ହେଡଲାଇନସ୍:

ଆଜି ମହାଶିବ ରାତ୍ରୀ, ଶୈବ ପୀଠମାନଙ୍କରେ ଭକ୍ତଙ୍କ ଭିଡ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା (ଭାଗିରଥି ଭୋଇ)- ଆଜି ମହାଶିବ ରାତ୍ରୀ, ଓଁ ନମଃ ଶିବାୟ ଶବ୍ଦରେ ଗୁଞ୍ଜରିତ ହେଉଛି ପରିବେଶ । ଆଜିର ଦିନରେ ଶିବଙ୍କୁ ପୂଜାର୍ଚନା କଲେ ଜୀବନର ଦୁଃଖ କଷ୍ଟ ଦୁର ହେବା ସହ ମାନସିକ ପୂରଣ ହୁଏ ବୋଲି କହନ୍ତି ଶ୍ରଦ୍ଧାଳୁ । ନୂଆପଡା ଜିଲ୍ଲାର ବିଭିନ୍ନ ଶୈବ ପୀଠଗୁଡିକ ଚଳଚଞ୍ଚଲ ହୋଇ ଉଠିଛି । କୋମନା ବ୍ଲକ ର ବୁଦ୍ଧିକୋମନା ସ୍ଥିତ ପାତାଳେଶ୍ଵର ମନ୍ଦିର, ଉଦ୍ୟାନବନ୍ଧର  ଶିବ ମନ୍ଦିର,ଘୋଟସର ଶିଵ ମନ୍ଦିର ‍ଓ ସାନମହେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଲୁଛି । ଭୋର ସକାଳୁ ମାନସିକଧାରୀଙ୍କ ଲମ୍ବା ଧାଡି ସାଙ୍ଗକୁ ମନ୍ଦିର ପରିସର ରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଲିଛି ।ଏହି ଅବସର ରେ ମନ୍ଦିର ପରିଚାଳନା କମିଟୀ ତରଫରୁ ନାମଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି । ଭିଡ କୁ ଦୃଷ୍ଟିରେ ରଖି ପୋଳିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

0
0
0
s2sdefault