ହେଡଲାଇନସ୍:

ଶିଶୁ ଉଦ୍ୟାନରେ ବିଜୁ ଜନ୍ମ ଶତବାର୍ଷିକୀ ମହାସମାରୋହରେ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର :  ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟଙ୍କ ୧୦୩ ତମ ବିଜୁ ଜୟନ୍ତୀ  ମହାସମାରୋହରେ ପାଳିତ ହୋଇଯାଇଅଛି  । ଜିଲା ବିଜୁ ଜନତା ଦଳର ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମେ ଶିଶୁ ଉଦ୍ୟାନ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ବିଜେଡି  ରାଜ୍ୟ ପରିଷଦ ସଭ୍ୟ ଅର୍କେଶ ନାରାାୟଣ ସିଂହଦେଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୁ ସ୍ମୃତିଚାରଣ ସଭାକାର୍ଯ୍ୟରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ଲୋଟସ ଷଡଙ୍ଗି, ଉପସଭାପତି  ପ୍ରଦିପ ଗୁରୁ ,  ପୌରାଧ୍ୟକ୍ଷା ସନ୍ତୋଷିନି ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ବିଶିଷ୍ଟ ସମାଜ ସେବୀ ଲଳୀତ ନାୟକ, ଧୃବ ଯୁଏଡ୍,  ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ବିଜୁବାବୁ୍ଙ୍କ ପ୍ରତି ଜଣ ଜଣ କରି ନିଜର ହୃଦୟରେ ଥିବା ଭାବନାକୁ ବକ୍ତବ୍ୟରେ ସ୍ମୃତିଚାରଣ କରିଥିଲେ । ଲୋଟସ ଷଡଙ୍ଗି କହିଥିଲେ ଯେ ସ୍ୱର୍ଗତ ଶ୍ରୀ ବିଜୁବାବୁ ଓଡିଶା ବିକାଶର ଏକ ମାଇଲ ଖୁଣ୍ଟ ସଦୃଷ । ତାଙ୍କର ସ୍ୱପ୍ନକୁ ସାକାର ଏବଂ ଆଧୁନୀକ ସମାଜକୁ ମଜବୁତ କରିବାପାଇ ଯୁବପିଢ଼ି ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ ଓ ତାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରିବା ପାଇଁ ଦାବି କରାଯାଇଥିଲା । ତାଙ୍କ ସମୟରେ ମଧ୍ୟ କେନ୍ଦ୍ର ସରକାର ଓଡିଶାର ଉନ୍ନତି ପାଇଁ ବିଭିନ୍ନ ଅନୁଦାନ ଅର୍ଥ ପ୍ରଦାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ପରେ ଓଡିଶାକୁ ଅବହେଳା କରୁଥିଲେ କିନ୍ତୁ ପାରାଦ୍ୱିପ ଏବଂ ହିରାକୁଦ ବନ୍ଧ ଭଳି ବିଭିନ୍ନ ପ୍ରକଳ୍ପ ନିଜସ୍ୱ ପାଣ୍ଠି ଏବଂ ପ୍ରଚେଷ୍ଟାରେ କରିଥିଲେ ।  ବରିଷ୍ଠ  ନେତା ତଥା ବିଶିଷ୍ଟ  ସମାଜ ସେବୀ ଶ୍ରୀ ଲଳୀତ ନାୟକ ନିଜ ବକ୍ତବ୍ୟ ରଖି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ବଳିଷ୍ଠ  ଓ ସୁସ୍ଥ ସମାଜ ଗଠନ କରିବା ଯେଉଁଠାରେ ଶିକ୍ଷାବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଯାତାୟାତର ଆନୁସଙ୍ଗିକ ସୁବିଧା ଏବଂ ଆଧୁନୀକ ବିଜ୍ଞାନ ଉପରେ ଗୁରୁତ୍ୱ ଦେବା ବୋଲି ଉଦବୋଧନ ଦେଇଥିଲେ ।  