ହେଡଲାଇନସ୍:

ଧର୍ମେନ୍ଦ୍ର ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲା ବାଲେଶ୍ୱର ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ପ୍ରଶାନ୍ତି ଓ ହଳଦିଆ ଏକ୍ସପ୍ରେସ ବାଲେଶ୍ୱରେ ରହଣି ଦାବି ହେଲା ପୁରଣ

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବହୁ ପ୍ରତୀକ୍ଷିତ ଶ୍ରୀ ସତ୍ୟସାଇ ପ୍ରଶାନ୍ତି ନିଲାୟମ-ହାୱଡା ଏକ୍ସପ୍ରେସ, ହଳଦିଆ-ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଓ ପୁରୁଳିଆ-ଭିଲ୍ଲୁପୁରମ ଏକ୍ସପ୍ରେସ ବାଲେଶ୍ୱରରେ ରହଣି ଦାବିକୁ ପରିପୂରଣ କରିଥିବାରୁ ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଶ୍ରୀ ମଦନ ମୋହନ ଦତ୍ତ ବାଲେଶ୍ୱର ବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତତ୍ ସହିତ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ଓ ସଂଚାର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସୋମବାର ଏ ନେଇ ବାଲେଶ୍ୱର ବିଜେପିର ତୁଙ୍ଗ ନେତୃତ୍ୟ ମଧ୍ୟ ରହଣି ନିଷ୍ପତିକୁ ସ୍ୱାଗତ ଜଣାଇଥିଲେ । ଏହି ନିଷ୍ପତି ବାଲେଶ୍ୱରର ବିକାଶକୁ ତ୍ୱରାନିତ କରିବା ସହିତ ପ୍ରଗତିକୁ ଗତି ଦେବା ସହିତ  ବାଲେଶ୍ୱର, ଭଦ୍ରକ, ମୟୁରଭଞ ଓ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଥିବା ଯାତାୟତ ସମସ୍ୟାକୁ ଦୂରୀଭୁତ କରିବ ବୋଲି ସଭାପତି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । ଉଲ୍ଲେଖଯାଗ୍ୟ ଶ୍ରୀ ଦତ୍ତ ସତ୍ୟସାଇ ପ୍ରଶାନ୍ତି ନିଲାୟମ-ହାୱଡା ଏକ୍ସପ୍ରେସର ବାଲେଶ୍ୱରରେ ରହଣି ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦେଇଥିବା ଅନୁରୋଧ ପତ୍ରର ଏକ ସକାରାତ୍ମକ ଉତ୍ତର  ୦୭.୦୯.୨୦୧୬ରେ ଲିଖିତ ଭାବେ ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱର ବିଜେପି ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପୂର୍ବୋଦୟ, ପୂର୍ବ ଭାରତରୁ ହେଉଅଛି ନୂଆ ଭାରତର ଉଦୟ ଉଦ୍ୟମକୁ ଜିଲ୍ଲା ଉପ-ସଭାପତି ପର୍ଶୁରାମ ବେହେରା ଓ ଗଙ୍ଗାଧର ରାଉତ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ସମ୍ପାଦକ ଚିତ୍ତରଞନ ପଣ୍ଡା, ନଗର ସଭାପତି ସୀତାକାନ୍ତ ସ୍ୱାଇଁ ,ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ବିନୟ କୁମାର ମହାରଣା, ତୁଷାରକାନ୍ତ ବେହେରା ପ୍ରମୁଖ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault