ହେଡଲାଇନସ୍:

 ନ୍ୟାୟମୂର୍ତ୍ତି ଅଜିତ ସିଂ ହେଲେ ନବଗଠିତ ଲୋକାୟୁକ୍ତର ପ୍ରଥମ ଅଧ୍ୟକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ)  : ସବୁ କଳ୍ପନା ଜଳ୍ପନାର  ଅବସାନ ଘଟାଇ  ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂହଙ୍କୁ ରାଜ୍ୟରେ  ଲୋକାୟୁକ୍ତର ପ୍ରଥମ  ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି | ଲୋକାୟୁକ୍ତ ଚୟନ କମିଟିର ସୁପାରିଶ ଆଧାରରେ ରାଜ୍ୟପାଳ ପ୍ର ଗଣେସି ଲାଲ  ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଶ୍ରୀ  ସିଂହଙ୍କୁ ଓଡ଼ିଶା ଲୋକୟୁକ୍ତର  ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଲୋକାୟୁକ୍ତ ଚୟନ କମିଟିର  ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ୭ଜଣିଆ ଯାଞ୍ଚ କମିଟି ପଠାଇଥିବା ନାମ ତାଲିକା ଉପରେ ତର୍ଜମା ହୋଇଥିଲା। ଏହାପରେ ଅଧ୍ୟକ୍ଷ ପଦ ଲାଗି ଜଷ୍ଟିସ ସିଂହଙ୍କୁ ଚୟନ କରିଥିଲା କମିଟି । ଲୋକାୟୁକ୍ତ ଚୟନ କମିଟି ବୈଠକରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ ଏସ ଜାଭେରୀଙ୍କ ସମେତ ପ୍ରତିଷ୍ଠିତ ଜୁରିଷ୍ଟ୍ ଜଷ୍ଟିସ ଅନଙ୍ଗ କୁମାର  ପଟ୍ଟନାୟକ ଯୋଗଦେଇ ଥିଲେ।

୧୯୫୬ ମସିହାରେ ଜନ୍ମିତ ଜଷ୍ଟିସ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁରରେ ଆଡଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୦୨ ମସିହାରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ୨୦୧୮ରେ ଅବସର ଗ୍ରହଣ କରିଛନ୍ତି। 

0
0
0
s2sdefault