ହେଡଲାଇନସ୍:

 ନବ ନିର୍ମାଣ କୃଷକ ସଂଘ ପକ୍ଷରୁ  ବନ୍ଦ ଡାକରା ଗଜପତି ଜିଲ୍ଲାରେ ସମ୍ପୁର୍ଣ୍ଣ ସଫଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାଇସ୍‍, ପ୍ରେଷ୍ଟିଜ ଓ ପେନସନ ସମେତ ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଦାବୀରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମଗ୍ର ଗଜପତି ଜିଲ୍ଲାରେ ସମ୍ପୁର୍ଣ୍ଣ ସଫଳ ହୋଥିବା ଦେଖାଦେଇଛି  । ଏହି ବନ୍ଦ ପ୍ରଭାବରେ ବସ ଚଳାଚଳ ବନ୍ଦ ରହି  ନୁଆ ବସଷ୍ଟାଣ୍ଡରେ ହିଁ ସମସ୍ତ ବସ ଅଟକ ରହିଥିଲା  । ଯାତ୍ରୀ ମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନଯାଇପାରି ବସଷ୍ଟାଣ୍ଡରେ ବିଶ୍ରାମଗାରରେ ବସି ରହିଥିଲେ ।  ବସ ପାଇଁ କେତେଜଣ ଏଣେତେଣେ ବୁଲୁଥିବା ଦେଖାଯିବା ସହ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହୋଇଥିଲେ । କାର,ଟାକ୍ସି, ଅଟୋ, ପ୍ରଭୃତି ଚଳାଚଳ ବନ୍ଦ ରହୁଥିଲା । ଏଥି ସହିତ ଦୋକାନ ବଜାର ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ,ଡାକଘର, ଜୀବନବୀମା କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ସବୁ ବନ୍ଦ ରହିଥିଲା । କେତେକ କାର୍ଯ୍ୟାଳୟ  ଓ ବ୍ୟାଙ୍କ ଖୋଲାଥିବା ବେଳେ ଚାଷୀ ଆନ୍ଦୋଳନକାରୀ ମାନେ ସେଠାକୁ ଯାଇ ପିଟେକିଂ କରି ବନ୍ଦ କରିଦେଇଥିଲେ । ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କାରୀ ଚାଷୀ ମାନେ ବିରାଟ ମଟରସାଇକେଲ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଭିନ୍ନ  ନାରାବାଜି ଦେଇଥିଲେ । ଚାଷୀ ମାନଙ୍କ ବିଭିନ୍ନ ଦାବୀକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ  ଯେଉଁ ଅମାନ୍ୟ ଓ ହଇରାଣ କରାଯାଉଛି ତାର ପ୍ରତିବାଦରେ ଆଜି ବନ୍ଦ ଡାକରା ହୋଇଛି । ଚାଷୀର ଯଦି କୌଣସି ପ୍ରକାର ସମାଧାନ ନ ହୁଏ ତା ହେଲେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି ।

0
0
0
s2sdefault