ହେଡଲାଇନସ୍:

ପୁଲଵାମା ହମଲାରେ ଶହୀଦ ବୀର ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲା ଏ.ବି.ଭି.ପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କାଶ୍ମୀର ପୁଲଵାମା ଠାରେ ନିକଟରେ ହୋଇଥିବା ଆତଙ୍କବାଦୀ ହମଲାରେ ଶହୀଦ ହୋଇଥିବା ବୀର ଜବାନ ମାନଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଅଖିଳଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ଏବଂ ବୁଦ୍ଧୀଜୀବୀ, ଭାଜପା କର୍ମୀମାନଙ୍କ ସହଯୋଗରେ ଗଜପତି ଜିଲ୍ଲା ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏକ ଶହୀଦ ରଥ ଗଜପତି ଜିଲ୍ଲା ବ୍ୟାପୀ ପରିକ୍ରମା କରିବା ପରେ ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟାରେ ପହଞ୍ଚିଥିବା କ୍ଷଣି ରଥକୁ ସମସ୍ତ ମହଲରେ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଭିନ୍ନ ଛକ ମାନଙ୍କରେ ଶହୀଦ ବୀର ଜବାନ ମାନଙ୍କ ପ୍ରତି କେଣ୍ଡଲ ଓ ଦୀପ ଜଳାଇ ଛାତ୍ରଛାତ୍ରୀ , ସେନା କର୍ମଚାରୀ, ବୁଦ୍ଧୀଜୀବୀ, ଆର.ଏସ.ଏସ ଓ ଭାଜପା କର୍ମୀ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ପରେ ରଥ ସମଗ୍ର ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲା । ପରିକ୍ରମା ବେଳେ ଭାରତ ମାତା କି ଜୟ, ଜିନ୍ଦାବାଦ, ପାକିସ୍ଥାନ ମୁର୍ଦ୍ଧାବାଦ,ବନ୍ଦେମାତାରଂ, ଶହୀଦ ଜବାନ ଅମର ରହେ, ଭାରତୀୟ ସେନା ଆଗକୁ ବଢ ଆମେ ତୁମର ସାଥିରେ ଅଛୁ ପ୍ରଭୃତି ସ୍ଲୋଗାନରେ ପାରଳା ସହର ପ୍ରକମ୍ପିତ ହୋଇଉଠୁଥିଲା । ବିଦ୍ୟାର୍ଥୀ ପରିସରର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ମାହୁନ୍ତଙ୍କ ନେତୃତ୍ୱରେ ଏହି ତ୍ରିରଙ୍ଗା ଓ ଶହୀଦ ରଥ ବାହାରିଥିଲା । ଏହି ଅବସରରେ ମାହୁନ୍ତ ଶହୀଦ ରଥ ବାହାରିବା ଓ ବିଦ୍ୟାର୍ଥା ପରିସରର  ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଯେ ବୀର ଶହୀଦ ମାନଙ୍କୁ ସ୍ମୃତି ଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ବୀରଗାଥା ପ୍ରତ୍ୟେକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବପୀଢୀଙ୍କ ମଧ୍ୟରେ ଏ ପ୍ରକାର ସମ୍ୱେଦନଶୀଳତା ଆସିବା ଉଦ୍ଦେଶ୍ୟରେ ଆଜିର ଏହି ରଥ ବାହାରିଥିଲା । ଏଥିପାଇଁ କେଉଁଟି କେଣ୍ଡଲ, କେଉଁଠି ତ୍ରିରଙ୍ଗା, କେଉଠି ତ୍ରିରଙ୍ଗା ଓ ରଥ ଶୋଭାଯାତ୍ରା ପ୍ରଭୃତି ଜାତୀୟତା ବାଦ କାର୍ଯ୍ୟକ୍ରମ ସବୁ ଚାଲିଛି ବୋଲି କହିଥିଲେ ।

ବିଦ୍ୟାର୍ଥୀ ପରିଷଦର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସେ କହିଥିଲେଯେ ଆମ ଦେଶର ବୀର ସୈନ୍ୟ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଆମର ଜୀବନ ସମର୍ପିତ ହେଉ, ସେ ପ୍ରକାର ଭାବନା ଜାଗ୍ରତ କରାଇବା ନେଇ ଏହି ରଥ ବାହାରିଛି ବୋଲି କହିଥିଲେ । ଏହି ଅବସରରେ ପେଲେସ ସାମନାରେ ବୀର ଶହୀଦ ଯବାନ ମାନଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ପଥନାଟକ ପରିବେଷଣ କରିବା ସହ ଶ୍ରଦ୍ଧାଞ୍ଜଳୀ ସଭା କରିଥିଲେ । ଖୋର୍ଦ୍ଧା ସଂଗଠନ ସମ୍ପାଦକ ଶଶିକାନ୍ତ ମଲ୍ଲିକ ସହଯୋଗ କରିଥିଲେ ।

0
0
0
s2sdefault