ହେଡଲାଇନସ୍:

ଶ୍ରୀରଘୁନାଥଙ୍କ ପୀଠରେ ହରି-ହର ଭେଟ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଆଜି ରାତ୍ରର ପ୍ରଥମ ପ୍ରହରରେ ହରି-ହର ଭେଟ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ଜାଗର ପରଦିନ ଏହି ଉସôବ ପାଳିତ ହେଉଥିବା ବେଳେ ପ୍ରଭୁ ଶ୍ରୀରଘୁନାଥ ମା’ ସୀତାଙ୍କ ସହିତ  ଅନୁଜ ଲକ୍ଷ୍ମଣ ପାଟବସ୍ତ୍ର ସହିତ ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥିବା ଦୃଶ୍ୟକୁଅଗଣିତ ଶ୍ରଦ୍ଧାଳୁ ଆଜି ଦର୍ଶନକରିବାର ସୈାଭାଗ୍ୟ ଅର୍ଜନ କରିଥିଲେ । ସନ୍ଧ୍ୟାରେ ପ୍ରଭୁ ରଘୁନାଥଙ୍କ ଦୈନ୍ୟଦିନ ନିତୀ ସମାପନ ପରେ ଶ୍ରୀରଘୁନାଥ(ହରି)ଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ବେଢାରେ ପୂଜିତ ରାମେଶ୍ୱର ମହାଦେବ (ହର)ଙ୍କ ବିଜେ ପ୍ରତିମାଙ୍କୁ ବିମାନରେ ଅଣାଯାଇ ସିଂହ ଦ୍ୱାର ନିକଟରେ ଭେଟ କରାଇ ·ଳି ମଣ୍ଡପରେ ଭୋଗ ଓ ଆଳତି ଲାଗି କରାଯାଇଥିଲା । ପରେ ହରି ଓ ହରଙ୍କୁ  ଦୁଇଟି ସ୍ୱତନ୍ତ୍ର ବିମାନରେ ବସାଇ  ରୋଷଣୀ ଜାଳି ଆତାସବାଜି ଫୁଟାଇ ଥାଟ, ପାଟ୍ଟ, ପଟୁଆରରେ  ନଗର ପରିକ୍ରମା କରାଯାଇଥିଲା । ରାତି ୧୧ଟାରେ ସିଂହ ଦ୍ୱାର ପ୍ରବେଶ ପୂର୍ବରୁ ରତ୍ନବେଦୀରେ ଓ ଚଳନ୍ତି ପ୍ରତିମାଙ୍କ ନିକଟରେ ଏକା ସାଙ୍ଗରେ କର୍ପୁର ଆଳତୀ ଓ ମହାଆଳତୀ ଲାଗି ହୋଇଥିଲା । ଏହି ନିଆରା ଦୃଶ୍ୟକୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ପାଳିଆ ପଣ୍ଡା ସଞ୍ଜୀବ କୁମାର ନନ୍ଦ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ମନ୍ଦିର ପରି·ଳକ ଜିତେନ୍ଦ୍ର କୁମାର ମିଶ୍ର  ପ୍ରମୁଖ ଠାକୁରଙ୍କ ନୀତିକାର୍ଯ୍ୟ ଓ ଯାତ୍ରା ପରିଚାଳନା କରିଥିଲେ ।  

0
0
0
s2sdefault