ହେଡଲାଇନସ୍:

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମହେନ୍ଦ୍ରଗିରିର ସ୍ୱତନ୍ତ୍ରତା ପ୍ରକାରେ ମହାଶିବରାତ୍ର ପୂର୍ବଦିନ ରାତ୍ରରୁ ପାଳନ ହୋଇଥିବା ବେଳେ ମହାଶିବରାତ୍ର ଦିନ ଜାଗର ଦୀପ ଯାତ୍ରା ପାଳନ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଚାରିହଜାର ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ ମହେନ୍ଦ୍ରଶିଖର ବିଭିନ୍ନ ପାଦଚଲା ରାସ୍ତାରେ ଚଢି ପହଞ୍ଚିଥିଲେ । ମହେନ୍ଦ୍ର ଶିଖରେ ଶୀତ, କାକର, କୁହୁଡି,ପବନ ଓ ସାମାନ୍ୟ ବର୍ଷା ସତ୍ୱେ ଶ୍ରଦ୍ଧାଳୁ ମାନେ ଶିଖରରେ ଥିବା ଗୋକର୍ଣ୍ଣେଶ୍ୱର , ଯୁଧିଷ୍ଟିର ଓ ଭୀମ ମନ୍ଦିରରେ ଥିବା ଶିବଲିଙ୍ଗ ଦର୍ଶନ ଓ ପୂଜାର୍ଚ୍ଚନା କରି ଜାଗର ଦୀପ ଜାଳି ଉଜାଗର ରହିଥିଲେ । ଏଥିପାଇଁ ମନ୍ଦିର ଗୁଡିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା । 

ସେହିଭଳି ଗଜପତି ଜିଲ୍ଲାଞ୍ଚଳ ସମେତ ପାରଳାଖେମୁଣ୍ଡିସହରାଞ୍ଚଳରେ ଥିବା ଧବଳେଶ୍ୱର, ରାମଲିଙ୍ଗେଶ୍ୱର, ଶ୍ମଶାନେଶ୍ୱର, ରାମେଶ୍ୱର, କାଶୀବିଶ୍ୱନାଥ, ଗପେଶ୍ୱର, ମଲ୍ଲିକାର୍ଜୁନେଶ୍ୱର, ଚନ୍ଦ୍ରଶେଖର, ମାଡୁଆମହାଦେବ ପ୍ରଭୃତି ଶତାଧିକ ସଂଖ୍ୟାରେ ରହିଥିବା ଶିବାଳୟ ଗୁଡିକ ମହାଶିବରାତ୍ର ଓ ଜାଗର ଯାତ୍ରା ଅବସରରେ ଅତ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଥିଲା । ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଓ ଜାଗର ଦୀପ ଜାଳିବା ପାଇଁ ପ୍ରବଳ ଭିଡ ଓ ଲମ୍ୱା ଧାଡି ଲାଗି ରହିଥିଲା । ରାତି ୧୧ଟାରେ ମହାଜାଗର ଦୀପ ଉଠିଥିଲା । ଏହି ଅବସରରେ ସମସ୍ତ ଶିବାଳୟ ଗୁଡିକ ସଂପୃକ୍ତ ଶିବାଳୟ କମିଟି ତରଫରୁ ତୋରଣ ଓ ବିଭିନ୍ନ ରଙ୍ଗର ଆଲୋକମାଳାରେ ସଜ୍ଜିତ ହୋଇଥିଲା । ସେହି ଭଳି ଶ୍ରଦ୍ଧାଳୁ ମାନଙ୍କର ଉଜାଗର ପାଇଁ ବିଭିନ୍ନ ଶିବାଳୟ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault