲ ମଧ୍ୟରେ କୁଢ଼ କୁଢ଼ ଶୁଖିଲା ଗଛ, ଡାଳ ଓ ପତ୍ର ଗଦା ହୋଇ ପଡିରହିଛି । ଜଙ୍ଗଲ  ଓ ପରିବେଶ ତରଫରୁ କୋ÷ଣସି ପଦକ୍ଷେପ ନିିଆଯାଇ ନାହିଁ । ଏହା ଫଳରେ ଆଗାମୀ ଦିନରେ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଦେଖାଯାଇଛି । ବିଶେଷ କରି ଜଙ୍ଗଲରେ ଯିବାଆସିବା କରୁଥିବା ସାଧାରଣ ଜନତା ବିଡି, ସିଗାରେଟ୍, କିମ୍ବା ବଣଭୋଜି କରିବା ବେଳେ ସେଥିରୁ ନିଆଁ ବାହାରି ଲାଗିବାରା ଭୟ ରହିଛି । ମଧୁରଜଳ ହ୍ରଦ ଅଂଶୁପାର ପର୍ଯ୍ୟଟନ କ୍ଷେତ୍ର ଓ ନିକଟସ୍ଥ ସରଣ୍ଡା ପାହାଡରେ ଅନେକ ବୃକ୍ଷ ଭାଙ୍ଗି ତଳେ ପଡିରହିଛି । ଏଠାକୁ ପ୍ରତିଦିନ ପର୍ଯ୍ୟଟକମାନେ ଆସି ଭୋଜି କରିଥାନ୍ତି । ତେଣୁ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କୁ ଅନୁରୋଧ ସେମାନେ ଭୋଜି କରିବା ପରେ ନିଆଁକୁ ଭଳଭାବରେ ଲିଭାଇ ଆସିବା ଦରକାର ନଚେତ୍ ଶୁଖିଲା ଗଛପତ୍ରରେ ନିଆଁ ଲାଗିବା ଫଳରେ ବଞ୍ଚô ରହିଥିବା ଅନ୍ୟଗଛ ଗୁଡିକ ପୋଡି ଯିବାର ସମ୍ଭାବନା ରହିଛି । ସେହିପରି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଓ ମହାପର୍ବତ ପାଦଦେଶରେ ଥିବା ଜଙ୍ଗଲରେ ମଧ୍ୟ ଅନେକ ଗଛ ଭାଙ୍ଗି ପଡିଛି । ସେଠାକୁ ଯାଉଥିବା କୋ÷ଣସି ବ୍ୟକ୍ତି କୋ÷ଣସି ମତେ ସେଠାରେ ନିଆଁ ପକାଇଲେ ବଞ୍ଚôରହିଥିବା ବୃକ୍ଷଗୁଡିକ ପୋଡି ନଷ୍ଟ ହୋଇଯାଇପାରେ । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବାଙ୍କୀ ପରିବେଶ ସୁରକ୍ଷା ସମିତି ତରଫରୁ ଅନୁରୋଧ କରାଯାଇଛି । ଏହି ପରିପ୍ରେକ୍ଷିରେ ଉକ୍ତ ଜଙ୍ଗଲଗୁଡିକର ପାଦଦେଶରେ ଥିବା ଗାଁ ଗାଁରେ ସଚେତନତାର ବାର୍ତ୍ତା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିବେଶବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ସତ୍ୟଜିତ୍ ଦାସ, ପ୍ରକୃତି ବନ୍ଧୁ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ , ପ୍ରକୃତି ବନ୍ଧୁ ଦୀପକ କୁମାର ସାମନ୍ତରା, ସମାଜ ସେବୀ ଅମୀତ କୁମାର ସାହୁ, ବେଣୁଧର ନାୟକ, ଦୁଷ୍ମନ୍ତ ଛାଟୋଇ, ଗଙ୍ଗାଧର ଦାସ ପ୍ରମୁଖ ସାମିଲ ହୋଇ ନିିକଟସ୍ଥ ଡମପଡ଼ା, ତାଳବସ୍ତ, ଦୁର୍ଗାପୁର ଶବରସାହି ଓ ସୁବର୍ଣ୍ଣପୁର ଅଂଚଳରେ ଜନସଚେତନତା ଜାରିରଖିଛନ୍ତି । 

  

0
0
0
s2sdefault