ହେଡଲାଇନସ୍:

ଓଡଗାଁ ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଦିର୍ଘ ୬ମାସରୁ ଉର୍ଦ୍ଧ୍ୱ କାଳ ଧରି କାମଚଳା ବିଡ଼ିଓରେ ଚାଲିଥିବା ଓଡ଼ଗାଁ ବ୍ଲକରେ ଶେଷରେ ନୂଆ ବିଡିଓ ଯୋଗ ଦେଇଛନ୍ତି | ସ୍ୱାତୀଲେଖା ଦାସ ଶୁକ୍ରବାର ସନ୍ଧ୍ୟାରେ ଓଡଗାଁ ବିଡିଓ ଭାବେ ଯୋଗଦେବା ସହ ବିଧିବଦ୍ଧ ଭାବେ  ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୁର୍ବରୁ ସେ ଗଣିଆ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ସେ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଲକ ପ୍ରଶାସନ ତଥା ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ଓଡଗାଁ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଷ୍ଠାର ସହ ସେ ଉଦ୍ୟମ  ଜାରିରଖିବେ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ନୟାଗଡ ବିଡିଓ ମନୋଜ କୁମାର ପାତ୍ର ଅସ୍ଥାୟୀ ଭାବେ ଓଡଗାଁ ବିଡିଓ ଦାୟିତ୍ୱରେ ଥିଲେ । 

0
0
0
s2sdefault