ହେଡଲାଇନସ୍:

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ, ପାରଳାଖେମୁଣ୍ଡି ସ୍ତିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ମିଳନୀର ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଓ ଉପସଭପତି ବଟକୃଷ୍ଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ପାରଳାଖେମୁଣ୍ଡି ସହର ତଥା ଜିଲ୍ଲାଞ୍ଚଳ ଉପାନ୍ତ ଅଞ୍ଚଳରେ ଥିବା ଯୋଗୁଁ ଏଠାରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଉତ୍‍ଥାନର ଘୋର ଆବଶ୍ୟକତା ରହିଛି । ତେଣୁ କରି ବିଭିନ୍ନ କ୍ଷେତ୍ରରେ ଓଡିଆ ଭାଷାରେ ନାମଫଳକ ଲେଖାଯିବା ଉପରେ ସରକାରୀ ତାଗିଦ ସତ୍ୱେ ତାହା କରାଯାଉନାହିଁ  । ଯାହାକି ଚଳାଚଳ କରାଯାଉଥିବା ବିଭିନ୍ନ ଘରୋଇ ବସ , ବ୍ୟବସାୟୀକ ପ୍ରତିଷ୍ଠାନ ପ୍ରଭୃତିରେ ଓଡିଆ ଭାଷାରେ ଲେଖିବା ପ୍ରଭୃତି ଅବମାନନା କରାଯାଉଛି । ସେହି ଭଳି ସରକାରୀ ଦପ୍ତର ଗୁଡିକରେ ମଧ୍ୟ ଓଡିଆ ଭାଷାର ପ୍ରଚଳନ ପ୍ରତି ଘୋର ଅବମାନନା କରାଯାଉଛି । ସରକାରୀ ତାଗିଦ ପ୍ରତି ଅବମାନନା କରୁଥିବା ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅର୍ଥଦଣ୍ଡର ବିଧúବ୍ୟବସ୍ଥା ରହିଥିବା ସତ୍ୱେ ଏହି ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗଜପତି ଜିଲ୍ଲାରେ ଠପ୍‍ ହୋଇପଡିଥିବା ଏବଂ ଉଦାସୀନତା ଯୋଗୁଁ ଓଡିଆ ଭାଷାରେ ନାମଫଳକ ଲେଖା ଓ ସରକାରୀ ଦପ୍ତରରେ ଓଡିଆ ଭାଷାର ପ୍ରଚଳନ ହୋଇପାରୁନଥିବା ବୈଠକରେ ଘୋର କ୍ଷୋଭ ପ୍ରକାଶ ପାଇଥିଲା । ତେଣୁ ଏହି ଦିଗରେ ଆଗାମୀ ଦିନରେ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସର୍ବସମ୍ମେତ କ୍ରମେ ନିଷ୍ପତି ନିଆଯାଇଥିଲା ।

ଏହି ଅବସରରେ ସାଧାରଣ ପରିଷଦ ଜିଲ୍ଲା ଶାଖା ପାଇଁ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଗୌରଚନ୍ଦ୍ର ପଣ୍ଡା , କାର୍ଯ୍ୟକାରୀ ସଭାପତି ଭାବେ ଭାରତଭୁଷଣ ମହାନ୍ତି, ଉପସଭାପତି ଭାବେ ବଟକୃଷ୍ଣ ପାତ୍ର ଏବଂ ମୀନାକ୍ଷୀ ସାହୁ, ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଭାବେ ବନମାଳୀ ମହାପାତ୍ର ଏବଂ ପ୍ରସନ୍ନ ପଟ୍ଟନାୟକ, କୋଷାଧ୍ୟକ୍ଷ ଅନାଦି ପାଣିଗ୍ରାହୀ ଏବଂ କାର୍ଯ୍ୟକାରିଣୀ ସଭ୍ୟ ଭାବେ ୧୦ ଜଣ ମନୋନୟନ ହୋଇଥିଲେ ।

ଆଗାମୀ ୧୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟନା ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ବହୁ ସଂଖ୍ୟାରେ ଯୋଗଦେବା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଜିଲ୍ଲା ଶାଖାର ବିଭିନ୍ନ ଉଲ୍ଲଖନୀୟ କାର୍ଯ୍ୟକ୍ରମ ଗୁଡିକ ଉପରେ ସୂଚନା ପାଠ କରିଥିଲେ ।

0
0
0
s2sdefault