ହେଡଲାଇନସ୍:

ମାରୱାଡ଼ି ଯୁବାମଞ୍ଚ ତରଫରୁ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ(ଗୌରାଙ୍ଗ ଚରଣ ଦାଶ) - ଆଜି ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ମାରବାଡ଼ି ଯୁବା ମଞ୍ଚ ଅନୁକୂଲ୍ୟ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବରିଷ୍ଠ ବ୍ୟବସାୟୀ ଶ୍ରୀ ସୁଶୀଲ କୁମାର ଅଗ୍ରୱାଲ  ଉଦ୍ଘାଟନ କରିଥିବା ବେଳେ ଶ୍ରୀ ରାଜେଶ କୁମାର ପଟେଲ, କମଲେଶ ଅଗ୍ରୱାଲ, ସଞ୍ଜୟ କୁମାର ଭୋଇ, ଶ୍ରୀକାନ୍ତ ସାହୁ, ସୁଧୀର କୁମାର ଦାସ , କେଶବ ସାହୁ , ସୁଶୀଲ କୁମାର ଅଗ୍ରୱାଲ , ସୁରଥ କୁମାର ସାହୁ , ନିଲେଶ କୁମାର ଅଗ୍ରୱାଲ , ସଚିନ କୁମାର ଅଗ୍ରୱାଲ, ପୂଜାରାଣୀ ସାହୁ, ଗୋପାଲ ଅଗ୍ରୱାଲ, ନବୀନ ବରିହା, ଚମ୍ପାବତୀ ଅଗ୍ରୱାଲ, ନେହା ଅଗ୍ରୱାଲ, ସୁମିତ ଅଗ୍ରୱାଲ, ଅମିତ ଅଗ୍ରୱାଲ, ନବୀନ ଅଗ୍ରୱାଲ , ବିଦ୍ୟାଧର ସାହୁ ପ୍ରମୁଖ 23 ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାର ର ଆବଶ୍ୟକତା କୁ ପୁରା କରିବା ପାଇଁ ପାଇକମାଲ ମାରବାଡ଼ି ଯୁବା ମଞ୍ଚ ତରଫରୁ ଏହିଭଳି ଆୟୋଜନ ବହୁବାର ହୋଇ ସାରିଛି, ଯାହାକି ଏକ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ । ଏହି ଶିବିରକୁ ଯୁବା ମଞ୍ଚ ର ସଭାପତି ନିଲେଶ କୁମାର, ସଚିନ କୁମାର, ନବୀନ କୁମାର ମୁକେଶ କୁମାର, ଗୋପାଲ,ଅମିତ ,ସୁନୀଲ କୁମାର କମଲେଶ କୁମାର ଅଗ୍ରୱାଲ ଓ ଯୁବା ମଞ୍ଚ ର ସମସ୍ତ କର୍ମକର୍ତା ଓ  ପଦ୍ମପୁର ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହୁନ୍ତ ଓ ତାଙ୍କର ସହକର୍ମୀ ମନେ ସୁରୁଖୁରୁରେ ପରିଚାଳନା କରିଥିଲେ ।।

0
0
0
s2sdefault