ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ : ଶକ୍ତି ସମାବେଶରେ ବିପୁଳ ସମାଗମ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବଲାଂଗୀର:  ଆଜି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଦିନିକିଆ ବଲାଂଗିର ଗସ୍ତରେ ଆସି  ମିଶନ ଶକ୍ତି ସମାବେଶରେ ସାମିଲ ହୋଇଥିଲେ ।  13 ହଜାର ସ୍ବୟଂ ସହାୟକ ଗୋଷ୍ଠୀର 60 ହଜାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସାମିଲ କରିବାକୁ ଘୋଷଣା କରିଛନ୍ତି ।

 ଘର କୋଣରେ ରହୁଥିବା ମହିଳା ଏବେ ଗୋଡକାଢି ବ୍ୟାଙ୍କକୁ  ଯାଇ ଗୋଷ୍ଠୀର ସଦସ୍ୟଙ୍କ ହିସାବ ବୁଝୁଛନ୍ତି । ପିଳା ଛୁଆଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅଠର ବର୍ଷ ତଲେ ଦେଖିଥିବା ସ୍ବପ୍ନ ପୁରଣ ହୋଇଛି । ରାଜ୍ୟର 6 ଲକ୍ଷ ଗୋଷ୍ଠୀର 70 ଲକ୍ଷ ମହିଲା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ବଲାଂଗିର  ଏବଂ ସୋନପୁର ଜିଳ୍ଲାର 13 ହଜାର 401 ଗୋଷ୍ଠୀର 60 ହଜାର ମହିଲା ସାମିଲ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଗୁଡିକୁ 20 କୋଟୀ 10 ଲକ୍ଷ ପ୍ରଦାନ କରିଥିଲେ ।  ଏହାସହ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ 9 ହଜାର 607 ଗୋଷ୍ଠୀକୁ 2କୋଟୀ 88ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହାସହ ଗୋଷ୍ଠୀ ଗୁଡିକ ବିନା ସୁଧରେ 3 ଲକ୍ଷ ଟଙ୍କା ୠଣ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । 

  ବ୍ଲକ ସ୍ତରରେ ମିଶନ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ 14 ଟି ମହାଂଘକୁ 3 କୋଟି 50 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ମହିଲା ମାନଙ୍କ ବୈଠକ ଏବଂ ସାମଗ୍ରୀ ପାଇଁ ମିଶନ ଶକ୍ତି ଗୃହ ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଏହାସହ ବଲାଂଗିରରେ ମିଶନ ଶକ୍ତି ଭବନ ପାଇଁ ଏକ କୋଟୀ ଟଙ୍କା ପ୍ରଦାନ କରିଥିଲେ

0
0
0
s2sdefault