ହେଡଲାଇନସ୍:

ଇଏ ସିନା ପଦକ୍ଷେପ, ବିକଟାଳ ଶବ୍ଦ କରି ବାଇକ ଚଳାଇଲେ......... 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିକଟାଳ  ଶବ୍ଦ ବାହାରୁଥିବା ବାଇକ ଉପରେ ପୋଲିସର ଚଡ଼ାଉ, ୧୨ଟି ବୁଲେଟ ଅଟକ

ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ଯାନବାହାନ କାହିଁକି ବ୍ୟବହାର କରାଯାଏ ତାକୁ କିଛି ଲୋକ ଆଜି କଲି ଭୁଲି ଯାଉଛନ୍ତି | ନିଜ ସଉକ ଆଉ ପ୍ରତିପତ୍ତି ତଥା ଆଭିଜାତ୍ୟର ମୋହରେ ସେମାନେ ଗାଡି ଚଳାଇବାକୁ ଏକ ଫ୍ୟାସନରେ ପରିଣତ କଲେଣି | ଆଜି କାଲିର ଷ୍ଟାଇଲ ବାଇକ ଧରି ଏମିତି ବିକଟାଳ ଗର୍ଜ୍ଜନ କରି ଗାଡି ଚଳାଉଛନ୍ତି ଯେ ସେମନକୁ ଜଣାପଡ଼ୁନି ଏହାଦ୍ୱାରା ସାଧାରଣ ଲୋକ ଲଭାବିତ ହେଉଛନ୍ତି ଓ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି | ରାଜ୍ୟର ସବୁ ସହରରେ ଏହା ଏକ ସମସ୍ୟା ଭାବେ ମୁଣ୍ଡ ଟେକୁଥିବା ବେଳେ ବିକଟାଳ ଶବ୍ଦ  କରି ଗାଡି ଚଳାଉଥିବା ଗାଡି ଚାଳକଙ୍କ ବିରୋଧରେ ସୁନ୍ଦରଗଡ ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି | ସହରର  ବଜାରରେ ଯୁବଗୋଷ୍ଠୀ ଦଳ ବାଇକରୁ ଏଭଳି ବିକଟାଳ ଶବ୍ଦ ବାହାରୁଥିବା ସହ ବେପରୁଆ ଗାଡି ଚାଳନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଥଚାରିଙ୍କୁ ହରକତରେ ପକାଇ ଜନଜୀବନକୁ ଅସ୍ତ୍ୟ ବ୍ୟସ୍ତ କରୁଥିବା ୧୨ଟି  ବୁଲେଟକୁ ଟାଉନ ପୋଲିସ ଜବତ କରିଥିଲେ | ମାତ୍ରାଧିକ ଶବ୍ଦ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଲୋକମାନେ ଆତଙ୍କିତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା |  ଏ ସମ୍ପର୍କରେ SP ଙ୍କ ନିକଟରେ ଅଭିଯୋଗ ହେବାପରେ ତାଙ୍କ ନିର୍ଦେଶରେ ଟାଉନ ଥାନା ଅଧିକାରୀ ଵିଵଛ ପ୍ରଧାନ ଆଜି ଶବ୍ଦପ୍ରଦୂଷଣ ୧୨ ଟି ବୁଲେଟକୁ ଅଟକ ରଖିଥିଲେ |  ତେବେ କିଛି ଯୁବକ ଭବିଷ୍ୟତରେ ଏଭଳି ବାଇକ ଚାଳନା ନ କରିବାକୁ ଚୁକ୍ତି କରି ନୂଆ ସାଇଲେନ୍ସର ଲଗାଇବାକୁ ପ୍ରତିଶ୍ରୁତି ଦେବାରୁ  ତାଗିତ କରି ଛାଡି ଦେଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି

0
0
0
s2sdefault