ହେଡଲାଇନସ୍:

ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୨ତମ  ଜୟନ୍ତୀ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଗତ୍ସିଂହପୁର(ରମେଶ ମହାନ୍ତି) ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୨ତମ ଜୟନ୍ତୀ ଉସôବ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତକଳା ଏକାଡେ଼ମୀ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ପି.ସି.ଜେନା ସ୍ମୃତି ସଂସଦ ସଭାପତି  ନାଟ୍ୟକାର ଡଃ କୈଳାଶ  ମଲ୍ଲିକଙ୍କ  ସଭାପତିତ୍ୱରେ ଜଗତ୍ସିଂହପୁର ସ୍ଥିତ ନିମାଇଁ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ବିଷ୍ନୁ ଦାସ ଯୋଗ ଦେଇ ଚିତ୍ରଶିଳ୍ପୀସ୍ୱର୍ଗତ ଜେନାଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ଧଉଳି ଆର୍ଟ କେଲଜର ଅଧ୍ୟକ୍ଷ ଶ୍ରୀ ପଂଚାନନ ସାମଲ ଓ ମୂଖ୍ୟବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ବ୍ରଜଗୋପାଳ ଆଚାର୍ଯ୍ୟ  ପ୍ରମୁଖ ଯୋଗ ଦେଇ ଶ୍ରୀ ଜେନାଙ୍କୁ ହରାଇ ସମଗ୍ର ଓଡିଶା  ଚିତ୍ରକଳାଜଗତରେ ଏକ ସୂନ୍ୟ ସ୍ଥାନ ରହିଗଲା ଓ ଜଣେ ଦକ୍ଷ ଚିତ୍ର ଶିଳ୍ପୀଙ୍କୁ ହରାଇଛି ଓ ଏହି ମହାନ ଶିଳ୍ପୀ ଜଗତ୍ସିଂହପୁର ଜିଲ୍ଲା ତଥା ଓଡ଼ିଶା ରାଜ୍ୟପାଇଁ ଗର୍ବ ଓ ଗୌରବ, ତାଙ୍କର ସ୍ମୃତି ଚିରଦିନ କଳା ଜଗତରେ ଅମରହୋଇ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୋଳଗୋବିନ୍ଦ ଦାଶ, ପ୍ରେମାନନ୍ଦ ପଢ଼ିହାରୀ ଓ ଦିପ୍ତୀ ଦାସ ପ୍ରମୁଖ ସ୍ୱର୍ଗତ ଜେନାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଏହିଅବସରରେ ସଂସଦ ଦ୍ୱାରା ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସମ୍ମାନରେ ଓଡ଼ିଶାର ବିଶିଷ୍ଟ  ଚିତ୍ରଶିଳ୍ପୀ ପ୍ରିୟଦର୍ଶୀନୀ ମହାନ୍ତି, ନମିତା ପଟ୍ଟନାୟକ ଓ ଫଟୋଗ୍ରାଫର ସୁନିଲ ଡ଼ାକୁଆ ଙ୍କୁ ପ୍ରଦାନ କରାଯାଇଥିଲା ସେହିପରି ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା ଓ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା କୁନି ଚିତ୍ରଶିଳ୍ପୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ପି.ସି. ଜେନା ସଣ୍ଡେଆର୍ଟସ୍କୁଲ୍ ର ଦୁଇ କଳା ଶିକ୍ଷକ ରବିନ୍ଦ୍ରନାଥ ବେହେରା ଓ ମନୋଜ କୁମାର ସାହୁ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ଏକକ ଚିତ୍ରକଳା ପ୍ରଦର୍ଶନୀ କରିଥିବା ସ୍ୱପ୍ନା ଦାସ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସଂସଦ ଦ୍ୱାରା ଆସନ୍ତା ବର୍ଷ ଠାରୁ ଜଣେ ବୟୋଜ୍ୟେଷ୍ଠ  ଯାତ୍ରା କଳାକାରଙ୍କୁ ସମ୍ମାନୀତ କରାଯିବା ପାଇଁ ସଂସଦର ସଭାପତି ଘୋଷଣା କରିଥିଲେ । ପ୍ରାରମ୍ଭରେ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ବଡବଜାରସ୍ଥିତ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ସ୍ମୃତିସଂସଦର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ  ରାଜକିଶୋର ଖଟୁଆ ଉପସ୍ଥିତ ସମସ୍ତ ଅତିଥି ଶ୍ରୋତା,କୁନିକଳାକାର,ପି.ସି. ଜେନା ସଣ୍ଡେ ଆର୍ଟସ୍କୁଲ୍ର ପିଲା,ଅଭିଭାବକ ଓ ମିଡ଼ିଆ  ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଯୁବ ବଂଶୀବାଦକ ଗୌରବ ପରିଡ଼ାଙ୍କ ଦ୍ୱାରା ବଂଶୀ ବାଦନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସଦର ସଂପାଦକ ଶୁଭଙ୍କର ଜେନା, ସହ-ସଂପାଦକ ଗତନାଥ ପରିଡ଼ା, ବାବା ଲଲାଟେନ୍ଦୁ କେଶରୀ, କୋଷାଧ୍ୟକ୍ଷ ସୁଧାକର ଜେନା,ସଦସ୍ୟ ଦିପଙ୍କର ଜେନା,ଜ୍ୟୋତିରଞ୍ଜ ପରିଡ଼ା,ବାସୁ ଦେବ ବେହେରା,ବାସୁଦେବ ସ୍ୱାଇଁ,ରଜଂନ ନାୟକ,ସମୀର ସାହୁ, ପ୍ରମୁଖ ପରିଚାଳନା କରିଥିଲେ ।  

 

0
0
0
s2sdefault