ହେଡଲାଇନସ୍:

କ୍ରିଷନଙ୍କୁ ପୂର୍ତ୍ତ, ବିଷ୍ଣୁଙ୍କୁ ବାଣିଜ୍ୟ କର :  ବଳବନ୍ତ ସିଂଙ୍କୁ ଅତିରିକ୍ତ ଭାବେ ବିଡିଏ ଭିସି ଦାୟିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(Girija Dash): ବିବାଦୀୟ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ରାଜନୀତିରେ ଯୋଗ ଦେବା ପାଇଁ ଅବସର ନେବା ପରେ ତାଙ୍କ ସ୍ଥାନରେ ନ ନିଯୁକ୍ତ ହୋଇଥିବା ଇଂ ରସାନନ୍ଦ ସାହୁ ଗତକାଲି ହିଁ ସ୍ବେଛାକୃତ ଅବସର ନେଇଛନ୍ତି | ଆଜି ତାଙ୍କ ସ୍ଥାନରେ ତୃତୀୟ ମହଲର ଚାହେତା ଆଇଏସ ଅଫିସର କ୍ରିଷନ କୁମାରଙ୍କୁ ରାଜ୍ୟ ପୂର୍ତ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର | ନିର୍ବାଚନ ମୁଣ୍ଡ ଉପରେ ଥିବା ଯୋଗୁ ବହୁଧା ଗୋଷ୍ଠିରେ ବିଭାଜିତ ଇଞ୍ଜିନିୟରିଂ କ୍ୟାଡ଼ରରୁ କାହାକୁ ସଚିବ ରଖିବା ସରକାରଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ ହୋଇ ନପାରେ ବିବେଚନା କରି ବହୁଦିନର କଳ୍ପନା ଜଳ୍ପନାରେ ପୁର୍ଣ ଛେଦ ପକାଇ ପୂର୍ତ୍ତ ବିଭାଗରେ ବହୁଦିନ ପରେ ଆଇଏଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି | ଜଣେ ଦକ୍ଷ ଓ ପରିବାର ଅଫିସର ଭାବେ ଜଣାଶୁଣା କ୍ରିଷନ ତୃତୀୟ ମହଲାର ବ୍ଲୁ ଆୟେଡ଼ ବା ଭରସାଯୋଗ୍ୟ ଅଫିସର ଭାବେ ଜଣାଶୁଣା |

ସେହିପରି ଆଉ ଜଣେ ବରିଷ୍ଠ ତଥା ଦକ୍ଷ ଆଇଏଏସ୍‌ ଅଧିକାରୀ ତଥା ବର୍ତ୍ତମାନ ଏସଆରସି ଭାବେ କାର୍ଯ୍ୟରତ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗର କମିସନର ଭାବେ ନିଯୁକ୍ତି ମିଳିଛି। ତାଙ୍କ ହାତରେ ଏସ୍‌ଆରସି ଓ ଓଏସ୍‌ଡିଏମ୍‌ଏ ଦାୟିତ୍ୱ ମଧ୍ୟ ରହିବ । ସେହିପରି ଅନ୍ୟତମ ବରିଷ୍ଠ ଆଇଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।  ବର୍ତ୍ତମାନ  ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ସହିତ କୃଷି ବିପ୍ପଣନ ନିର୍ଦ୍ଦେଶକ, ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ୨୦୦୭ ବ୍ୟାଚ୍‍ ଆଇଏଏସ୍‍ ବଲୱନ୍ତ ସିଂହଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ବିଜୁ ଯୁବ ବାହିନୀର ସିଇଓ ସହିତ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସର୍ବୋପରି ଏସ୍‍ଆଇଆରଡିର ନିର୍ଦ୍ଦେଶକ  ଥିବା ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ପ୍ରେମଚନ୍ଦ ଚୌଧୁରୀଙ୍କୁ ଅତିରିକ୍ତ ଭାବେ ମାପ ଓଜନ ନିର୍ଦ୍ଦେଶାଳୟ ଥଥା ଖାଉଟି କଲ୍ୟାଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ମତ୍ସ୍ୟ ନିର୍ଦ୍ଦେଶକ ଥିବା ୨୦୦୪ ବ୍ୟାଚ୍‍ ଆଇଏଏସ୍‍ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍‍ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ପଶୁସମ୍ପଦ ନିର୍ଦ୍ଦେଶକ ଥିବା ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ରତ୍ନାକର ରାଉତଙ୍କୁ ଅତିରିକ୍ତ ଭାବେ ମତ୍ସ୍ୟ ନିର୍ଦ୍ଦେଶାଳୟ ଦାୟିତ୍ୱ ପ୍ରଦାନ କାରାଯାଇଛି | 

0
0
0
s2sdefault