ଧୃବ ଯୁଏଡ ବିଜୁବାବୁଙ୍କୁ ଜଣେ ଐତିହାସିକ ପୁରୁଷ ବୋଲି ସମ୍ବୋଧନ କରିଥିଲେ । ସେ ଝଡର ଇଗଲ ଓ ମାଟିର କୃଷ୍ଣସାର ବୋଲି କହିଥିଲେ । ସେ  ନିଜ ବକ୍ତବ୍ୟ ରଖି ବିଜୁବାବୁ ତାଙ୍କ ଶାସନ କାଳ ସମୟରେ ବଲାଙ୍ଗିରକୁ ଆସିଥିଲେ, ସେ ଶ୍ରମିକ ମାନଙ୍କ ମଜୁରି ଦୈନିକ ୯ ଟଙ୍କାରୁ ୨୫ଟଙ୍କାକୁ ବୃଦ୍ଧି କରିଥିଲେ । ଏଥିରୁ ବିଜୁବାବୁଙ୍କ ମହନୀୟତାର ପରିଚୟ ମିଳିଥାଏ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ପୌରା୍ଧ୍ୟକ୍ଷା ସନ୍ତୋଷିନି ବେହେରା  ବିଜୁ ବାବୁଙ୍କର ବଳିଷ୍ଠ ନେତୃତ୍ୱ ଓ ଦୁଃସାହସିକତା  ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ଶକ୍ତି ସଙ୍ଗଠିତ ହେଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ । ଉପାଧ୍ୟକ୍ଷା ସାଏ ନାରୀମାନଙ୍କୁ ଆଜି ଯେଉଁ ମର୍ଯ୍ୟାଦା ମିଳିଛି ତାହା ବିଜୁ ବାବୁଙ୍କର ଚେଷ୍ଟାବୋଲି କହିଥିଲେ । ଶେଷରେବିଜେଡି ନେତ୍ରୀ ରଞ୍ଜୁ ରାଏମନ ଗାଁକୁ କାମ ଦେବାରେ ଏବଂ ମାଁ କୁ ଉଚିତ ସମ୍ମାନ ଦେବାପାଇଁ ବିଜୁବାବୁଙ୍କ  ଉଦ୍ୟମକୁ ଦୋହରାଇଥିଲେ, ‘ନାରୀ ହେଲେ ପାଠୋଇ ଦେଶଯିବ ଅଗେଇ’ ।  ଏହି ଅବସରରେ ଯୁବ ନେତା ଅର୍କେଶ ବିଜୁ ବାବୁଙ୍କ ତାଙ୍କ ପରିବାରର ଘନିଷ୍ଟ ସମ୍ପର୍କ ଉପରେ ଅଲୋକପାତ କରି ତାଙ୍କ ସୁପୁତ୍ର ନବିନ ବାବୁଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ବିଷରେ କହିଥିଲେ । ବଲାଙ୍ଗିରରେ ଅତ୍ୟାଧୁନିକ ବସ ଟର୍ମିନାଲ, ମେଡିକାଲ କଲେଜ, ଲୋୟର ସୁକତେଲ, ଡେଲି ମାର୍କେଟ  ର ଉନ୍ନତି ବିଷୟରେ ବଖାଣି ଥିଲେ । ବିଜୁବାବୁ ମହିଳା ମାନଙ୍କ ଉନ୍ନତି ଲାଗି ସ୍ୱୟଂସହାୟକ ଗୋଷ୍ଠୀ , ପଞ୍ଚାୟତି ରାଜ ନିର୍ବାଚନରେ ମହିଳା ମାନଙ୍କୁ ସଂରକ୍ଷଣ ପରି ଅନେକ ବଳିଷ୍ଠ ଉଦ୍ୟମ ବର୍ତ୍ତମାନ ସମାଜରେ ପ୍ରତିଫଳିତ ହେଉଛି । ରାଜ୍ୟ ବିଜେଡି ପୁର୍ବତନ ସମ୍ପାଦକ ଓଁକାର ନାୟକ ସ୍ୱାଧିନତା ସଂଗ୍ରାମରେ ତାଙ୍କର ଅବଦାନ ଓ ବିମାନ ଚାଳନାରେ ତାଙ୍କର ଅଦମ୍ୟ ସାହାସକୁ ଯୁବ ପିଢ଼ି ଅନୁସରଣ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଜିଲ୍ଲା ସୈନିକ ସଂଘର ମୁଖ୍ୟ ଇଣ୍ଡୋନେସିଆକୁ ଡଚମାନଙ୍କ କବଳରୁ ରକ୍ଷା କରିଥିବା ବିଜୁ ବାବୁଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରି ଦେଶର ସର୍ବୋଚ୍ଚ ଉପାଧି ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଅନୁପା୍ରଣିତ ହୋଇ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାବଳୀକୁ ମଧ୍ୟ ବିଜୁ ପ୍ରେମୀମାନେ ଭୁୟସୀ ପ୍ରଶଂସା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ  ଆଇନଜୀବୀ  ଜୟରାମ ମିଶ୍ର, ମହେନ୍ଦ୍ର ବାଗ୍,  ବାସୁଦେବ ଦାସ,  ଟିକୁ ପରିଚ୍ଛା, ନରସିଂହ ବାଗ, ସନ୍ତୋଷ ଦନ୍ତା,କାଉନସିଲର ମାନଙ୍କ ମଧ୍ୟରୁ  ୁଉପେନ ଦିପ,  ଅଶ୍ୱିନୀ ପୁଟେଲ, ନରହରି ରାଉତ, ନୁତନ ସିନ୍ଧି୍ରଆ, ମୁନା ଖାନ୍. ସରିତା ଦାସ, ସୁଜାତା ଦାସ, ଜଗନ୍ନାଥ ମିଶ୍ର, ସାଗର ସଙ୍ଗମ ସତପଥି, ରାମ ନାଏକ, ପୃଥ୍ୱିରାଜ ବରାଡ, ସତ୍ୟ ନାଏକ,ଦେବେନ୍ଦ୍ର ପାତ୍ର, ମାନୁ ପଟ୍ଟନାଏକ, ଟୁକୁ ସାହୁ, ବନମାଳି ବାଗ, ବାସନ୍ତି ସିଂ ବୁଡେକ, ନରସିଂହ ବାଗ, କୁନୁ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠି, ଧରେନ୍ଦ୍ର  ବନଛୋର, ସହ ସତାଧିକ ବିଜେଡି କର୍ମି ଉପସ୍ଥିତ ଥିଲେ । 

0
0
0
s2sdefault