ହେଡଲାଇନସ୍:

ପଞ୍ଚାୟତିରାଜ ଦିବସ ସହ ବିଜୁ ବାବୁଙ୍କ ୧୦୩ ତମ ଜନ୍ମ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତିରାଜ ଦିବସ ସହ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୩ ତମ ଜନ୍ମ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅରୁପ ରଣବିଡା,ଗ୍ରାମ ରୋଜଗାର ସେବିକା ସୁଷମା ପାଣିଗ୍ରାହୀ ଙ୍କ ସମେତ ସମସ୍ତ ୱାର୍ଡମେମ୍ବର,ଅଞ୍ଚଳର ବରିଷ୍ଠ ନାଗରିକ ଓ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀଯୁକ୍ତ ସାହୁ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତାର ଭାବରେ ବର୍ଣ୍ଣନା କରିଥିଲେ।

0
0
0
s2sdefault