ହେଡଲାଇନସ୍:

ମହା କାଳିଆ ସମାବେଶକୁ ମହା ସଫଳତା :ଆଶାତୀତ ଜନ ସମାଗମ, ଅବିଶ୍ୱସନୀୟ ସନ୍ତୁଷ୍ଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆପଣମାନଙ୍କୁ ଜୁହାରରୁ ଆରମ୍ଭ କରି ଜୟ ଜଗନ୍ନାଥରେ ଶେଷ

ଇଛାପାଲିରେ ନବୀନ ପୁରଣ କଲେ ବରଗଡ଼ବାସୀଙ୍କ ମହାଇଛା 

ବରଗଡରେ ପ୍ରତିଷ୍ଠା ହେବ  କ୍ୟାନ୍ସର ହସପିଟାଲ  

ବନ୍ଦ ପାଳନ କଲେ ମଧ୍ୟ କାଳିଆକୁ ବନ୍ଦ କରି ପାରିବେ ନାହିଁ ।

Sohela/shasak prashasak : ବିଶ୍ୱାସ ଥିଲା ପ୍ରବଳ ଜନ ସମାଗମ ହେବ, ମହାକାଳିଆ ସମାବେଶ ସଫଳ ହେବ | ହେଲେ ଏତେ ସଂଖ୍ୟାରେ  ଲୋକ ସମାଗମ ହେବେ ଆଉ ଏମିତି ଭାବରେ ସଫଳ ହେବ ତାହା ବୋଧହୁଏ ଚିନ୍ତା କରାଯାଇନଥିଲା | ଚାଷୀମାନଙ୍କ ପାଇଁ ଏହି ସମାବେଶ ଉଦ୍ଦିଷ୍ଟ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅପ୍ରତ୍ୟାଶିତ ଘୋଷଣା ସଭାସ୍ଥଳରେ ଉପସ୍ଥିତ ଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମନ କିଣି ନେଇଥିଲା | ଇଚ୍ଛାପଲ୍ଲୀରେ ମୁଖ୍ୟମନ୍ତ୍ରୀ ପୁରଣ କରିଥିଲେ ବରଗଡ଼ ବାସୀଙ୍କ ବହୁ ପ୍ରତିକ୍ଷିତ ଇଛା | ବହୁ ପ୍ରତିକ୍ଷିତ କ୍ୟାନ୍ସର ହସ୍ପିଟାଲ ବରଗଡରେ ହେବ ବୋଲି ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ ଘୋଷଣା କରିବା ବେଳେ ଲୋକମାନେ ଏକଦମ ଖୁସମ ଖୁସ ହୋଇଯାଇଥିଲେ ଓ ମୈଦାନ ଉଛୁଳି ପଡିଥିଲା ଲୋକଙ୍କ କରତାଳିରେ | ସବୁଠାରୁ ବଡ଼କଥା ହେଲା ଏଭଳି ବିଶାଳ ସମାବେଶ ଆୟୋଜନ ପ୍ରମାଣିତ କରିଦେଇଥିଲା ନବୀନଙ୍କ ୟଙ୍ଗ ବ୍ରିଗେଡର ଭରସାଯୋଗ୍ୟ ଷ୍ଟ୍ରାଇକର ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂଙ୍କ ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା | 

 ଇଚ୍ଛାପଲି ଠାରେ ଆୟୋଜିତ ବିଶାଲ ଚାଷୀ ସମାବେଶରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେଇ କାଲିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା, ୨୫ଲକ୍ଷ ଟଙ୍କାର ହଲଧରନାଗ ସମ୍ବଲପୁରୀ କୋଶଳି ଭାଷାର ଗବେଷଣା କେନ୍ଦ୍ରର ଶିଳାନ୍ୟାସ, ୪୫୫କୋଟିର ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ, ବରଗଡରେ କେନସର ହସପିଟାଲ ସ୍ଥାପନ ଘୋଷଣା,୧୩୪୦ କୋଟି ୫୫ଲକ୍ଷର ଗଙ୍ଗାଧର ମେହେର ମେଗା ଉଠାଜଳ ସେଚନ ପ୍ରକଳ୍ପର ଶିଲାନ୍ୟାସ କରିଥିଲେ ଆହୁରି ବରପାଲି ବରଗଡ, ଅମ୍ବାଭୋନା, ପଦମପୁର, ବିଜେପୁର, ଅତାବିରା, ଆଦି ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଲାନ୍ୟାସ ତଥା ଲୋକାର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ୫ମିନିଟର ଭାଷଣ ଆପଣମାନଙ୍କୁ ଜୁହାରରୁ ଆରମ୍ଭ କରି ଜୟ ଜଗନ୍ନାଥରେ ଶେଷ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉପସ୍ଥିତ ଚାଷି ମହିଳାମାନଙ୍କୁ ଉଦବୋଧନ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲଲେ ଯେ ଆପଣ ମାନେ କାଳିଆ ଯୋଜନା ସଂପର୍କରେ ଜାଣିଛନ୍ତି, ଏହି ଯୋଜନା ସାରା ଦେଶର ଚାଷୀଙ୍କୁ ବାଟ ଦେଖାଇଛି |  ଭାଗଚାଷୀ, ଭୁମିହୀନ, କୃଷୀ ଶ୍ରମିକ ସମସ୍ତଙ୍କ ସୁବିଧାପାଇଁ କାଳିଆ ଯୋଜନା କରାଯାଇଛି । କେହି ଜଣେ ବି ଚାଷୀ ଏହି ଯୋଜନାରୁ ବଂଚିତ ହୋଇ ରହିବେ ନାହିଁ | ତା ଉପରେ ମୋର ନଜର ରହିଛି । କାଳିଆ ଛାତ୍ରବୃତ୍ତି ଯୋଜନା ପ୍ରଚଳନ କରା ଯାଇଛି |  ପିଲାଙ୍କୁ ଭଲ ପାଠ ପଢାନ୍ତୁ | ସେମାନଙ୍କୁ ଡାକ୍ତର ଇଂଜିନିଅର କରି ଗଢି ତୋଳନ୍ତୁ | ରାଜ୍ୟ ସରକାର ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ମୁଖ୍ୟ ମନ୍ତ୍ରୀ କହିଥିଲେ | 

 ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି  କେନ୍ଦ୍ର ସରକାରଙ୍କ କିଶାନ ଯୋଜନା କଥା ଆପଣ ମାନେ ଜାଣନ୍ତି | ଏଥିରେ ଛୋଟ ଚାଷୀ, ଭୁମିହିନ ଚାଷୀ ମାନଙ୍କ ପାଇଁ କିଛି ସୁବିଧା ନାହିଁ । ଏଥିପାଇଁ ମୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି । ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇ ସେମାନଙ୍କ ହକ ଦିଆଯାଉ ବୋଲି କହିଥିଲେ । ଆପଣମାନେ ଜାଣନ୍ତି ଓଡିଶା ସରକାର ଚାଷୀମାନଙ୍କୁ ବିନା ସୁଧରେ ୫୦ହଜାର ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି |  ମହିଳା ମାନଙ୍କ ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଓ  ମହିଲା ଚାଷୀସମାଜର ଅଙ୍ଗ ଅଟନ୍ତି ବୋଲି କହିଥିଲେ  । ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିଶୃତି ବଦ୍ଧ, ମିଶନ ଶକ୍ତି ଯୋଜନାରେ ମହିଳା  ମାନଙ୍କୁ ମଧ୍ୟ ବିନା ସୁଧ ଯୋଗାଇ ଦିଆ ଯାଉଛି ଆପଣ ମାନେ ଏହି ସୁବିଧାର ସୁଯୋଗ ନିଅନ୍ତୁ ବୋଲି କହିଥିଲେ । କିଛି ଲୋକ ଆଜି ବନ୍ଦ ପାଳନ କରିଛନ୍ତି | କିନ୍ତୁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ମଂଚାସୀନ ଥିବା ଅଂଚଲର ଅଗ୍ରଣୀ ଚାଷୀ ଓ ଏ ଅଂଚଳର ଗର୍ବ କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କୁ  ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚାଷୀ ମାନଙ୍କ ମଧ୍ୟରୁ ଯୁଗଲ କିଶୋର ପ୍ରଧାନ ସୋହେଲା ଓ ବଲାଙ୍ଗିରର ମହିଲା ଚାଷୀ ଲକ୍ଷ୍ମୀପ୍ରୀୟା ସା ଉଦବୋଧନ ଦେଇଥିଲେ । ଏହି ଅବସରରେ ଅଂଚଲର ଖ୍ୟାତି ସଂପନ୍ନ କବି ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ନିତୀଶ ଚନ୍ଦ୍ର ଆଚାର୍ଯ୍ୟ ସୋହେଲା, ସୁନ୍ଦରଗଡ ଜିଲାରୁ ଦୁର୍ଗାମାଧବ ପଣ୍ଡା, ବଲାଙ୍ଗିର ଜିଲାରୁ ଅଚୁତ ପୁରୋହିତ, ସମ୍ବଲପୁରରୁ ଗୁଣରଂଜନ ସାଲିମା ଓ ବରଗଡ ଜିଲାରୁ ନିତୀଶ ଚନ୍ଦ୍ର ଆଚାର୍ଯ୍ୟ ଓ ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତକରିଥିଲେ । ଏହି କାର୍ଯ୍ୟକ୍ରମକୁ  କୁନା ତ୍ରୀପାଠୀ ସଂଯୋଜନା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଦିନ ୧୧ଟା ୩୫ରେ ସଭାସ୍ଥଳକୁ ପହଂଚିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ହେଲିପେଡରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ସାଂସଦ ପ୍ରଭାସ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ,ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ  ପାଣିଗ୍ରାହୀ, ବିଧାୟକ ନିରଂଜନ ପୁଝାରୀ, ପୁଷ୍ପେନ୍ଦ୍ର ସିଂଦେଓ, ଯୋଗେନ୍ଦ୍ର ବେହେରା, ଟୁକୁନୀ ସାହୁ , ବିଜେଡି ଜିଲା ସଭାପତି ବିଜୟ ରଂଜନ ସିଂ ବରିହା ପ୍ରମୁଖ ତଥା ପଶ୍ଚିମ ଓଡିଶାର ବହୁ ନେତା ମୁଖ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଆଜି ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରା ଯାଇଥିବା ସତ୍ୱେ ଏହି ଚାଷୀ ମହା ସମାବେଶରେ ଦେଢଲକ୍ଷରୁ ଉର୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା । 

0
0
0
s2sdefault