ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ): ପାରଳାଖେମୁଣ୍ଡି ସ୍ଥିତ ସାଏଲାମ କଲ୍ୟାଣ ମଣ୍ଡପ ସାମନାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସମେତ ଯୋଜନାର ଉଦ୍ଘାଟନର ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନ-ଧନ ଯୋଜନା କାର୍ଯ୍ୟକ୍ରମର ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ସିଦ୍ଧେଶ୍ୱର ମିଶ୍ର ଏବଂ ସମାଜସେବୀ କେ.ପୁଣ୍ୟବତୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ-ଧନ ଯୋଜନାର ବିଶେଷତ୍ୱ ଓ ଆଭିମୁଖ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଯୋଜନା ଅସଂଗଠିତ କର୍ମଯିବୀ ମାନଙ୍କ ପାଇଁ ଏକ ଜନପ୍ରିୟ ଯୋଜନା । ୧୮ରୁ ୪୦ ବର୍ଷ ମଧ୍ୟରେ ଯେଉଁ ମାନଙ୍କ ମାସିକ ଆୟ ୧୫ ହଜାର କିମ୍ୱା ତା ଠାରୁ କମ ହୋଇଥିବ ଏବଂ ଯେଉଁ ମାନେକି ଅସଂଗଠିତ କର୍ମଜିବୀ ତଥା ରିµା ଚାଳକ, ଫେରିବାଲା,ଶ୍ରମିକ,ଘରୋଇ ଶ୍ରମିକ, ଦର୍ଜି, ପାନବିକ୍ରେତା, ଛୋଟ ଦୋକାନି ପ୍ରଭୃତି ଏହି ପ୍ରକାର ଅନ୍ୟକର୍ମଜିବୀ ମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନାରେ କେନ୍ଦ୍ର ସରକାର ଆପଣ ମାନଙ୍କ ସହ ସମାନଯୋଗଦାନ କରିବେ ।ଏବଂ ଏହି ଯୋଜନାରେ ସାମିଲ ହେବା ପାଇଁ ନିକଟତମ କମନ ସର୍ଭିସ ସେଣ୍ଟର ନିଜର ଆଧାରକାର୍ଡ ଓ ସଞ୍ଚୟ/ଜନଧନ ଏକାଉଣ୍ଟ କାଗଜପତ୍ର ସହ ପହଞ୍ଚନ୍ତୁ ବୋଲି କହିଥିଲେ । ଅନ୍ୟପକ୍ଷରେ ଶ୍ରମନିଯୁକ୍ତି ମନ୍ତ୍ରଳାଳୟ ଭାରତ ସରକାରଙ୍କ ସହ ନ୍ୟୁନତମ ନିଶ୍ଚିତ ପେନସନ ଯାହାକି ମାସିକ ୩୦୦୦ଟଙ୍କା- ୬୦ବର୍ଷ ବୟସ ଠାରୁ ଆଜୀବନ ପୈଠ ହେବ ବୋଲି କହିଥିଲେ ।
ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ସମାଗମ ହୋଇଥିବା ୩୦୦ରୁ ଅଧିକ ମହିଳା ପୁରୁଷଙ୍କୁ ଭାଜପା ପକ୍ଷରୁ କମନ ସର୍ଭିସ ସେଣ୍ଟର ଏବଂ କର୍ମଚାରୀ ରାଜ୍ୟବୀମା ନିଗମ , ଓଡିଶା ସହଯୋଗରେ ଆୟୋଜିତ ହୋଇଥିବା ପ୍ରଧାନମନ୍ତ୍ରୀ ସହଯୋଗୀ ମାନ-ଧନ ଯୋଜନା କାର୍ଯ୍ୟକ୍ରମ ଉଦ୍ଘାଟନର ସିଧାପ୍ରସାରଣର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ-ଧନ ଯୋଜନାର ଗଜପତି ଜିଲ୍ଲା ରହିଥିବା ୫୫୫ ଉପଭୋକ୍ତା ମଧ୍ୟରୁ ୫ଜଣଙ୍କୁ ପେନସନ କାର୍ଡ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷରେ ଏହି ଯୋଜନାର ସଚେତନତା ପାମ୍ପଲେଟ ବଣ୍ଟନ କରାଯାଇଥିଲା ଏବଂ ଉପଭୋକ୍ତା ହେବା ପାଇଁ ଦସ୍ତଖତ ଗ୍ରହଣ କରାଯାଇଥିଲା ।