ହେଡଲାଇନସ୍:

ଓଡଗାଁରେ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଓଡଗାଁ ବ୍ଲକ ସ୍ତରୀୟ ପଂଚାୟତରାଜ ଦିବସ ଆଜି ଅପରାହ୍ନରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରରମ୍ଭରେ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ବିଡିଓ ସ୍ୱେତାଲେଖା ଦାସ, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ଜିପିଓ ମନୋଜ କୁମାର ବେଉରା ଓ ଓଡିଶା ଜୀବିକା ମିଶନର ବିପିଏମ୍ ଆରତୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ପଂଚାୟତରାଜ ବ୍ୟବସ୍ଥା ଏବଂ କ୍ଷମତାର ବିକେନ୍ଦ୍ରି କରଣ ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇ ନାରୀ ସଶକ୍ତି କରଣ ଦ୍ୱାରା ସମାଜର ଉନ୍ନତି ସମ୍ଭବ ବୋଲି କହିଥିଲେ । ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ  କାର୍ଯ୍ୟକ୍ରମର ସଞ୍ଜୋଜନା କରିଥିବା ବେଳେ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।  ଏତଦ ବ୍ୟତୀତ ପନ୍ତିଖାରୀ ଗ୍ରାମ୍ୟପଂଚାୟତ ସହିତ ଅନ୍ୟ ସମସ୍ତ ଗ୍ରାମପଂଚାୟତ ମାନଙ୍କରେ ଏହିପରି ପଂଚାୟତରାଜ ଦିବସ ପାଳିତ ହୋଇଥିଲା ।  

0
0
0
s2sdefault