ହେଡଲାଇନସ୍:

ବିଜୁ ବାବୁଙ୍କର 103 ତମ ଜନ୍ମଦିନ ଓ ପଞ୍ଚାୟତିରାଜ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ପାଇକମାଲ ବ୍ଲକ ମୁଖ୍ୟାଳୟ ରେ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ 103 ତମ ଜନ୍ମ ଦିନ ଓ ପଞ୍ଚାୟତିରାଜ ଦିବସ ଧୁମ ଧାମ ରେ ପାଳନ କରାଯାଇଛି । ବ୍ଲକ ମୁଖ୍ୟାଳୟ ପରିସରରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯକ୍ରମରେ ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିବ ନାୟକ , ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୁଖଙ୍କର ପ୍ରତ୍ୟକ୍ଷ ଦେଖରେଖ ରେ ନିର୍ଦ୍ଧାରିତ ସମୟରେ କାର୍ଯକ୍ରମ ଆରମ୍ଭ ହେଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଓ ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତାର ଭାବରେ ବୁଝାଇବା ସହିତ ମହିଳା ମାନଙ୍କର ଦ୍ୱାରା ନାଚ ଓ ଗୀତ ମାଧ୍ୟମରେ ଯୋଜନା ଗୁଡିକର ଉପାଦେୟତା ଦର୍ଶା ଯାଇଥିଲା । ପାଇକମାଲ ବ୍ଲକ ରେ ସମୁଦାୟ 11 , 496 ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ସବୁ ଯୋଜନାର କାର୍ଯ୍ୟ  ମଧ୍ୟ କ୍ଷିପ୍ର ଗତିରେ ଚାଲୁ ରହିଥିବା ବିଡ଼ିଓ ଶ୍ରୀ ନାୟକ ସୂଚନା ପ୍ରଦାନ କରିଥିଲେ ।

0
0
0
s2sdefault