ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ 938 ଟି ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ ଆସିଷ୍ଟାଣ୍ଟ ସର୍ଜନ ଭାବେ 938 ଏମବିବିଏସ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଖାଲିଥିବା ସ୍ଥାନରେ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପରେ ଡାକ୍ତର ପଦ ସଂଖ୍ୟା 5707କୁ ବୃଦ୍ଧି ପାଇବ ଓ ଡାକ୍ତର ଶୂନ୍ୟସ୍ଥାନ ପରିମାଣ 29% ରୁ ହ୍ରାସ ପାଇ 15.06%ରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ମୋଟ 6719ଟି ଅନୁମୋଦିତ ଡାକ୍ତର ପଦବୀ ରହିଛି ।