ହେଡଲାଇନସ୍:

୮୧୦ ବରିଷ୍ଠ  ନାଗରିକ ତୀର୍ଥଯାତ୍ରାରେ ଗଲେ, ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କଲେ ପର୍ଯ୍ୟଟନ ମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ କୁମାର ସାହୁ ) – ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ତୀର୍ଥଯାତ୍ରା ଯୋଜନାରେ ଆଜି ରାୟଗଡାରୁ ୮୧୦ ଜଣ ବରିଷ୍ଠ  ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି । ରାଜ୍ୟ  ପର୍ଯ୍ୟଟନ ଓ ସଂସ୍କୃତି  ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଏହି ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲାଲବିହାରୀ ହିମିରିକା, ଜିଲ୍ଲାପାଳ  ପ୍ରମୋଦ କୁମାର ବେହେରା, ପିଡି, ଡିଆରଡିଏ ଅମୃତ ଋତୁରାଜ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦେଶକ ଉତ୍ପଳ ପତି, ଖଦି ବୋର୍ଡ ସଦସ୍ୟ ପୃଥିରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାୟଗଡା ରେଳ ଷ୍ଟେସନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ମହୋଦୟ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଓଡିଶା ସରକାରଙ୍କ ତରଫରୁ ବରିଷ୍ଠ  ନାଗରିକ ମାନଙ୍କ ପାଇଁ ଏହି ତୀର୍ଥ ଯାତ୍ରା ଯୋଜନା ଏକ ବଡ ଉପହାର । ରାୟଗଡା ଜିଲ୍ଲା ସମେତ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡାର ବରିଷ୍ଠ  ନାଗରିକ ମାନେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୨୭୮, କଳାହାଣ୍ଡି ଜିଲ୍ଲାରୁ ୧୧୯, କୋରାପୁଟ ଜିଲ୍ଲାରୁ ୧୬୬, ନବରଙ୍ଗପୁର ଜିଲ୍ଲାରୁ ୧୨୯,  ମାଲକାନଗିର ଜିଲ୍ଲାରୁ ୫୦ ଏବଂ ନୁଆପଡା ଜିଲ୍ଲାରୁ ୬୮ ଜଣ ତାର୍ଥଯାତ୍ରାରେ ବାହାରିଛନ୍ତି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ୩୮ ଜଣ ସୁରକ୍ଷା ଅଫିସର ମଧ୍ୟ ନିୟୋଜିତ ହୋଇଥିଲା । ତୀର୍ଥଯାତ୍ରୀ ମାନେ ତିରୁପତି, ଭେଲୁର ଏବଂ ଶ୍ରୀକଳାହସ୍ତୀ ଦର୍ଶନ କରି ୮ ତାରିଖ ଦିନ ଓଡିଶା ଅଭିମୁଖେ ବାହାରିବେ ବୋଲି ଜଣାପଡିଛି ।

0
0
0
s2sdefault