ହେଡଲାଇନସ୍:

 ମ୍ୟାଟ୍ରିକ ପରୀକ୍ଷା ଫଳ : ମୟୂରଭଞ୍ଜ ଜିଲ୍ଲାରେ ପାଶ ହାର ୬୮.୭୯ ପ୍ରତିଶତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୯ର ଫଳ ମେ ୨୧ ମଙ୍ଗଳବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ  ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ରେଗୁଲାର ପରୀକ୍ଷାର୍ଥୀମାନଙ୍କ ପାଶର  ହାର ୬୮.୭୯ ପ୍ରତିଶତ ରହିଥିବାର ଜଣାପଡ଼ିଛି ।

  ମୟୂରଭଞ୍ଜ ଜିଲ୍ଲାରେ ରହିଥିବା  ୬୦୩ଟି ହାଇସ୍କୁଲର  ୩୨ ହଜାର ୩୧୦ ରେଗୁଲାର ପରୀକ୍ଷାର୍ଥୀ ୧୬୮ଗୋଟି ପରୀକ୍ଷା କେନ୍ଦ୍ର ମାଧ୍ୟମରେ ପରୀକ୍ଷାରେ ବସିଥିବା ବେଳେ ପରୀକ୍ଷାରେ କପି କରି ୪୬ ଜଣ ଏକ୍ସଫେଲ ହୋଇଥିଲେ ଏବଂ ୯୬୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ପ୍ରଚଳିତ ଫର୍ମାଟ ଅନୁସାରେ ମୋଟ ୬୦୦ ନମ୍ବର ମଧ୍ୟରୁ ୫୦ ମାର୍କର ଅବଜେକଟିଭ ଓ ୫୦ ମାର୍କର ସବଜେକଟିଭ ପ୍ରଶ୍ନର ଉତ୍ତର ଦେଇଥିଲେ । ଗ୍ରେଡ଼ ଅନୁଯାୟୀ ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଏ ଗ୍ରେଡ଼(ଆଉଟଷ୍ଟାଣ୍ଡିଂ) ଅନୁସାରେ ୫୪୦ ରୁ ୬୦୦ ମାର୍କ ମଧ୍ୟରେ ୫୬ଜଣ, ଏ-୨ ଗ୍ରେଡ଼(ଏକ୍ସିଲେଣ୍ଟ) ଅନୁଯାୟୀ ୪୮୦ରୁ ୫୩୯ ମାର୍କ ମଧ୍ୟରେ ୪୨୪ଜଣ,  ଗ୍ରେଡ଼ ବି-୧(ଭେରିଗୁଡ଼)  ଅନୁଯାୟୀ  ୪୨୦ରୁ ୪୭୯ ନମ୍ବର ମଧ୍ୟରେ ୧ ଜହାର ୫୫ଜଣ, ବି-୨(ଗୁଡ଼) ଗ୍ରେଡ଼ ଅନୁସାରେ  ୩୬୦ରୁ ୪୧୯ ନମ୍ବର ମଧ୍ୟରେ ୨ ହଜାର ୧୦୩  ଜଣ, ସି ଗ୍ରେଡ଼( ଆଭେରେଜ) ମଧ୍ୟରେ ୩୦୦ରୁ ୩୩୫୯ ନମ୍ବର ମଧ୍ୟରେ ୩ ହଜାର ୭୮୧ ଜଣ , ଡ଼ି ଗ୍ରେଡ଼(ଆଭେରେଜ) ଅନୁସାରେ ୨୪୦ ମାର୍କରୁ ୨୯୯ ମଧ୍ୟରେ ୭ ହଜାର ୨୧ ଜଣ ଓ ଇ ଗ୍ରେଡ଼ (ଫେୟାର) ଅନୁସାରେ ୧୯୮ରୁ ୨୩୯ ମାର୍କ ମଧ୍ୟରେ ୧୦ ହଜାର ୬୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାରିପଦା ସହରରେ ଥିବା ମୟୂରଭଞ୍ଜ ଜିଲ୍ଲାର ସର୍ବ ପୁରାତନ ଏମକସେି ହାଇସ୍କୁଲରେ ୨୭୫ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୮୯.୯୧ ପ୍ରତିଶତ ହାରରେ ୨୪୭ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଏ ଗ୍ରେଡ଼(ଆଉଟଷ୍ଟାଣ୍ଡିଂ) ଅନୁଯାୟୀ ୫୪୦ ରୁ ୬୦୦ ମାର୍କ ମଧ୍ୟରେ ସୌରଭ ସାହୁ ଓ ମୟୂରଭଞ୍ଜ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ସୁପୁତ୍ରୀ ସ୍ୱପ୍ନା ସୁରଭି ନାୟକ ୯୪.୧୭ ପ୍ରତିଶତ ହାରରେ ମୋଟ ୫୬୫ ନମ୍ବର ରଖିଥିବା ବେଳେ ରୋହିତ ରାୟ ୯୩.୮୩ ପ୍ରତିଶତ ହାରରେ ୫୬୩, ଆୟୁଷ ବାରିକ ୫୫୨, ଆକାଶ ମହାନ୍ତ ୫୪୯, ମୟେନ ପ୍ରଧାନ ଓ ପ୍ରେମାଂଶୁ ଦାସ ୫୪୬, ରୋହିତ ସେନାପତି ୫୪୧ ନମ୍ବର ରଖିଛନ୍ତି । ସେହିପରି ଏ-୨ ଗ୍ରେଡ଼(ଏକ୍ସିଲେଣ୍ଟ)ରେ ୧୭ ଜଣ, ଗ୍ରେଡ଼ ବି-୧(ଭେରିଗୁଡ଼)ରେ ୨୭ ଜଣ ଓ   ବି-୨(ଗୁଡ଼) ଗ୍ରେଡ଼ରେ ୪ ଜଣ କୃତକାର୍ଯ୍ୟ ହୋଇଥିବାର ଜଣାପଡ଼ିଛି । 

      

0
0
0
s2sdefault