ହେଡଲାଇନସ୍:

ଛତିଶଗଡ ସରକାରକଙ୍କୁ ଜବାବ ଦେଲେ ଓଡିଶା ସରକାର  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶା-ଛତିଶଗଡ ଜମି ବିବାଦ ଘଟଣା, ସୀମାନ୍ତରେ ଲାଗିଲା ଓଡିଆ ଫଳକ

ନୂଆପଡ଼ା(ଅମିତ କୁମାର ପୁରୋହିତ): ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ନୂଆମାଲପଡା ଜମି ବିବାଦର ଅନ୍ତ ଘଟିଛି । ଓଡିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିବାଦୀୟ ଜମିକୁ ନିଜ ଦଖଲ କୁ ନେଇଛନ୍ତି । ଫଳକ ଲଗାଇ ଭିତରକୁ ଅନୁପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଚେତାବନୀ ଦେଇଛନ୍ତି । ଓଡିଶା ସରକାରଙ୍କକ ଏଭଳି ପଦକ୍ଷେପକୁ ନୂଆମାଲପଡା ଗାଁର ହିତାଧିକାରୀ ମାନେ ଖୁବ ପ୍ରଶଂସା କରିଛନ୍ତି ।

ଦୀର୍ଘ ୧୦ ମାସର ବିବାଦ ପରେ  ଓଡିଶା ସରକାର ଜବାବ ଦେଇଛନ୍ତି  ଛତିଶଗଡ ସରକାରକଙ୍କୁ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମାଓପ୍ରବଣ ଅଚଂଳ ଥିବା ସୀମାରେ ୩୦ ଏକରରୁ ଉର୍ଦ୍ଧ ଜମିକୁ କବଜା କରି ଛତିଶଗଡ ସରକାର ତାଙ୍କ ରାଜ୍ୟର ଗରିଆବନ୍ଧ ଜିଲ୍ଲା ର ବୁରଜାବାହାଲ ଗାଁ ର ୧୨  ଜଣ ଚାଷୀଙ୍କୁ ଉକ୍ତ ଚାଷ ଜମିକୁ ବଣ୍ଟନ କରିଥିଲେ । ହେଲେ ସେହି ଚାଷ ଜମିକୁ ନୂଆମାଲପଡା ଗାଁର ଚାଷୀ ମାନେ ବର୍ଷାନୁକ୍ରମେ ପିଢି ପିଢି ଚାଷ କରି ଆସୁଥିଲେ । ଘଟଣା ପ୍ରଘଟ ହେବାପରେ ନୂଆମାଲପଡା ଗାଁର ଚାଷୀ ମାନେ ପ୍ରଥମେ ସିନାପାଲି ବ୍ଲକ ଚେୟାରମ୍ୟାନ ତପସ୍ୱିନୀ ମାଝୀ ଏବଂ ପରେ ସିନାପାଲି ତହସିଲାଦାରଙ୍କ  ଦ୍ୱାରସ୍ତ ହୋଇଥିଲେ । ଘଟଣା ଟି ବିବାଦୀୟ ମୋଡ ନେଇଥିଲା ଉଭୟ ରାଜ୍ୟର ପ୍ରଶାସନିକ ଟିମ ତଦନ୍ତ କରି ମାପଚୁପ କରିଥିଲେ ବି କୈାଣସି ସମାଧାନର ବାଟ ବାହାରି ନଥିଲା । ନୂଆପଡ଼ା  ଜିଲ୍ଲାପାଳ ଡ.ପେମା ଟୁଡୁ ଏବଂ ଦକ୍ଷିଣାଚଂଳ ଆରଡିସି ଟି ଆପାଙ୍ଗ ଆଓ ଏଥିରେ ହସ୍ତକ୍ଷେପ କରିଥିଲେ । ସୀମାକୁ ଯାଇ ଚାଷ କରୁଥିବା ଚାଷୀ ଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରି ବିବାଦୀୟ ଚାଷଜମି ଓଡିଶା ସରକାର ଙ୍କ ବୋଲି ସ୍ୱଷ୍ଟ କରିଥିଲେ । ହେଲେ ଛତିଶଗଡ ସରକାର ଏହାକୁ ମାନିନଥିଲେ । ସେହି ଦିନ ଠାରୁ ପ୍ରାୟ ୧୦ ମାସ ହେବ ଉଭୟ ରାଜ୍ୟର ଚାଷୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହି ବିବାଦୀୟ ଜମିକୁ ନିଜର କହି  ଓଡିଶା ସରକାର ଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା  ବିଭାଗ ଲୁହା ନାମ ଫଳକ ଲଗାଇ ଏହା ଭିତରକୁ ଅନୁପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ଛତିଶଗଡ ସରକାର ପରବତ୍ତି ପଦକ୍ଷେପ କଣ ନେଉଛନ୍ତି  ତା ଉପରେ ସମସ୍ତଙ୍କ ନଜର ରହିଛି ।

0
0
0
s2sdefault