ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ଅସ୍ଵଛତା
ସିନାପାଲ୍ଲୀରୁ ନିରାକାର ମେହେର : ଏ ଠିକାଦାର ଆଉ ଅଫିସର ମଧୁ ଚନ୍ଦ୍ରିକା ଏମିତି, ପାଇଖାନାରୁ ଭି ଖାଇଯାଉଛନ୍ତି | ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର | ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ନୂଆପଡା ଜ଼ିଲ୍ଲା ନାଗଝର ଗାଁ ରେ | ପାଇଖାନା ନିର୍ମାଣ କରିବାରେ ଅନିୟମିତତା ଅଭିଯୋଗ ଆସିଛି ଲୋକଙ୍କ ଦ୍ୱାରା | ନିୟୋଜିତ କର୍ମଚାରୀ କାମକୁ ଠିକ ଭାବରେ କରୁନଥିବା ଅଭିଯୋଗ ହୋଇଛି | ତେବେ ନିମ୍ନ ମାନରେ କାମ କରି ଠିକାଦାର ଛୁ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ନିମ୍ନମାନର କାମ ଯୋଗୁଁ ପାଇଖାନା ନିର୍ମାଣ ହେଉ ହେଉ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି |ଠିକାଦାର ନିଜ ସୁବିଧା ଅନୁସାରେ ପାଇଖାନା ନିର୍ମାଣ କରି ଛୁ ହୋଇଯାଇଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ | ତେବେ ଦାଇତ୍ୱ ରେ ଥିବା ଅଧିକାରୀ ମଧ୍ୟ କେବେ କାମ ର ତଦାରଖ କରିନାହାନ୍ତି |ସିନାପାଲି ବ୍ଲକ ପ୍ରାୟ 200ଗରିବ ପରିବାର ପାଇଁ ପାଇଖାନା ନିର୍ମାଣ ହୋଇଛି |ହେଲେ ନିମ୍ନ ମାନର କାମ ହୋଇଥିବା ପ୍ରତିବାଦ କରିବାରୁ ଠିକାଦାର ଧମକ ଦେଇଥିବା ଅଭିଯୋଗ ହୋଇଛି | ତେବେ ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ସିନାପାଲି ଗୋଷ୍ଠୀଉନୟନ ଅଧିକାରୀ ସୁରେନ୍ଦ୍ର ମେହେର | ଇତି ବିଭାଗୀୟ ଅଧିକାରୀ ଙ୍କ ମନ ମୁଖି କାର୍ଯ୍ୟ ପାଇଁ ସରକାରୀ ଙ୍କ ଯୋଜନାର ସୁବିଧା ପାଇ ପାରୁ ନାହାନ୍ତି ଲୋକେ ତେବେ ଏହାର ତଦାରଖ କରି ଦୃଢ କାର୍ଯ୍ୟନୁୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ |