ହେଡଲାଇନସ୍:

ଅତୀତର  ପରିଚୟ ଖୋଜୁଛି ପାଟପାଣି ଗାଁ : ମୌଳିକ ସୁବିଧା ଏଠି ସାତସପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା(ଭାଗିରଥି ଭୋଇ)- ରାଜ୍ୟ ଏବଂ କେନ୍ଦ୍ର ସରକାର ଜଙ୍ଗଲୀ  ଇଲାକାର ଲୋକଙ୍କ ପାଇଁ ଅନେକ ଯୋଜନା ତିଆରି କରି ସେମାନଙ୍କୁ ସାମାଜିକ ସୋତ୍ରରେ ସାମିଲ କରୁଥିବା କଥା କୁହନ୍ତି । କିନ୍ତୁ ବାସ୍ତବ ଚିତ୍ର ଟିକେ ଅଲଗା । ଆଜି ବି ଅନେକ ସ୍ଥାନ ଅଛି ଯେଉଁଠି ମୌଳିକ ସୁବିଧା ପାଲଟିଯାଏ ସାତସପନ । ଏମିତି ଏକ ଗାଁ ହେଉଛି  ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ପଂଚାୟତ ର ବଣ ପାହାଡ ଘେରା ଗାଁ ପାଟପାଣି । ଟିକ୍ରାପଡା ରୁ ୭ କିଲୋମିଟର ଜଙ୍ଗଲୀ ରାସ୍ତା ଦେଇ ଗଲେ ଦେଖିବାକୁ ମିଲେ ଏ ଗାଁ ର ଦୃଶ୍ୟ । ସୁନଶାନ ଏବଂ ନିରବ । ସତେ ଯେମିତି  ଜୀବ ଜଗତରୁୁ ବିଛିନ୍ନ  ହେଇଛି ଏହି ଗାଁ ।  ଶହ ଶହ ଲୋକଙ୍କ ହସ ବୋବାଳିରେ ଦିନେ  ଫାଟି ପଡୁଥିଲା ଏହି ଗାଁ । ଏବେ କିନ୍ତୁ ଖାଁ ଖାଁ । ୪, ୫ ପରିବାର ଏବେ ଏଠି ବେସାହାରା ହୋଇ  ପଡି ରହିଛନ୍ତି । ପିଇବା ପାଣି ପାଇଁ ଗୋଟିଏ ନଳ କୂଅ ଅଚଳ ହୋଇ ପଡିଥିବା ବେଲେ ଏବେ ଏକ ନୁଆ ନଳ ଖୋଳାହୋଇଛି । ପ୍ରାଥମିକ ଶିକ୍ଷା କହିଲେ ସ୍କୁଲ ଅଛି କିନ୍ତୁ ଶିକ୍ଷକ ନାହାନ୍ତି । କୁନି କୁନି ଛୁଆଙ୍କୁ ୮ କିମି ଦୂର କାମକେଡା ସେବାଶ୍ରମ କୁ ପଠାନ୍ତି ଅଭିଭାବକ । ବିଜୁଳି ପାଇଁ ସୋଲାର ବ୍ୟବସ୍ଥା କରାଯାଇଛି । କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ବେଲେ ବେଲେ ଭଗବାନଙ୍କ ଉପରେ ଭରସା ରଖିବାକୁ ପଡେ । ସେଦିନ ୨୦୧୪ ମସିହାର କଥା । ରାତିରେ  ଗାଁ ର ସମସ୍ତେ ଖାଇପିଇ ଶୋଇଥବା ବେଲେ ହଠାତ୍ ଗଣଶିକ୍ଷକ ଚୈତନ୍ୟ ମାଝୀଙ୍କୁ ଘରୁ ଟେକି ନେଇଥିଲେ ମାଓବାଦୀ । ଗାଁ ର ଶେଷ ମୁଣ୍ଡରେ ତାଙ୍କୁ ଗୁଳି କରି ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଳିସ ଇନଫରର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ପରେ ଗାଁ ହୋଇଯାଇଥିଲା ସୁନଶାନ୍ । ସମସ୍ତେ ଘର ଛାଡି ଯାଇଥିଲେ । ବର୍ତମାନ ଗାଁରେ ପରିବେଶ ସ୍ୱଭାବିକ ହେଉଛି । ଲୋକେ ପୁଣି ଆସି ବସବାସ କରୁଛନ୍ତି । ମୌଳିକ ସୁବିଧା  ସହ ଗ୍ରାମରେ ପୁଣି ଥରେ ଖୁସି ଫେରାଇ ଆଣିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।  

 

 

 

0
0
0
s2sdefault