ବଲାଙ୍ଗୀର/ନିରୋଜ ମିଶ୍ର : ଏଣିକି ଚୋର ଡକାୟତ ଗୁଣ୍ଡା କେହିବି ପୋଲିସକୁ ଚକମା ଦେଇ ଖସିଯିବା ସହଜ ହେବନି । ବେଧଡକ ଅପରାଧ ଘଟାଇ ଖିସଯାଇପାରିବେନି ଦୁର୍ବୃତ୍ତ । କାରଣ ସିସିଟିଭି ସର୍ଭିଲାନ୍ସରେ ରହିବ ବଲାଙ୍ଗୀର ସହର । ୨୪ ଘଣ୍ଟା ବଲାଙ୍ଗୀର ସହର ଉପରେ ନଜର ରଖିବ ବଲାଙ୍ଗୀର ପୋଲିସ। ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ ଛକ ସହ ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି। ଯାହାର କଣ୍ଟ୍ରୋଲ ଖୋଦ ଏସପିଙ୍କ ପାଖରେ ରହିବ। ତେବେ ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ନା ସବୁଦିନ ପାଇଁ ବଲାଙ୍ଗୀର ବାସି ଏହି ସୁବିଧା ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ସାବଧାନକ୍ୟାମେରାସବୁ ଦେଖୁଛି। ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛି ? ଦେଖନ୍ତୁ ଏ ଦୃଶ୍ୟ ଗୁଡିକୁ। ଗୋଟିଏ ପୋଲରେ ଲାଗିଛି ୪ ରୁ ଅଧିକ କ୍ୟାମେରା। ଏ ହେଉଛି ବଲାଙ୍ଗୀର ସହରର ବିଭିନ୍ନ ଛକର ଦୃଶ୍ୟ। ଦିନ ହେଉ କି ରାତି ଏବେ ସବୁବେଳେ ସିସିଟିଭି ସର୍ଭିଲେନ୍ସରେ ରହିବ ବଲାଙ୍ଗୀର ସହର। ଫଳରେ ଚୋର, ଡକାୟତ, ଗୁଣ୍ଡା କେହିବି ପୋଲିସକୁ ଚକମା ଦେଇ ଖସିଯିବା ସହଜ ହେବନି । ଏହାଦ୍ବାରା ଦିନକୁ ଦିନ ବଢି ଚାଲିଥିବା ଅପରାଧରେ କିଛିମାତ୍ରାରେ ଅଙ୍କୁଶ ଲାଗିବ । ପ୍ରଥମ ପର୍ଯ୍ୟାୟରେ ସହରର ଭାଗରଥି ଛକ, କଚେରି ଛକ, ଓ ପାଟଣାଛକରେ ୧୪ଟି ସିସିଟିଭି ଖଞ୍ଜା ଯାଇଥିବାବେଳେ ପରବର୍ତ୍ତି ସମୟରେ ବିଭିନ୍ନ ସ୍ଥାନରେ ୫୪ ଟି ସିସିଟିଭି ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି।କେବଳ ସେକିତି ନୁହେଁ ଏଣିକି ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ଆଲୋକ ସଂଙ୍କେତ କରିବ । ସହରର ମୁଖ୍ୟ ଛକ ଗୁଡିକରେ ଲାଗିବ ଆଲୋକ ଟ୍ରାଫିକ ସିଗନାଲ। ଯାହାର ଉଦଘାଟନ କରିଛନ୍ତି ବଲାଙ୍ଗୀର ସାଂସଦ, ଜିଲ୍ଲାପାଳ ଓ ଏସପି। ବଲାଙ୍ଗୀର ଜିଲ୍ଲାରେ ଗତ କିଛି ମାସ ହେଲା ଡକାୟତ, ଲୁଟେରା ସହ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିଥିବା ବେଳେ ବିଭିନ୍ନ ସମୟରେ ଘଟୁଥିଲା ଛୋଟବଡ ଅଘଟଣ। ଏହାକୁ ନେଇ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବା ପାଇଁ ଦାବି ଉଠିଥିଲା |
ରାଜ୍ୟ
ଲାଗିଲା ସିସିଟିଭି, ଖସିପାରିବେନି ଅସାମାଜିକ ତତ୍ତ୍ୱ
- Hits: 531