ହେଡଲାଇନସ୍:

ସୋହେଲାରେ ବ୍ଲକସ୍ତରୀୟ ପଂଚାୟତି ରାଜ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ଆଜି ସ୍ଥାନୀୟ ଅଗ୍ରସେନଭବନଠାରେ ବ୍ଲକସ୍ତରୀୟ ପଂଚାୟତିରାଜ ଦିବସ ତଥା ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀ ପାଳନ କରାଯାଇଥିଲା । ବିଜୁ ବାବୁଙ୍କ ଫଟୋ ଚିତ୍ରରେ ବିଡିଓ ଅଶୋକ କୁମାର ଗଡତିଆ,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଜିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ଓ ଦୟାନିଧି ପଟେଲ,ଗଣତନ୍ତ ପଧାନ,ସମିତି ସଭ୍ୟ ତଥା ବିଜେଡି ନେତା ସୁବ୍ରତ ସିଂହ,ସରକାରୀ ଓକିଲ ଅଶୋକ କୁମାର ବାରିକ,ସୋହେଲା ବ୍ଲକ ବିଜୁ ଯୁବ ବାହିନୀର ସଂଯୋଜକ ଜ୍ଞାନେନ୍ଦ୍ର ସାହୁ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡବ୍ଲୁଇଓ ଅତିଶ କୁମାର ଭୋଇ । ଏହା ପରେ ଯୁବ ବାହିନୀର ସହସ୍ରାଧିକ ଯୁବକମାନେ ଧାଡି ହୋଇ ଚାଲି ଚାଲି ବିଜୁ ବାବୁ ପ୍ରବାଦ ପୁରୁଷ ବିଜୁ ବାବୁ ଅମର ରହେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ପଦ୍ମପୁର ରୋଡ,ରାୟପୁର ରୋଡ ଓ ବରଗଡ ରୋଡ ଦେଇ ତିନି କିଲୋମିଟର ଦୂର ହଲଦିପାଲି ପଡିଆଠାରେ ପହଂଚିଥିଲେ । ସେଠାରେ ବିଡିଓ ଅଶୋକ କୁମାର ଗଡତିଆଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ  ହୋଇଥିଲା । ପ୍ରଥମେ ସମସ୍ତ ଅତିଥିମାନେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମଂଚାସୀନ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଉପାଧ୍ୟକ୍ଷା ହିମାଳୟା ସାହୁ,ଜିିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ଓ ଦୟାନିଧି ପଟେଲ,ଗଣତନ୍ତ୍ର ପଧାନ,ଜିପିଇଓ ଏମଡି ଆକବର,ସହକାରୀ ଯନ୍ତ୍ରୀ ନରେଶ କୁମାର ଅଗ୍ରୱାଲ,ଆଇସିଡିଏସର ସୁପରଭାଇଜର ଶ୍ରୀମତୀ ଗୁଲି ରାଉତ ପ୍ରମୁଖ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୀବନୀ ଓ ଆଦର୍ଶ ତଥା ପଂଚାୟତିରାଜ ଦିବସର ତାପôର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଜୁ ଯୁବ ବାହିନୀର ସୋହେଲା ବ୍ଲକ ସଂଯୋଜକ ଜ୍ଞାନେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଗନବାଡି କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ,ମହିଳା,ବିଜୁ ଯୁବ ବାହିନୀର ସଦସ୍ୟମାନେ ଭାଗ ନେଇଥିଲେ ।

0
0
0
s2sdefault