ହେଡଲାଇନସ୍:

ଉତ୍ତର ଓଡ଼ିଶା ଜୋନର ୨୧୮ ପରୀକ୍ଷା କେନ୍ଦ୍ରରେ ୨୭, ୮୫୪ଜଣ ପରୀକ୍ଷାର୍ଥୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )-: ମାର୍ଚ୍ଚ ୭ ଶୁକ୍ରବାର ଉଚ୍ଚ ମାଧ୍ୟମିକା ଶିକ୍ଷା ପରିଷଦ ପକ୍ଷରୁ  ଚଳିତ ୨୦୧୯ ଶିକ୍ଷାବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ କଳା ବିଭାଗରେ ପରୀକ୍ଷା ମାର୍ଚ୍ଚ ୮ ଶନିବାର ଆରମ୍ଭ ହେବ । ଭୂବନେଶ୍ୱର ଉଚ୍ଚ ମାଧ୍ୟମିକା ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ନେଇ ଗଠିତ  ଉତ୍ତର ଓଡ଼ିଶା ଜୋନରେ ମଧ୍ୟ ଆଜିଠାରୁ ଉକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ  ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନ ଏବଂ ବାଣିଜ୍ୟରେ ରେଗୁଲାର,ଏକ୍ସ- ରେଗୁଲାର, ଭୋକେସନାଲ ଏବଂ କରେସପଣ୍ଡେଣ୍ଟକୁ ବିଷୟରେ ମୋଟ ୨୭ହଜାର ୮୫୪ଜଣ ପରୀକ୍ଷାର୍ଥୀ ୨୧୮ଟି ସେଣ୍ଟର ଓ ୩୩ଟି ହବ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ବୋଲି ଉତ୍ତର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ସଚିବ ହେମନ୍ତ କୁମାର ଘଡେଇ ସୂଚନା ଦେଇଛନ୍ତି । ଏଥି ସହିତ ପରୀକ୍ଷାରେ କପି ରୋକିବା ପାଇଁ ଜୋନାଲସ୍ତରରେ ୩ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ସେଣ୍ଟର ସ୍କାର୍ଡ, ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଏବଂ ଡିଏଲସି ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି । ଏହା ବ୍ୟତୀତ ସମସ୍ତ ହବଗୁଡିକରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ନିମନ୍ତେ ମୋବାଇଲ ଫୋନର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଛି । ପରୀକ୍ଷା ପୂର୍ବାହ୍ନ ୧୦ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ, ଉତ୍ତର ଓଡ଼ିଶା ଜୋନାଲରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ବିଜ୍ଞାନ ରେଗୁଲାରରେ ୪୬୯୬ଜଣ ପରୀକ୍ଷାର୍ଥୀ ଥିବା ବେଳେ ଏକ୍ସ ରେଗୁଲାର ୭୧୩ଜଣ ରହିଛନ୍ତି । ସେହିପରି ବାଣିଜ୍ୟରେ ରେଗୁଲାରରେ ୮୯୩ଜଣ ଥିବା ବେଳେ ଏକ୍ସ ରେଗୁଲାରରେ ୮୩ଜଣ ପରିକ୍ଷାର୍ଥୀ ରହିଛନ୍ତି । ସେହିପରି ଭୋକେସନାଲରେ ୮୦୧ଜଣ ପରୀକ୍ଷାର୍ଥୀ, କରେସପଣ୍ଡେଣ୍ଟରେ ୧୩୩୮ଜଣ ପରୀକ୍ଷାରର୍ଥୀ ଏହିପରି ମୟୂରଭଞ୍ଜ ଜିଲ୍ଲାରେ ମୋଟ  ୮୫୨୪ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ବସିଛନ୍ତି  । ସେହିପରି ବାଲେଶ୍ୱର ଜିଲ୍ଲାରେ ବିଜ୍ଞାନ ରେଗୁଲାରରେ ୬୪୫୨ଜଣ, ଏକ୍ସ ରେଗୁଲାର ୩୩୫ଜଣ, ବାଣିଜ୍ୟରେ ରେଗୁଲାରରେ ୧୨୮୯ଜଣ, ଏକ୍ସ ରେଗୁଲାରରେ ୮୭ଜଣ, ଭୋକେସନାଲରେ ୪୬୮ଜଣ ଓ କରେସପଣ୍ଡେଣ୍ଟରେ ୫୭୨ଜଣ ପରୀକ୍ଷାର୍ଥୀଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ୯୨୦୩ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ବିଜ୍ଞାନ ରେଗୁଲାରରେ ୨୬୮୩ଜଣ, ଏକ୍ସ ରେଗୁଲାର ୪୧୮ଜଣ, ବାଣିଜ୍ୟରେ ରେଗୁଲାରରେ ୬୬୧ଜଣ, ଏକ୍ସ ରେଗୁଲାରରେ ୬୮ଜଣ , ଭୋକେସନାଲରେ ୪୧୬ଜଣ ଓ କରେସପଣ୍ଡେଣ୍ଟରେ ୮୬୩ଜଣ ପରୀକ୍ଷାର୍ଥୀଙ୍କୁ ମିଶାଇ ମୋଟ ୫୧୦୯ଜଣ ପରୀକ୍ଷାର୍ଥୀ , ଭଦ୍ରକ ଜିଲ୍ଲାରେ ବିଜ୍ଞାନ ରେଗୁଲାରରେ ୨୫୩୨ଜଣ ପରୀକ୍ଷାର୍ଥି ଥିବା ବେଳେ ଏକ୍ସ ରେଗୁଲାର ୩୦୩ଜଣ , ବାଣିଜ୍ୟରେ ରେଗୁଲାରରେ ୧୪୭୮ଜଣ , ଏକ୍ସ ରେଗୁଲାରରେ ୧୨୬ଜଣ , ଭୋକେସନାଲରେ ୪୦୪ଜଣ ପରୀକ୍ଷାର୍ଥି ଏବଂ କରେସପଣ୍ଡେଣ୍ଟରେ ୧୭୫ଜଣଙ୍କୁ ମିଶାଇ ମୋଟ ୫୦୧୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାରେ ୯ଟି ହବ ହୋଇଥିବା ବେଳେ ୭୩ଟି ସେଣ୍ଟର ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୧ଟି ହବ ଓ ୬୭ଟି ସେଣ୍ଟର, କେନ୍ଦୁଝର ଜିଲ୍ଲାରେ ୮ଟି ହବ ୪୩ଟି ସେଣ୍ଟର ଏବଂ ଭଦ୍ରକ ଜିଲ୍ଲାରେ ୫ଟି ହବ ୩୫ଟି ସେଣ୍ଟର ଆଦକୁ ମିଶାଇି ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନ ଏବଂ ବାଣିଜ୍ୟ ପାଇଁ ୩୩ଟି ହବ ଓ ୨୧୮ଟି ସେଣ୍ଟର କରାଯାଇଛି । ତେବେ ଆଜିର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ବିଭାଗ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ମଙ୍ଗଳପୁର ଶ୍ରୀନିବାସ ମହାବିଦ୍ୟାଳୟରେ ଜଣେ ଛାତ୍ର କପି କରୁଥିବା ବେଳେ ସ୍କ୍ୱାର୍ଡ ହାତରେ ଧରାପଡିଥିବାର ସୂଚନା ମିଳିଛି । ଏହି ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଓତ୍ତର ଓଡ଼ିଶା ଜୋନର ଉପସଚିବ ଶ୍ରୀ ଘଡେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

0
0
0
s2sdefault